ଡ୍ରୋନ ଆକ୍ରମଣରେ ୧୦ ଆଫଗାନୀ ନାଗରିକଙ୍କ ମୃତ୍ୟୁରେ କ୍ଷମା ମାଗିଲା ଆମେରିକା

author img

By

Published : Sep 18, 2021, 10:02 AM IST

Updated : Sep 18, 2021, 12:26 PM IST

କାବୁଲରେ ଗତ ମାସ ଡ୍ରୋନ ଆକ୍ରମଣ ସମୟରେ ୧୦ ନାଗରିକ ମୃତ, କ୍ଷମା ମାଗିଲା ଆମେରିକା

ISIS ଆତଙ୍କବାଦୀଙ୍କ ଏପରେ ଡ୍ରୋନ ଆକ୍ରମଣ ସମୟରେ ଭୁଲ୍ ବଶତଃ ଆଫଗାନିସ୍ତାନର ୧୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କଲା ଆମେରିକା । ଏଥିସହ ଆମେରିକା ଭୁଲ୍ ପାଇଁ ମଧ୍ୟ ପଶ୍ଚାତାପ କରିଛି । ଅଧିକ ପଢନ୍ତୁ...

ୱାଶିଂଟନ: ଭୁଲ୍ ପାଇଁ କ୍ଷମା ମାଗିଲା ଆମେରିକା । ISIS ଆତଙ୍କବାଦୀଙ୍କ ଉପରେ ଡ୍ରୋନ ଆକ୍ରମଣ ସମୟରେ ଭୁଲ୍ ବଶତଃ ଆଫଗାନିସ୍ତାନର ୧୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି ଆମେରିକା । ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହ ଏହି ଭୁଲ୍ ପାଇଁ କ୍ଷମା ମାଗିଛନ୍ତି ଆମେରିକାର ସେଣ୍ଟ୍ରାଲ କମାଣ୍ଡର ।

ଆମେରିକାର ଜଣେ ବରିଷ୍ଠ ସେଣ୍ଟ୍ରାଲ କମାଣ୍ଡର କିନୀଥ ମ୍ୟାକେଞ୍ଜି କହିଛନ୍ତି ଯେ, ଗତ ମାସ ଆଫଗାନିସ୍ତାନରୁ ଆମେରିକୀୟଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ISIS ଆତଙ୍କବାଦୀଙ୍କ ଉପରେ ଡ୍ରୋନ ଷ୍ଟ୍ରାଇକ କରିଥିଲା ଆମେରିକା । ଏହି ସମୟରେ ଆମେରିକା ଏକ ବଡ ଭୁଲ୍ କରିଛି । ମ୍ୟାକେଞ୍ଜି ଏକ ଅନୁସନ୍ଧାନ ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଷ୍ଟ୍ରାଇକରେ ଏକ ଦୁଃଖପୂର୍ଣ୍ଣ ବିରାଟ ଭୁଲ୍ ହୋଇଯାଇଛି । ଷ୍ଟ୍ରାଇକରେ ଆଫଗାନିସ୍ତାନର ୧୦ ନାଗରିକଙ୍କ ଅକାରଣେ ଜୀବନ ଯାଇଛି ।

ଆମେରିକାର ପ୍ରତିରକ୍ଷା ସଚିବ ଲୋଏଡ ଅଷ୍ଟିନ ଏକ ବିବୃତ୍ତିରେ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷମା ମାଗିଛନ୍ତି । ଅଷ୍ଟିନ ଏକ ବିବୃତ୍ତିରେ କହିଛନ୍ତି ଯେ, ଯେଉଁମାନଙ୍କ ପ୍ରାଣହାନୀ ଘଟିଛି ସେମାନଙ୍କ ପରିବାର ସଦସ୍ୟଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି । ଆମେ କ୍ଷମା ପ୍ରାର୍ଥନା କରୁଛୁ ଏବଂ ଏହି ଭୟଙ୍କର ଭୁଲରୁ ଆମେ ଶିଖିବାକୁ ଚେଷ୍ଟା କରିବୁ ।

ଅନ୍ୟପଟେ କିପରି ସେମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ, ସେନେଇ ଆଲୋଚନା ଚାଲିଥିବା ମ୍ୟାକେଞ୍ଜି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 18, 2021, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.