Parliament Special Session: ନୂଆ ସଂସଦ ଭବନର ଶ୍ରୀଗଣେଶ LIVE
ନୂଆଦିଲ୍ଲୀ: ସ୍ମୃତି ହୋଇଛି ଗଣତନ୍ତ୍ରର ମୁକସାକ୍ଷୀ ପାଲଟିଥିବା ପୁରୁଣା ସଂସଦ ଭବନ । ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନବ ନିର୍ମିତ ସଂସଦ ଭବନରେ ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନ କାର୍ଯ୍ୟ ଦିବସ ଆରମ୍ଭ ହେବ । ଏବେ ପୁରୁଣା ସଂସଦ ଭବନ କେବଳ ସ୍ମୃତି ହୋଇ ରହିଯିବ । ନୂଆ ସଂସଦ ଭବନ ଇଣ୍ଡିଆର ପାର୍ଲାମେଣ୍ଟ୍ ହାଉସ ହେବ ବୋଲି ଏକ ବିବୃତ୍ତି ଜାରି ହୋଇଛି । ଏବେ ନୂଆ ସଂସଦ ଭବନରେ ପ୍ରବେଶ କରୁଛନ୍ତି ସମସ୍ତ ସାଂସଦ। ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନରେ କାର୍ଯ୍ୟ ଦିବସ ଆରମ୍ଭ ହେବ । ବିଧିବଦ୍ଧ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭା ଗୃହକାର୍ଯ୍ୟ ଚାଲିବ । ଆସନ୍ତା 22 ତାରିଖ ଯାଏଁ ଚାଲିବ ସଂସଦର ସ୍ବତନ୍ତ୍ର ଅଧିବେଶନ ।ଚଳିତ ବର୍ଷ ମଇ 28 ତାରିଖରେ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ପ୍ରାୟ 60 ହଜାର ଶ୍ରମିକ ନିୟୋଜିତ ହୋଇଥିଲେ ।