World Health Assembly: ବିଶ୍ବ ସ୍ବାସ୍ଥ୍ୟ ସଭା ଆରମ୍ଭ, 10 ଦିନ ଯାଏଁ ଚାଲିବ ଚର୍ଚ୍ଚା

author img

By

Published : May 22, 2023, 1:45 PM IST

World Health Assembly

76 ତମ ବିଶ୍ବ ସ୍ବାସ୍ଥ୍ୟ ସଭା ସ୍ବିଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହୋଇଛି । ଉତ୍ତମ ସ୍ବାସ୍ଥ୍ୟ ସେବା ନେଇ 10 ଦିନ ପର୍ଯ୍ୟନ୍ତ ହେବ ଚର୍ଚ୍ଚା । ଅଧିକ ପଢନ୍ତୁ

ଜେନେଭା: ସ୍ବିଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହେଲା ବିଶ୍ବ ସ୍ବାସ୍ଥ୍ୟ ସଭା(WHA) । ଗତକାଲି(ରବିବାର)ଠାରୁ ଏହା ଆରମ୍ଭ ହୋଇଥିବା ବେଳେ 10 ଦିନ ପର୍ଯ୍ୟନ୍ତ ଚାଲିବ । 75 ବର୍ଷ ପୂରଣ ହୋଇଥିବା ବେଳେ ଚଳିତ ବର୍ଷ 76 ତମ ବିଶ୍ବ ସ୍ବାସ୍ଥ୍ୟ ସଭା ଆରମ୍ଭ ହୋଇଛି । ସୁସ୍ଥ ଜୀବନ ପାଇଁ ସ୍ବାସ୍ଥ୍ୟର ଭୂମିକା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଏକ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ, 10 ଦିନ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ବିଶ୍ବ ସ୍ୱାସ୍ଥ୍ୟ ଜରୁରୀକାଳୀନ ସଂରଚନାରେ WHOର ଭୂମିକା ନେଇ ବିଚାରବିମର୍ଶ କରାଯିବ । ଏହାସହ ବିଗତ ବର୍ଷର ଅଗ୍ରଗତି, ସଫଳତା ଏବଂ ଆହ୍ୱାନ ସହିତ WHOର କାର୍ଯ୍ୟର ମୁଖ୍ୟ ସ୍ତମ୍ଭ ଗୁଡ଼ିକରେ ଭବିଷ୍ୟତର ପ୍ରାଥମିକତାର ମଧ୍ୟ ସମୀକ୍ଷା କରାଯିବ ।

ସଭାର ଉଦଘାଟନୀ ସମାରୋହରେ ଜାତିସଂଘ ମୁଖ୍ୟ ଅଣ୍ଟୋନିଓ ଗୁଟେରସ କହିଛନ୍ତି,"ଶାନ୍ତି ସ୍ବାସ୍ଥ୍ୟ ଉପରେ ନିର୍ଭର କରେ । ଗୋଟିଏ ଦେଶରେ ଆରମ୍ଭ ହୋଇଥିବା ରୋଗ ସମସ୍ତଙ୍କୁ ବିପଦରେ ପକାଇପାରେ । ତେଣୁ ସ୍ୱାସ୍ଥ୍ୟର ଉନ୍ନତି ପ୍ରତି ଧ୍ୟାନ ଦେବା ଉଚିତ୍‌ । କିନ୍ତୁ ଏକାଠି ହୋଇ କାମ କରିଲେ ସମସ୍ତ ପ୍ରକାର ରୋଗକୁ ମାତ ଦେଇପାରିବା ।"

ଏହା ମଧ୍ୟ ପଢନ୍ତୁ: International Tea Day: ଜାଣିଛନ୍ତି କି ପ୍ରଥମେ କିଏ ଚାଖିଥିଲେ ଚା’ ସ୍ବାଦ, ଦିବସ ପାଳିବାର ଉଦ୍ଦେଶ୍ୟ କଣ

ସେ ଅନ୍ୟ ଏକ ବିଷୟକୁ ଗୁରୁତ୍ବ ଦେଇ କହିଛନ୍ତି, "ବିଶ୍ବବାସୀଙ୍କ ଜୀବନ ଧାରଣର ସମୟ ମଧ୍ୟ ବୃଦ୍ଧି ଘଟିଛି । ପୂର୍ବ ଅପେକ୍ଷା ଲୋକମାନେ ଅଧିକ ଦିନ ବଞ୍ଚିପାରୁଛନ୍ତି । ଜୀବନ ଧାରଣର ସମୟ 50 ପ୍ରତିଶତ ବୃଦ୍ଧି ଘଟିଛି । ଶିଶୁ ମୃତ୍ୟୁ ହାର 60 ପ୍ରତିଶତ ହ୍ରାସ ପାଇଛି ଏବଂ ବିଶ୍ବରୁ ମିଳିମିଳା ରୋଗ ମୂଳପୋଛ ହୋଇଯାଇଛି ବୋଲି କହିପାରିବା ।'

କୋଭିଡ-19 ମହାମାରୀକୁ ନେଇ ସେ କହିଛନ୍ତି, "କୋରୋନା ସାର୍ବଜନୀନ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । କିନ୍ତୁ ମାତ ଦେବା ପାଇଁ ଲକ୍ଷ୍ୟ ବିଚ୍ଛେଦ ନହୋଇ ଆଗକୁ ବଢିଥିଲୁ । ସମସ୍ତ ପ୍ରକାର ମହାମାରୀକୁ ଦୂର କରି ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ । ଏହାସହ ହୁକୁ ସମର୍ଥନ କରିବାର ଆବଶ୍ୟକତା ରହିଛି । "

76 ତମ ବିଶ୍ବ ସ୍ବାସ୍ଥ୍ୟ ସେବା ବୈଠକକୁ ସମ୍ବୋଧିତ କରି WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଗେବ୍ରେଏସ 75 ବର୍ଷ ମଧ୍ୟରେ ପାଇଥିବା ସଫଳତାକୁ ମନେ ପକାଇଥିଲେ । ସଂଗଠନ ବିଭିନ୍ନ ଜଟିଳ ସମସ୍ୟାର ସାମ୍ନା କରୁଛି କାରଣ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପରେ ଲୋକଙ୍କ ଭରସା ବୃଦ୍ଧି ପାଇବାରେ ଲାଗିଛି । ରାସ୍ତାରେ ଜଟିଳ ଏବଂ କଣ୍ଟାପୂର୍ଣ୍ଣ କିନ୍ତୁ ସଫଳତା ସୁନିଶ୍ଟିତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.