ବିଦ୍ୟୁତ ବିଲ ପୈଠ କରିବାକୁ ଅସମର୍ଥ ପାକିସ୍ତାନ ! ଦିନକ ପରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ

author img

By

Published : Jan 24, 2023, 2:07 PM IST

pakistan electricity crisis

ଦିନକ ପରେ ପାକିସ୍ତାନରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ । ଗ୍ରୀଡ ଅଚଳ ଯୋଗୁଁ ସୋମବାର ଠାରୁ ଦେଶବ୍ୟାପୀ ବଡ଼ ଧରଣର ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଅଧିକ ପଢ଼ନ୍ତୁ

ଇସଲାମବାଦ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ସବୁଠି ହାହାକାର ସ୍ଥିତି । ଏହାରି ମଧ୍ୟରେ ବଡ଼ ଧରଣର ବିଦ୍ୟୁତ ବିଭ୍ରାଟ ଦେଖା ଦେଇଥିଲା । ପାକିସ୍ତାନରେ ଗ୍ରୀଡ ଅଚଳ ହୋଇ ସୋମବାର ସକାଳୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଦେଶବ୍ୟାପୀ ଲକ୍ଷାଧିକ ଲୋକଙ୍କ ଘରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅନ୍ୟପଟେ ବିଦ୍ୟୁତ ବିଲ୍‌ ପୈଠ ନକରିବାରୁ ପାକିସ୍ତାନରେ ବିଦ୍ୟୁତ ସଂକଟ ଦେଖାଦେଇଥିବା ଚର୍ଚ୍ଚା ହେଉଛି।

ସୋମବାର ସକାଳୁ ଦେଶବ୍ୟାପୀ ବିଦ୍ୟୁତ ବିଚ୍ଛିନ ହେବା ପରେ ଆଜି(ମଙ୍ଗଳବାର) ସକାଳ ପ୍ରାୟ 5.15ରୁ ପୁନଃ ସଂଯୋଗ ହୋଇଛି । ଏନେଇ ପାକିସ୍ତାନ ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଦ୍ୟୁତ କାଟ ଯୋଗୁଁ ଲାହୋର, କରାଚି ଓ ଇସଲାମବାଦ ସମେତ ଅନେକ ବଡ଼ ସହର ଗୁଡ଼ିକ ପ୍ରଭାବିତ ହୋଇଥିଲା । ସୂଚନା ଅନୁଯାୟୀ, ଇସଲାମବାଦରେ 117ଟି ଗ୍ରୀଡ ଷ୍ଟେସନ ଅଚଳ ହୋଇଯାଇଥିଲା । ସେହିପରି ପେଶାୱାର, ବାଲୁଚିସ୍ତାନ, କ୍ବେଟା ସମେତ 22ଟି ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ତେବେ ଆଜି ଭୋର 5.15ରେ ଅନେକ ଅଞ୍ଚଳରେ ପୁନଃ ବିଦ୍ୟୁତ ସଂଯୋଗ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ଲାଣ୍ଟ ଆରମ୍ଭ ହୋଇନଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: China Covid Tally: ଚୀନରେ ସ୍ଥିତି ଭୟଙ୍କର, ୧ସପ୍ତାହରେ ୧୩ହଜାର କୋଭିଡ ସଂକ୍ରମିତଙ୍କ ମୃତ୍ୟୁ

ପାକିସ୍ତାନ ଶକ୍ତି ମନ୍ତ୍ରୀ କହିଛନ୍ତି, "ଦେଶରେ ଇନ୍ଧନର ଅଭାବ ନାହିଁ । ବିଦ୍ୟୁତ ବିଲ୍‌ ପୈଠ ଉପରେ ଗୁରୁତ୍ବ ଦିଆଯାଉଛି । ଆବଶ୍ୟକ ଅନୁସାରେ ବିଦ୍ୟୁତ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ହଠାତ ଗ୍ରୀଡ ଅଚଳ ହୋଇଯିବାରୁ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗ୍ରୀଡ ପୁନରୁଦ୍ଧାର ପାଇଁ ଅଧିକାରୀମାନେ ଉଦ୍ୟମ ଚଳାଇଥିଲେ । ଫଳରେ ଆଜି ବିଦ୍ୟୁତ ସରବରାହ ସ୍ବଭାବିକ ହୋଇଛି । ତେବେ ଆଜି ରାତି 10ଟା ସୁଦ୍ଧା ସମସ୍ତ ଅଞ୍ଚଳରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହେବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଅନ୍ଧାରରେ ପାକିସ୍ତାନ: ଇସଲାମବାଦରୁ କରାଚି ସବୁଠି ବିଜୁଳି ସେବା ଠପ୍

ଦେଶବ୍ୟାପୀ ବିଦ୍ୟୁତ ବିଭ୍ରାଟ ଦେଖାଦେବା ପରେ ଯାଞ୍ଚ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଗତ 4 ମାସରେ ଦ୍ବିତୀୟ ଥର ପାଇଁ ପାକିସ୍ତାନରେ ବିଦ୍ୟୁତ ସଂକଟ ହୋଇଛି । ଲଗାତାର ତିନି ବର୍ଷ ମଧ୍ୟରେ ଏହା ତୃତୀୟ ବୃହତ ବିଦ୍ୟୁତ ବିଭ୍ରାଟ ଥିଲା । ପାକିସ୍ତାନ ବେକାରୀ ସମସ୍ୟା ଓ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବାବେଳେ ବିଦ୍ୟୁତ ବିଭ୍ରାଟ ଆହୁରି ସଙ୍କଟ ଘନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.