ପାକିସ୍ତାନରେ ଗ୍ୟାସ ବିସ୍ଫୋରଣ: 9 ମୃତ, 4 ଆହତ

author img

By

Published : Dec 2, 2022, 9:16 AM IST

several dead wounded in a coal mine blast in pakistan

ପାକିସ୍ତାନର କୋଇଲା ଖଣିରେ ଗ୍ୟାସ ବିସ୍ଫୋରଣ । ଏହି ଅଘଟଣରେ 9 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 4 ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଇସଲାମବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । କୋଇଲା ଖଣିରେ ଗ୍ୟାସ ବିସ୍ଫୋରଣ ଘଟି ପ୍ରାୟ 9 ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ପ୍ରାୟ 4 ଜଣ ଗୁରୁତର ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପାକିସ୍ତାନର ଖାଇବର ସ୍ଥିତ ପଖତୁନଖ୍ୱା ପ୍ରଦେଶର ଏକ କୋଇଲା ଖଣିରେ ଗ୍ୟାସ ବିସ୍ଫୋରଣ ଘଟିଛି ।

ସୂଚନା ଅନୁଯାୟୀ, ବୁଧବାର କୋଇଲା ଖଣିରେ ଗ୍ୟାସ ସ୍ପାର୍କ ଯୋଗୁଁ ବିସ୍ଫୋରଣ ଘଟିଛି । ଯେଉଁଥିରେ ଲିଜ କଣ୍ଟ୍ରାକ୍ଟରଙ୍କ ସମେତ 9 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଖଣିରେ 13 ଜଣ ଶ୍ରମିକ ଥିବା ନେଇ ଜିଲ୍ଲା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । 9 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଡେପୁଟି କମିଶନର କହିଛନ୍ତି । 4 ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖଣିଜ ବିକାଶ ବିଭାଗର ଅଧିକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.