ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, 10 ଅନ୍ତେବାସୀ ମୃତ
Published: May 16, 2023, 11:57 AM

ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, 10 ଅନ୍ତେବାସୀ ମୃତ
Published: May 16, 2023, 11:57 AM

ନ୍ୟୁଜିଲାଣ୍ଡର ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ
ୱେଲିଂଟନ: ନ୍ୟୁଜିଲାଣ୍ଡର ୱେଲିଙ୍ଗଟନର ଏକ ଚାରି ମହଲା ବିଶିଷ୍ଟ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ହୋଇ 10 ଅନ୍ତେବାସୀଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏନେଇ ସ୍ଥାନୀୟ ଗଣମାଧ୍ୟମ ତରଫରୁ ସୂଚନା ଦିଆୟାଇଛି । ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧରାକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟଜାରି ରଖିଛନ୍ତି । 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି ।
ଏହି ଘଟଣା ନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ବିଳମ୍ବିତ ରାତିରେ ୱେଲିଂଟନ୍ରେ ଥିବା ଏକ ହଷ୍ଟେଲ୍ରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି ।"
ଚାରି ମହଲା ବିଶିଷ୍ଟ ଲୋଫର୍ସ ଲଜ୍ ହଷ୍ଟେଲର ତୃତୀୟ ମହଲାରେ ସୋମବାର ବିଳମ୍ବିତ ରାତି ପ୍ରାୟ 12ଟା 30 ମିନିଟ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା 22 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 20 ଜଣଙ୍କ ପତ୍ତା ମିଳିପାରି ନାହିଁ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାର କାରଣ ଜଣାପଡିନାହିଁ । ପୋଲିସର ତଦନ୍ତ ପରେ କାରଣ ଜଣାପଡିବ ।
କିଛିଦିନ ପୂର୍ବେ ପେରୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଦକ୍ଷିଣ ପେରୁର ଏକ ଛୋଟ ସୁନା ଖଣିରେ ଅଗ୍ନିକାଣ୍ଡ ଘଟିବାରୁ 27 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁଇ ଦଶନ୍ଧି ମଧ୍ୟରେ ଏମିତି ଭୟଙ୍କର ଦୁର୍ଘଟଣା ହୋଇନଥିବା ନେଇ ସ୍ଥାନୀୟ ଅଧିକାରୀମାନେ କହିଥିଲେ । ସର୍ଟସର୍କିଟରୁ ସୁନା ଖଣିରେ ନିଆଁ ଲାଗିଥିଲା । ସ୍ଥାନୀୟ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଥିଲା । ସୁନା ଖଣିରୁ ଭୟଙ୍କର ଧୂଆଁ ବାହାରୁଥିବା ଦେଖାଦେଇଛି । ତେବେ ଏହି ଅଗ୍ନିକାଣ୍ଡରେ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ୟାନକିହୁଆ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଘଟଣାରେ ପେରୁ ମନ୍ତ୍ରୀ ପରିଷଦ ପକ୍ଷରୁ ମଧ୍ୟ ଦୁଃଖ ପ୍ରକାଶ କରାଯାଇଥିଲା । ଆରିକ୍ୟୁପା ୟାନାକ୍ୟୁହୁଆରେ ହୋଇଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଯାଇଥିଲେ ।
