ବିମାନ ଯାତ୍ରୀଙ୍କ ଉନ୍ମତକାଣ୍ଡ, ମଝି ଆକାଶରେ ଝରକା ଭାଙ୍ଗିବାକୁ ଉଦ୍ୟମ

author img

By

Published : Sep 19, 2022, 12:36 PM IST

ମଝି ଆକାଶରେ ଯାତ୍ରୀଙ୍କ ଉନ୍ମତକାଣ୍ଡ, ବିମାନର ଝରକା ଭାଙ୍ଗିବାକୁ ଉଦ୍ୟମ କଲେ ଯୁବକ

ବିମାନ PK-283 ମଝି ଆକାଶରେ ଉଡୁଥିବାବେଳେ ବିମାନର କ୍ରୁ ମେମ୍ବରଙ୍କ ସହ ବଚସା କରିବା ସହ ସିଟ୍‌ ଓ ଝରକାକୁ ଭାଙ୍ଗିବାକୁ ଉଦ୍ୟମ କଲେ ଯାତ୍ରୀ । ଅଧିକ ପଢନ୍ତୁ

ଇସଲାମବାଦ: ଉଡନ୍ତା ବିମାନରେ ଜଣେ ଯାତ୍ରୀଙ୍କ ଅଜବ ବ୍ୟବହାରରେ ସମସ୍ତେ ତାଜୁବ (Passenger creating ruckus mid air) । ବିମାନ କର୍ମଚାରୀଙ୍କ ସହ ବଚସା କରିବା ପରେ ସିଟ୍‌ ଓ ଝରକାକୁ ଭାଙ୍ଗିବାକୁ ଉଦ୍ୟମ କଲେ ଯାତ୍ରୀ । ଫଳରେ ବଡ ଅଘଟଣ ଟଳିବା ସହ ଅଳ୍ପକେ ବର୍ତ୍ତିଲା ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ଜୀବନ । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର (Pakistan International Airlines) ବିମାନ PK-283 ପେଶୱାରରୁ ଦୁବାଇ(Peshawar-Dubai flight) ଉଡାଣ ଆରମ୍ଭ କରିଥିଲା । ତେବେ ମଝି ଆକାଶରେ ବିମାନ ମଧ୍ୟରେ ଏପରି ହଙ୍ଗାମା ମଚାଇଥିଲେ ଯାତ୍ରୀ । ହଙ୍ଗାମା କରିବା ପରେ ଶେଷରେ ତଳେ ଶୋଇଯାଇଥିଲେ ଯାତ୍ରୀ ଜଣଙ୍କ ।

ଏହା ମଧ୍ୟ ପଢନ୍ତୁ-Air India Express ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୂଚନା ଅନୁଯାୟୀ, ବିମାନ PK-283ରେ ଏପରି ଘଟଣା ଘଟିଥିଲା । ବିମାନଟି ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଉକ୍ତ ଯାତ୍ରୀ ଜଣଙ୍କ ଅଜବ ବ୍ୟହାର କରିବା ଆରମ୍ଭ କରିଦେଇଥିଲେ । ପ୍ରଥମେ ସେଠାରେ ଥିବା କ୍ରୁ ମେମ୍ବରଙ୍କ ସହ ବଚସା କରିଥିଲେ, ଏହାପରେ ବିମାନର କ୍ଷତି କରିବାକୁ ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପରେ ସିଟ୍‌ ଗୁଡିକୁ ମଧ୍ୟ ଧକ୍କା ଦେଇଥିଲେ ଏବଂ ତା’ପରେ ମୁହଁ ତଳକୁ କରି ତଳେ ପଡ଼ିରହିଥିଲେ ।

ଯାତ୍ରୀ ଜଣଙ୍କର ଏଭଳି ଅଜବ କାଣ୍ଡ ଦେଖି ଅନ୍ୟ ଯାତ୍ରୀ ଓ ବିମାନର କ୍ରୁ ମେମ୍ବର ଡରିଯାଇଥିଲେ । ଯିଏବି ତାଙ୍କୁ ଏହା କରିବାକୁ ବାରଣ କରୁଥିଲେ ସେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉନଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଶେଷରେ ବିମାନ ଚଳାଚଳ ନିୟମ ଅନୁଯାୟୀ ଯାତ୍ରୀ ଜଣଙ୍କୁ ସିଟ୍‌ରେ ବାନ୍ଧି ଦିଆଯାଇଥିଲା ।

ଏହି ଘଟଣା ଘଟିବା ପରେ ବିମାନର କ୍ୟାପଟେନ ଦୁବାଇ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରି ସୁରକ୍ଷା ମାଗିଥିଲେ । ଏହାପରେ ବିମାନ ଦୁବାଇରେ ଅବତରଣ ପରେ ଯାତ୍ରୀ ଜଣଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ବାରା ଗିରଫ କରାଯାଇଥିଲା । ଏହି ଘଟଣା ସେପ୍ଟେମ୍ବର ୧୪ରେ ଘଟିଥିଲା । ଏଭଳି ଘଟଣାପରେ ପାକିସ୍ତାନ ଏୟାରଲାଇନ୍ସ ତରଫରୁ ଯାତ୍ରୀ ଜଣଙ୍କୁ ବ୍ଲାକଲିଷ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.