ହ୍ବାଟ୍ସ ଆପରେ ଆସିବ ‘ଲଗ୍‌ ଆଉଟ’ ଫିଚର

author img

By

Published : Feb 19, 2021, 6:54 AM IST

WhatsApp

ଆମେରିକାର ମେସିଜିଂ ହ୍ବାଟ୍ସ ଆପ ଆଣିବାକୁ ଯାଉଛି ପରିବର୍ତ୍ତନ । ଫେସବୁକ ପରି ଏଥର ହ୍ବାଟ୍ସଆପରେ ରହିବ ‘ ଲଗ ଆଉଟ ’ ଅପ୍ସନ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ନୂଆ ଅପଡେଟ ପଲିସିକୁ ନେଇ ବିବାଦରେ ଫସି ଥିବା ହ୍ବାଟ୍ସ ଆପ୍‌ ଏବେ ନୂଆ ଏକ ଫିଚର ଆଣିବାକୁ ଯାଉଛି। ଆମେରିକାର ମେସିଜିଂ ହ୍ବାଟ୍ସ ଆପ ନିକଟରେ ନୂଆ ପଲିସି ଆଣିବାକୁ ଯୋଜନା କରିଥିଲା । ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଯାହା ପରବର୍ତ୍ତୀ ସମୟରେ ହ୍ବାଟ୍ସ ଆପକୁ ପଛ ଘୁଞ୍ଚା ଦେବାକୁ ବାଧ୍ୟ କରିଥିଲା । ଏବେ ପୁଣି ଥରେ ଏକ ନୂଆ ଫିଚର ଆଣିବାକୁ ଯୋଜନା କରିଛି ଏହି ମେସେଜିଂ ଆପ ।

ଫେସବୁକ ଓ ଅନ୍ୟ ମେସେଜିଂ ଆପ କରି ହ୍ବାଟ୍ସ ଆପ ‘ଲଗ୍‌ ଆଉଟ’ ର ଫିଚର ଆଣିବାକୁ ଯାଉଛି । ୟୁଜର୍ସ ନିଜ ହିସାବରେ ଯେତେବେଳେ ଚାହିଁବେ ଲଗ ଇନ କରିପାରିବେ ଏବଂ ଏଥିରୁ ବ୍ରେକ ନେବାକୁ ହେଲେ ‘ଲଗ ଆଉଟ’ କରିପାରିବେ । ମାଶବେଲ ଅନୁଯାୟୀ, ହାଟ୍ସ ଆପ ତାର ୟୁର୍ଜସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଓ ଅପଡେଟ ଉପରେ କାମ କରିଆସୁଛି । ଏଥିର ଲଗ ଆଉଟର ନୂଆ ଫିଚର ଆଣିବାକୁ ଯୋଜନା କରୁଛି ।

ଏକ ଲୋକପ୍ରିୟ ୱେବସାଇଟ WABetaInfo ହ୍ବାଟ୍ସ ଆପର ନୂଆ ଫିଚର ହେଉ କିମ୍ବା ଅପଡେଟ ଉପରେ ଖବର ଦେଇଥାଏ । ହାଟ୍ସ ଆପ ଏବେ ନୂଆ ପରିର୍ତ୍ତନ ଆଣିବାକୁ ଯାଉଛି ବୋଲି ଏହି ୱେବସାଇଟରୁ ଜଣାପଡିଛି । ୱେବସାଇଟ ମୁତବାକ, ହ୍ବାଟ୍ସ ଆପ ବ୍ୟବହାରୀ ମେସେଜିଂ ଆପରୁ କିଛି ସମୟ ବିରତି ନେବାକୁ ଚାହୁଁଛନ୍ତି । ଫଳ ସ୍ବରୂପ ହ୍ବାଟ୍ସ ଆପରେ ଲଗ ଆଉଟ ଫିଚର ରହିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.