ଅଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 4.3 ରେକର୍ଡ

author img

By

Published : Sep 23, 2022, 10:25 AM IST

earthquake hits in Afghanistan

ଅଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.3 ଆକଳନ ହୋଇଛି । ଅଧିକ ପଢ଼ନ୍ତୁ

କାବୁଲ: ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ଆଫଗାନର ହିନ୍ଦୁ କୁଶ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.3 ରେକର୍ଡ କରାଯାଇଛି । ଆଜି ଭୋର 5ଟା 22 ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଭୂକମ୍ପର ଗଭୀରତା 120 କିଲୋମିଟର ହୋଇଥିବା ବେଳେ ଏହାର ଅକ୍ଷାଂଶ 36.01 ରହିଛି । ସେହିପରି ଦ୍ରାଘିମା 70.71 ରହିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାପୂର୍ବରୁ ଗତ ଅଗଷ୍ଟ ମାସରେ ଆଫଗାନର ଫାୟାଜାବାଦରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.9 ରେକର୍ଡ ହୋଇଥିଲା । ଭୂକମ୍ପର ଗଭୀରତା 150 କିଲୋମିଟର ହୋଇଥିବା ବେଳେ ଏହା ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବରୁ 93 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ଯାହାର ଅକ୍ଷାଂଶ 36.38 ହୋଇଥିବାବେଳେ ଦ୍ରାଘିମା 71.09 ରହିଥିଲା । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନଥିଲା।

  • Earthquake of Magnitude:4.3, Occurred on 23-09-2022, 05:22:59 IST, Lat: 36.01 & Long: 70.71, Depth: 120 Km ,Region: Hindu Kush Region, Afghanistan for more information Download the BhooKamp App https://t.co/ptVUX7SJcm pic.twitter.com/ZfqbwgbdXA

    — National Center for Seismology (@NCS_Earthquake) September 23, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ: ଦିଲ୍ଲୀରୁ ୧୨୦୦ କୋଟିର ଡ୍ରଗ୍ସ ଜବତ, ଦୁଇ ଆଫଗାନିସ୍ତାନ ନାଗରିକ ଗିରଫ

ସେହିପରି ଜୁନ 22ରେ 6.1 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯେଉଁଥିରେ 1 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 16 ଶହରୁ ଅଧିକ ଆହତ ହୋଇଥିଲେ । ସେହିପରି ଭୂକମ୍ପ ଯୋଗୁଁ ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଭୂକମ୍ପର ପ୍ରଭାବ ପାକିସ୍ତାନ ଏବଂ ମାଲେସିଆରେ ମଧ୍ୟ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ 44 କିମି ଦୂରରେ ରହିଥିବା ମଧ୍ୟ ଚିହ୍ନଟ ହୋଇଥିଲା । ଏହି ଘଟଣାରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଥିଲେ ।

ଜୁନ 19ରେ ମଧ୍ୟ ଆଫଗାନିସ୍ତାନରେ 4.8 ତୀବ୍ରତାର, ଜୁଲାଇ 20ରେ ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଜୁଲାଇ 26 ତାରିଖରେ 5.4 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ଫାୟାଜାବାଦର ଦକ୍ଷିଣରୁ 89 କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ବେଳେ ଗଭୀରତା 200 କିଲୋମିଟର ରହିଥିଲା । ସେହିପରି ଏହାର ଅକ୍ଷାଂଶ 36.31 ହୋଇଥିବାବେଳେ ଦ୍ରାଘିମା 70.71 ରହିଥିଲା । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.