ସାନ୍ତାଳୀ ଲେଖକ ସମ୍ମିଳନୀରେ ସାମିଲ ହେଲେ ରାଷ୍ଟ୍ରପତି, ଦେଖନ୍ତୁ LIVE
ବାରିପଦା: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳ ସମୟରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଥିଲେ। ଏହାପରେ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ଶହିଦ ସ୍ମୃତି ଭବନରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିବା ପରେ ସିଧା ସମ୍ମିଳନୀକୁ ଯାଇଥିଲେ । ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର 36ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଏହାପରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଲୋକାର୍ପଣ କରିବେ । 2ଟା 30 ମିନିଟରେ କୁଳିଅଣା ପାଣିଜିଆରେ ପହଞ୍ଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର, ପାହାଡପୁର ଓ ବାଦାମପାହାଡ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ 50 ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ହୋଇଛନ୍ତି ।