Russia Ukraine war: ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷର ମିସାଇଲ ମାଡ, ଏକାଧିକ ମୃତ

author img

By

Published : Oct 10, 2022, 5:48 PM IST

Russia Ukraine war: ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷର ମିସାଇଲ ମାଡ, ଏକାଧିକ ମୃତ

ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ୍‌ର ମିସାଇଲ ମାଡ । କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ରକ୍ତମୁଖା ହୋଇଛି ଋଷ୍‌ସେନା । ଆଜି(ସୋମବାର) ପ୍ରାୟ 70ରୁ ଅଧିକ ମିସାଇଲ ମାଡ କରାଯାଇଥିବା କିଭ୍‌ରୁ ଅଭିଯୋଗ ହୋଇଛି । ଏକାଧିକ ମୃତ ଆଶଙ୍କା । ଅଧିକ ପଢନ୍ତୁ

କିଭ: ଋଷ୍‌ରୁ ଋଷ୍‌ ଅଧିକୃତ କ୍ରିମିଆକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ ହେବା ପରେ ୟୁକ୍ରେନ ବିରୋଧରେ ନିଜ ଆଭିମୁଖ୍ୟକୁ ଆହୁରି କଠୋର କରିଛି ଋଷ୍‌ (Russia Launches several Missiles on Ukraine)। ଆଜି ଋଷ୍‌ ସେନା ପକ୍ଷରୁ ୟୁକ୍ରେନର ବିଭିନ୍ନ ସହରରେ ଘନଘନ ମିସାଇଲ ଓ ରକେଟ ମାଡ କରାଯାଇଛି । ଏଥିରେ ମୃତ୍ୟୁସଂଖ୍ୟା ସମ୍ପର୍କରେ କିଛି ସୂଚନା ମିଳିନଥିବା ବେଳେ ଏକାଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ ପାଇଛି ।

  • Russian President Vladimir Putin states, "Crimea bridge blast is an act of terrorism; Ukraine's special forces behind the bridge attack. Ukraine has also tried to blow up Turkish Stream pipeline... if attacks continue against Russia, the response will be harsh," reports Reuters pic.twitter.com/5geVjztmG1

    — ANI (@ANI) October 10, 2022 " class="align-text-top noRightClick twitterSection" data=" ">


ଆଜିର ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ୟୁକ୍ରେନ କହିଛି, ବିଭିନ୍ନ ସହରରେ ଥିବା ସାମରିକ ଓ ସାଧାରଣ ଜନବସତିରେ ପ୍ରାୟ 75ଟି ମିସାଇଲ ଓ ରକେଟ ମାଡ କରିଛି ଋଷ ସେନା । ଏଥିରେ ବହୁ ସାଧାରଣ ୟୁକ୍ରେନ୍‌ ନାଗରିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପମୁଖ୍ୟ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେହିପରି ୟୁକ୍ରେନବାସୀଙ୍କ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଥିବା ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୟୁକ୍ରେନର ସ୍ଥାନୀୟ ସମୟ ପ୍ରାୟ ସକାଳ 8:15ରେ ପ୍ରଥମ ବିସ୍ଫୋରଣ ହୋଇଥିଲା । ପରେ କ୍ରମାଗତ ଭାବେ ମିସାଇଲ ଓ ରକେଟ ମାଡ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା ।

ଅନ୍ୟପଟେ କ୍ରିମିଆ ବ୍ରିଜ୍‌ରେ ହୋଇଥିବା ଆକ୍ରମଣକୁ ଅତି ଗମ୍ଭୀରତାର ସହ ନେଇଛି ଋଷ୍‌ । ଏହି ଘଟଣାରେ ଋଷ୍‌ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଏହି ଆକ୍ରମଣ ୟୁକ୍ରେନ ଦ୍ବାରା କରାଯାଇଛି ଓ ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ରାଷ୍ଟ୍ରପତି ପୁଟିନ କହିଛନ୍ତି । ଋଷ୍‌ ରାଷ୍ଟ୍ରପତି ପୁଟିନଙ୍କ ଏପରି କଠୋର ପ୍ରତିକ୍ରିୟା ସାଙ୍ଗକୁ ଋଷ୍‌ ସେନାର ଘନଘନ ଆକ୍ରମଣ ପୁଣି ୟୁକ୍ରେନର ଦୁର୍ଦ୍ଦଶାକୁ ବଢାଇଛି ।

ଏହା ମଧ୍ୟ ପଢନ୍ତୁ:- କ୍ରିମିୟାରୁ ଋଷକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ

ଗତ 8 ତାରିଖରେ କ୍ରିମିଆରୁ ଋଷକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ପୋଲ ଉପରେ ଛିଡା ହୋଇଥିବା ଏକ ତେଲ ଟ୍ୟାଙ୍କର ଟ୍ରେନରେ ନିଆଁ ଲାଗି ଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ରେଳ ପୋଲ ନିକଟରେ ଥିବା ସଡକ ପୋଲଟି ମଧ୍ୟ ଭାଙ୍ଗି ପଡିଥିଲା । ଋଷରୁ କ୍ରିମିଆକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ମଧ୍ୟ ହୋଇଥିଲା । ଏହାକୁ ନେଇ ମସ୍କୋ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.