ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମେକ୍ସିକୋ, ଜଣେ ମୃତ

author img

By

Published : Sep 20, 2022, 1:41 PM IST

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମେକ୍ସିକୋ, ଜଣେ ମୃତ

ମେକ୍ସିକୋରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ । ଅଧିକ ପଢନ୍ତୁ

ମେକ୍ସିକୋ ସିଟି: ଭୟଙ୍କର ଭୂମିକମ୍ପରେ ଥରିଲା ମେକ୍ସିକୋ(Massive earthquake shakes Mexico) । ସୋମବାର ଦିନ ମେକ୍ସୋକୋର ଦକ୍ଷିଣ-ପଶ୍ଚିମ ଉପକୂଳ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ର ୭.୭ ରେକର୍ଡ କରାଯାଇଛି । ଭୂକମ୍ପରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ ଘରଦ୍ବାର ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଭୂକମ୍ପ ପରେ ତୁରନ୍ତ ସୁନାମୀ ଆଲର୍ଟ ଜାରି କରାଯାଇଥିବା ଜଣାପଡିଛି । ୟୁଏସ୍ ଜିଓଲୋଜିକାଲ ସର୍ଭେ (US Geological Survey) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମେକ୍ସିକୋ, ଜଣେ ମୃତ

ସୂଚନା ଅନୁଯାୟୀ, ସୋମବାର ଦିନ ୧ଟା ସମୟରେ ମେକ୍ସିକୋରେ ଏହି ବଡ ଧରଣର ଭୂମିକମ୍ପ ସଂଘଠିତ ହୋଇଥିଲା । ମେକ୍ସିକୋ ମାଇକୋଆକନ ରାଜ୍ୟର(Michoacan state)ଲା ପ୍ଲାସିଟାଡି ମୋରଲୋସରେ ଏହାର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଥିଲା । ଭୂପୃଷ୍ଠରୁ ଏହାର ଗଭୀରତା ୧୫.୧ କିଲୋମିଟର ରହିଥିଲା । ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ, ଘରଦ୍ବାର, ଗାଡିମଟର ଓ ଗଛପତ୍ର ସବୁ ଜୋରରେ ଦୋହଲିବାକୁ ଲାଗିଥିଲା ।

ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକ ମୃତାହତ ନେଇ କୌଣସି ସୂଚନା ନାହିଁ । ଶକ୍ତିଶାଳୀ ଭୂକମ୍ପ ପରେ ସଙ୍ଗେ ସଙ୍ଗେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଥିଲା । ଏବେ ଏହି ସୁନାମୀ ବିପଦ ଟଳି ଯାଇଥିବା ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ବିମାନ ଯାତ୍ରୀଙ୍କ ଉନ୍ମତକାଣ୍ଡ, ମଝି ଆକାଶରେ ଝରକା ଭାଙ୍ଗିବାକୁ ଉଦ୍ୟମ

ଏହାପୂର୍ବରୁ ତାଇୱାନରେ ତିନୋଟି ବଡ ଭୂମିକମ୍ପ ଆସିଥିଲା । ୨୪ ଘଣ୍ଟାରେ ତିନୋଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ କରିଥିଲେ ଦେଶବାସୀ । ପ୍ରଥମେ ଶନିବାର ରାତିରେ ୬.୩ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା । ଏହାପରେ ରବିବାର ସକାଳେ ୬.୯ ଏବଂ ଅପରାହ୍ନରେ ୭.୨ ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଟ୍ରାକରୁ ଟ୍ରେନ ମଧ୍ୟ ଖସି ପଡିଥିଲା । ସେହିପରି କିଛି ଦିନ ତଳେ ପାପୁଆ ନିଉ ଗିନିରେ ୭.୬ ତୀବ୍ରତାର ବଡ ଧରଣର ଭୂମିକମ୍ପ ଆସିଥିଲା । ଏଥିରେ ରାସ୍ତା ଫାଟି ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.