Iran Hijab Row: ହିଜାବକୁ ନେଇ ଅଶାନ୍ତ ଇରାନ, ପୋଲିସ ଗୁଳିରେ 31 ମୃତ

author img

By

Published : Sep 23, 2022, 7:31 AM IST

Iran Hijab Row: ତେଜୁଛି ଆନ୍ଦୋଳନ, ପୋଲିସ ଗୁଳିରେ ୩୧ ମୃତ

ଇରାନରେ ହିଜାବକୁ ନେଇ ପୋଲିସ ହେପାଜତରେ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁକୁ ନେଇ ବିକ୍ଷୋଭ । ଏହା ବିରୋଧରେ ଇରାନ ମହିଳା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି( Iran Women Protest) । ଏହାକୁ ରୋକିବା ପାଇଁ ମହିଳାଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଗୁଳି ଚାଳନା କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଗୁଳିରେ ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ(31 Killed In Iran Crackdown) ଶତାଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

ତେହରାନ: ଇରାନରେ ଅଶାନ୍ତ ସ୍ଥିତି । ହିଜାବକୁ ନେଇ ଇରାନରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ହିଜାବ ପିନ୍ଧିନଥିବାରୁ ତାଙ୍କ ମୁଣ୍ଡର କେଶ ଦେଖାଯାଉଥିବାରୁ ଇରାନ ମୋରାଲିଟି ପୋଲିସ ନିର୍ଯାତନାରେ ମହିସା ଆମିନୀ ନାମକ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଗତ ୧୬ ତାରିଖରୁ ସବୁଠାରେ ବିକ୍ଷୋଭ ଦେଖାଦେଇଛି । ମହିଳାମାନଙ୍କ ( Iran Women Protest) ସହ ପୁରୁଷମାନେ ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଏହାକୁ ନେଇ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେଉଥିବା ବେଳେ ଏହି ବିକ୍ଷୋଭ ୧୫ଟି ସହରକୁ ବ୍ୟାପିଛି । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଉଛି । ଏପର୍ଯ୍ୟନ୍ତ ପୋଲିସର ଗୁଳିମାଡରେ ୩୧ଜଣ ପ୍ରାଣ ହରାଇଥିବା ବେଳେ(31 Killed In Iran Crackdown) ଶତାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଏହାସହ ହଜାରେରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:Hijab Protest: ଇରାନରୁ କର୍ଣ୍ଣାଟକ, ହିଜାବ ମହିଳାଙ୍କ ପାଇଁ ବାଧ୍ୟତାମୂଳକ ହେବା ଅନୁଚିତ

ସୂଚନାଅନୁସାରେ, ମହିସା ଆମିନୀ ଜଣେ ମହିଳା ହିଜାବ ପିନ୍ଧିବାକୁ ମନା କରିବାରୁ ତାଙ୍କୁ ଇରାନ ପୋଲିସ ଗତ ୧୩ ତାରିଖରେ ଗିରଫ କରିଥିଲା । ତେବେ ୩ଦିନ ପରେ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା । ଗିରଫ ପରେ ହିଁ ସେ କୋମାକୁ ଚାଲି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ୍‌ ହେପାଜତରେ ଥିବା ବେଳେ ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କୁ ନିର୍ଯାତନା ଦିଆଯାଇଥିଲା । ଆମିନୀଙ୍କ ମୃତ୍ୟୁ ପରେ ଅନେକ ଯୁବକ ଯୁବତୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ । ହିଜାବକୁ ବାଧ୍ୟତାମୂଳକ କରାଯିବାକୁ ନେଇ ଅନେକ ମହିଳା ଚୁଟି କାଟିବା ସହ ହିଜାବ ମଧ୍ୟ ଜଳାପୋଡା କରିଥିଲେ ।

ତେବେ ଏହାକୁ ନେଇ ଇରାନ ମାନବାଧିକାର ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି ଯେ(Iran Human Rights director), "ଲୋକମାନେ ମୌଳିକ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି କିନ୍ତୁ ସରକାର ସୋମାନଙ୍କର ଆନ୍ଦୋଳନକୁ ବୁଲେଟରେ ଜବାବ ଦେଉଛନ୍ତି । " ସରକାରଙ୍କ ମୋରାଲ ପୋଲିସକୁ ବିରୋଧ କରି ଲୋକମାନେ ଗରଶାଦ ନାମକ ଏକ ମୋବାଇଲ ଆପ ମଧ୍ୟ ବନାଇଛନ୍ତି । ଏହି ଆପକୁ ୫ ଦିନରେ ୧୦ ଲକ୍ଷ ଲୋକ ଡାଉନଲୋଡ କରିଛନ୍ତି । ଏଥିରେ ଯୁବଗୋଷ୍ଠୀର ଲୋକେ ଗୋପନୀୟ ଭାବେ ବାର୍ତ୍ତା ନେଣଦେଣ କରୁଥିବାରୁ ସରକାର ମୋବାଇଲ ଇଣ୍ଟରନେଟ ବନ୍ଦ କରିବା ସହ ଇନଷ୍ଟାଗ୍ରାମକୁ ବ୍ଲକ କରିଦେଇଛନ୍ତି । ଏହି ଆନ୍ଦୋଳନ ତେହରାନରୁ ଧୀରେ ଧୀରେ ଦେଶର ଅନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଛି ।

ପୋଲିସ ଆନ୍ଦୋଳନକାରୀ ମହିଳାଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଗୁଳି ଚାଳନା ମଧ୍ୟ କରିଛି । ଆନ୍ଦୋଳନର ୩ୟ ଦିନ ଇରାନ ନୈତିକ ପୋଲିସର ମୁଖ୍ୟଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । କେବଳ ବୁଧବାର ରାତିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରିବାର ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩୧ରୋ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.