ଲାଇଭ ଷ୍ଟ୍ରିମିଂ ପେଟେଣ୍ଟ ଉଲ୍ଲଙ୍ଘନ ଅଭିଯୋଗ, ମେଟା ଗଣିବ 1405 କୋଟି ଜୋରିମାନା !

author img

By

Published : Sep 23, 2022, 2:03 PM IST

Meta fined: ଲାଇଭ ଷ୍ଟ୍ରିମିଂ ପେଟେଣ୍ଟ ଉଲଙ୍ଘନ ଅଭିଯୋଗରେ ମେଟା ଦେବ 1405 କୋଟି ଜରିମାନା !

ବିଶ୍ବର ପ୍ରତିଷ୍ଠିତ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଉପରେ ପଡିଲା ଜୋରିମାନା । 174.5 ମିଲିୟନ୍ ଡଲାର୍ ଜୋରିମାନା ଦେବାକୁ ମେଟା ମାଲିକଙ୍କୁ ନିର୍ଦ୍ଦେଶ(Meta fined $174.5 million for violating patents) । ଅଧିକ ପଢନ୍ତୁ

ସାନ ଫ୍ରାନ୍ସିସ୍କୋ: ବିଶ୍ବର ପ୍ରତିଷ୍ଠିତ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଉପରେ ପଡିଲା ଜୋରିମାନା । 174.5 ମିଲିୟନ୍ ଡଲାର୍ ଜୋରିମାନା ଦେବାକୁ ମେଟା ମାଲିକଙ୍କୁ ନିର୍ଦ୍ଦେଶ(Meta fined $174.5 million for violating patents) । ନିକଟରେ ଆମେରିକାର ଏକ ବିଚାରକ ମଣ୍ଡଳୀ ଲାଇଭ୍ ଷ୍ଟ୍ରିମିଂ ପେଟେଣ୍ଟ ଉଲ୍ଲଙ୍ଘନ କରିବା ଅଭିଯୋଗ(Meta violating patents)ରେ ମେଟା ଉପରେ 174.5 ମିଲିୟନ୍ ଡଲାର୍(ପ୍ରାୟ 1405 କୋଟି) ଜରିମାନା ପକାଇଛନ୍ତି ।

କ'ଣ ଥିଲା ମାମଲା ?

ଆମେରିକାର ଟେକ୍ସାସ ଫେଡେରାଲ କୋର୍ଟରେ ଶୁଣାଣି ହୋଇଥିବା ମାମଲା ଅନୁଯାୟୀ, ଫେସବୁକ ଏବଂ ଇନଷ୍ଟାଗ୍ରାମର ଲାଇଭ ଫିଚର୍ସ ଯେଉଁ ଟେକ୍ନୋଲୋଜି ବ୍ୟବହାର କରିଛି, ତାହା ଟମ କ୍ୟାଟିସଙ୍କ ସହ-ପ୍ରତିଷ୍ଠିତ କମ୍ପାନୀ ଭୋକ୍ସର୍ ଦ୍ୱାରା ପେଟେଣ୍ଟ ହୋଇଛି । ତେବେ ଲାଇଭ୍ ଷ୍ଟ୍ରିମିଂ ପେଟେଣ୍ଟ ଆମେରିକାର ସୈନ୍ୟଙ୍କ ପାଇଁ କ୍ଷୁଦ୍ଧ କ୍ଷେତ୍ରରେ ସହାୟକ କ୍ଷେତ୍ରରେ ପ୍ରସ୍ତୁତ ହୋଇଥିଲା । ଏହି ଟେକ୍ନୋଲୋଜି ଅନୁସାରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଲାଇଭ୍ କରାଯାଉଛି । ମାତ୍ର ଫେସବୁକ୍ ସେମାନଙ୍କୁ ନ ଜଣାଇ ଏପରି କରୁଥିବା ଭୋକ୍ସର ପକ୍ଷରୁ ଅଭିଯୋଗ ହୋଇଥିଲା ।

ଏହି ମାମଲାର ଶୁଣାଣି କରି ଆମେରିକାର ଟେକ୍ସାସ ଫେଡେରାଲ କୋର୍ଟ ମେଟା ଉପରେ ଜୋରିମାନା ପକାଇଛନ୍ତି । ମାତ୍ର ମେଟା କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଯେ, ‘‘କମ୍ପାନୀ ଦ୍ବାରା ଏପରି କୌଣସି ଭୁଲ୍ ହୋଇନାହିଁ । ଆମେ ପୁନର୍ବାର ଅଦାଲତର ଦ୍ବାରସ୍ତ ହେବୁ ।’’

ସୂଚନା ଅନୁଯାୟୀ, ଆମେରିକାରେ ହୋଇଥିବା ଆକ୍ରମଣ ପରେ କ୍ୟାଟିସ୍ ସେନାରେ ଯୋଗ ଦେଇଥିଲେ । ଅଭିଯୋଗରେ ଦର୍ଶାଯାଇଛି ଯେ, ଯେତେବେଳେ କୁନାର ପ୍ରଦେଶରେ ତାଙ୍କର ଯୁଦ୍ଧ ୟୁନିଟ୍ ଉପରେ ଆକ୍ରମଣ କରାଯାଇଥିଲା, ସେତେବେଳେ ସେ ଅନୁଭବ କରିଥିଲେ ଯେ, ସଶକ୍ତିକରଣ ଠାରୁ ଆରମ୍ଭ କରି ସମନ୍ୱୟ ଏବଂ ଡାକ୍ତରୀ ନିରାପତ୍ତା ସହ ଯୋଗାଯୋଗ ମଧ୍ୟ ସେନାକୁ ଆବଶ୍ୟକ ।

ଏହି ସମସ୍ୟାକୁ ଦୂର କରିବା ପାଇଁ କ୍ୟାଟିସ୍ ଏବଂ ତାଙ୍କ ଦଳ 2006ରେ ଯୋଗାଯୋଗ ସମାଧାନର ବିକାଶ ଆରମ୍ଭ କରିଥିଲେ । 2011ରେ ୱାକି ଟକି ଆପ୍ ଲଞ୍ଚ ହେବା ପରେ ସମ୍ଭାବ୍ୟ ସହଯୋଗ ପାଇଁ ଫେସବୁକ୍ ସାନ ଫ୍ରାନ୍ସିସ୍କୋ-ଆଧାରିତ ଭକ୍ସର୍ ନିକଟକୁ ଯାଇଥିଲା, କିନ୍ତୁ ଆଇନଗତ ଡକ୍ୟୁମେଣ୍ଟ ଅନୁଯାୟୀ ଦୁଇ କମ୍ପାନୀ ମଧ୍ୟରେ କୌଣସି ଚୁକ୍ତିନାମା ହୋଇପାରି ନାହିଁ । ମାତ୍ର ମେଟା ଲାଇଭ୍ ପାଇଁ ସମାନ ଟେକ୍ନୋଲୋଜି ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ, ଯେଉଁଥି ପାଇଁ ମେଟା ଉପରେ ଜୋରିମାନା ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.