ଆଫଗାନିସ୍ତାନକୁ ଜାତିସଂଘର ଆର୍ଥିକ ସହାୟତା ଘୋଷଣା, ମିଳିବ ୨ କୋଟି ଡଲାର

author img

By

Published : Sep 13, 2021, 10:41 PM IST

ଆଫଗାନିସ୍ତାନକୁ ଜାତିସଂଘର ଆର୍ଥିକ ସହାୟତା ଘୋଷଣା, ମିଳିବ ୨ କୋଟି ଡଲାର

ଆଫଗାନବାସୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛି ଆମେରିକା । ଆଫଗାନିସ୍ତାନ ଜନସାଧାରଣଙ୍କ ପାଇଁ ୨ କୋଟି ଆମେରିକୀୟ ଡଲାର ଦେବେ ବାଇଡେନ ସରକାର । ଅଧିକ ପଢନ୍ତୁ...

ୱାଶିଂଟନ: ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ପରେ ଜାତିସଂଘ ବଢାଇଛି ବଡ ସହଯୋଗର ହାତ । ଆଫଗାନବାସୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛି ଜାତିସଂଘ । ଆଫଗାନିସ୍ତାନ ଜନସାଧାରଣଙ୍କ ପାଇଁ ୨ କୋଟି ଆମେରିକୀୟ ଡଲାର ସହାୟତା ଅର୍ଥ ଜାତି ସଂଘ ପକ୍ଷରୁ ଦିଆଯିବ ।

ଆଫଗାନିସ୍ତାନର ମିଡିଆ ସଂସ୍ଥା ଟୋଲୋ ନ୍ୟୁଜ ଅନୁଯାୟୀ, ସେପଟେ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ ଗ୍ରୀନଫେଲ୍ଡ ଏହି ଆର୍ଥିକ ସହାୟତାକୁ ମାନବୀୟ ସହଯୋଗ ବୋଲି ଦର୍ଶାଇଛନ୍ତି । ୟୁଏନରେ ମ୍ପସନ ଗ୍ରୀନଫେଲ୍ଡ କହିଛନ୍ତି, ଆଫଗାନିସ୍ତାନର ସ୍ଥିତି ଗମ୍ଭୀର ରହିଛି । ଏଭଳିସ୍ଥିତିରେ ଆମେରିକା ନୂଆ ମାନବୀୟ ସହାୟତା ରୂପେ ୬୪ ମିଲିୟନ ଡଲାର ଦେବା ପାଇଁ ପ୍ରତିଶ୍ରୁତି ଦେଇଛି ଆମେରିକା । ଗ୍ରାଉଣ୍ଡ ସ୍ଥିତି ସମୀକ୍ଷା ଓ ଆକଳନ ପରେ ଭବିଷ୍ୟତରେ ଆହୁରି ଅଧିକ ଆର୍ଥିକ ସହାୟତା ଦେବା ଦିଗରେ ବିଚାର କରାଯିବ ବୋଲି ଥମ୍ପସନ କହିଛନ୍ତି ।

ଆମେରିକା ପୂର୍ବରୁ ଚୀନ ମଧ୍ୟ ଆଫଗାନିସ୍ତାନ ସରକାରଙ୍କୁ ସହାୟତା ନେଇ ଘୋଷଣା କରିସାରିଛି । ଚୀନ ୨୦୦ ମିଲିୟନ ୟୁଆନ(୩୧ ମିଲିୟନ ଡଲାର) ଆଫଗାନିସ୍ତାନକୁ ଆର୍ଥିକ ସହଯୋଗ କରିବ । ଏଥିରେ ଖାଦ୍ୟ ଯୋଗାଣ ଓ କୋରୋନା ଟିକା ସାମିଲ ରହିଛି ।

ଅନ୍ତରୀଣ ସରକାର ଗଠନ ଆଫଗାନିସ୍ତାନରେ ବ୍ୟବସ୍ଥା ସୁଧାରିବା ଦିଗରେ ଜରୁରୀ ପଦକ୍ଷେପ ଥିଲା ବୋଲି ଯୁକ୍ତିବାଢିଛି ଚୀନ । ଆଫଗାନିସ୍ତାନର ଆର୍ଥିକ ସଙ୍କଟ ବିଷୟ ଉଠାଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିୟାନ ସବୁ ଦେଶକୁ ସହଯୋଗର ହାତ ବଢାଇବା ପାଇଁ ଅପିଲ କରିଥିଲେ ।

ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ ନିଜ କବଜାକୁ ନେଇସାରିଛି କଠୋରପନ୍ଥୀ ତାଲିବାନ । ନିର୍ଦ୍ଧାରିତ ସମୟରେ ଆମେରିକା ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଫଗାନିସ୍ତାନକୁ ଦଖଲ କରିଛନ୍ତି ତାଲିବାନ ଆତଙ୍କୀ । ଆଉ ସରକାର ମଧ୍ୟ ଗଠନ ହୋଇସାରିଛି ।

ସରକାର ଗଠନ ପାଇଁ ବିଶ୍ବ ସମୂହକୁ ମାନ୍ୟତା ମାଗିଥିଲା ତାଲିବାନ । ଯଦି ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରୁଛି ତେବେ କିଏ ଯୋଗାଇବ ଆର୍ଥିକ ସହାୟତା ? କିଭଳି ଚାଲିବ ସରକାର, ଏନେଇ ଉଠିଥିଲା ତମାମ ପ୍ରଶ୍ନ । କ୍ଷମତାକୁ ଯଦିଓ ତାଲିବାନ ଦଖଲ କରିଛି, ତଥାପି ଅର୍ଥବଳ ଅଭାବରୁ ଶାସନ ଚଳାଇବା କଷ୍ଟକର ହୋଇପଡିବ ବୋଲି କୁହାଯାଉଛି । ଏହାରି ମଧ୍ୟରେ ତାଲିବାନକୁ ଝଟକା ଦେଇଥିଲା ଆମେରିକା ।

ଆଫଗାନିସ୍ତାନ ସରକାର ଆମେରିକୀୟ ବ୍ୟାଙ୍କରେ ଜମା କରିଥିବା ଟଙ୍କାକୁ ଫ୍ରିଜ୍ କରିଥିଲେ ବାଇଡେନ ସରକାର । ଏହା ପରେ, ଏହି କୋଟି କୋଟି ଟଙ୍କା ବର୍ତ୍ତମାନ ତାଲିବାନୀଙ୍କ ପାଖରେ ପହଁଞ୍ଚିପାରିବା ଅସମ୍ଭବ ହୋଇପଡିଛି । ଟ୍ରେଜେରୀ ସଚିବ ଜେନେଟ ଏଲ ୟେଲେନ ଏବଂ ଟ୍ରେଜେରୀ ବିଭାଗର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟର ଅଧିକାରୀମାନେ ନେଇଥିଲେ ଏହି ନିଷ୍ପତ୍ତି । ଆମେରିକାର ବୈଦେଶିକ ବିଭାଗ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.