ତେହେରାନ ପୁଣି ସାମ୍ନାକୁ ଆସିଲା ଇରାନ ସରକାରଙ୍କ ନୃଶଂସତା । ଦୁର୍ନୀତି ମାମଲାରେ ଦୋଷୀକୁ ସର୍ବସମ୍ମୁଖରେ ଫାଶୀ ଖୁଣ୍ଟରେ ଝୁଲାଇଲେ ସରକାର । ଗତକାଲି ଇରାନର ମାରଘେହ ସହରରେ ଜଣକୁ ସମସ୍ତଙ୍କ ସାମ୍ନାରେ ଫାଶୀଦଣ୍ଡ ଦିଆଯାଇଛି । ଇରାନ ଇଣ୍ଟରନ୍ୟାସନାଲ ନାମକ ଏକ ଫରାସୀ ନ୍ୟୁଜ ଚ୍ୟାନେଲ ରିପୋର୍ଟରୁ ଏହି ଖବର ମିଳିଛି । ପୃଥିବୀରେ ଦୁର୍ନୀତି କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ମାରଘେହର ପ୍ରୋସିକ୍ୟୁଟର ମହମୁଦ ନେମାତୀଙ୍କ ଅନୁସାରେ ସେହି ବ୍ୟକ୍ତି ଜଣକ ଦୁର୍ନୀତି ପ୍ରସାର କରିବା ମହିଳା ଓ ଯୁବତୀଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରିବା ଏବଂ ଧୋକାରେ ସେମାନଙ୍କ ଫିଲ୍ମ ତିଆରି କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସମ୍ବାଦ ସରବରାହ ସଂସ୍ଥା IANS ରିପୋର୍ଟ ଅନୁସାରେ ୧୯୯୫ରେ ଅଭିଯୁକ୍ତକୁ ଗିରଫ କରାଯାଇ ମାରଘେହ ଜେଲ୍ ପଠାଯାଇଥିଲା । ଇରାନର ନ୍ୟାୟପାଳିକା ତାକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ । ତେବେ ସର୍ବସମ୍ମୁଖରେ ଜଣକୁ ଫାଶୀ ଦେବା ଘଟଣାକୁ ନରୱେର ଇରାନ ମାନବାଧିକାର ସଂଗଠନIHR କଡା ନିନ୍ଦା କରିଛି । ଏଭଳି ଭାବେ ମୃତ୍ୟୁଦଣ୍ଡ ଦେବା ଇରାନ ସରକାରଙ୍କ ଅସଲ ଚେହେରାକୁ ଦେଖାଉଛି । ଯିଏକି ସମାଜରେ କ୍ରୁରତା ଅପମାନ ଓ ଲୋକଙ୍କୁ ଡରାଇ ଧମକାଇ ଶାସନ କାଳକୁ ଲମ୍ବା କରୁଛନ୍ତି । ଆଇଆରଏଚର ନିର୍ଦ୍ଦେଶକ ମହମ୍ମୁଦ ଅମୀରି ମୋଘାଦାମ ଫାଶୀ ପାଇବାକୁ ଯାଉଥିବା ବ୍ୟକ୍ତିର ଫୋଟ ଟ୍ବିଟ୍ କରି ଏହି ବର୍ବରୋଚିତ କାର୍ଯ୍ୟକୁ ଆତଙ୍କବାଦର ଆଖ୍ୟା ଦେଇଛନ୍ତି ଏବଂ ଇରାନବାସୀ ଏହାକୁ ତୀବ୍ର ନିନ୍ଦା କରିବା ଉଚିତ୍ ବୋଲି କହିଛନ୍ତି ।ଏହାମଧ୍ୟ ପଢନ୍ତୁ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା ଆହୁରି ମଧ୍ୟ ସେ କହିଛନ୍ତି ଯେ ଇସଲାମିକ ଷ୍ଟେଟ ଟେରର ଗ୍ରୁପIS ଓ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇ ମଧ୍ୟରେ ପାର୍ଥକ୍ୟ ଏତିକି ଯେ ଆଇଏସକୁ ଆତଙ୍କୀ ସଂଗଠନ କୁହାଯାଉଛି ଏବଂ ଖାମେନେଇଙ୍କ ଇସଲାମିକ ରିପବ୍ଲିକ ଖୁବଶୀଘ୍ର ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦ ସୋସିଆଲ ଫୋରମର ଅଧ୍ୟକ୍ଷତା କରିବାକୁ ଯାଉଛି । ତେବେ ଆଇଏଚଆର ପକ୍ଷରୁ ପୋଷ୍ଟ କରାଯାଇଥିବା ଫଟୋରେ ଦେଖାଯାଇଛି ଜଣେ ବ୍ୟକ୍ତିଙ୍କ ଆଖିରେ କଳାପଟି ବନ୍ଧା ଯାଇଛି ଏବଂ ତାଙ୍କର ଦୁଇପଟେ ଦୁଇ ଜଣ ଜହ୍ଲାଦ ଛିଡା ହୋଇଛନ୍ତି । ମାନବାଧିକାର ସଂଗଠନ ଅନୁଯାୟୀ ଇରାନରେ ଚଳିତ ବର୍ଷ କେବଳ ୨୭୩ ଜଣଙ୍କୁ ଫାଶୀଦଣ୍ଡ ଦିଆଯାଇଛି । ୨୦୧୦ ମସିହା ପରଠୁ ଏହି ଦେଶରେ ମୋଟ ୭ ହଜାର ୨୬୪ ଜଣ ଫାଶୀରେ ଝୁଲିଛନ୍ତି ।