ସୁଗା-ସ୍କଟଙ୍କୁ ସାକ୍ଷାତ କଲେ ମୋଦି, ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେଲା ଆଲୋଚନା

author img

By

Published : Sep 24, 2021, 8:38 AM IST

ସୁଗାଙ୍କୁ ଭେଟିଲେ ମୋଦି, ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେଲା ଆଲୋଚନା

୫ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ହେବାକୁ ଥିବା କ୍ବାଡ୍ ସମ୍ମିଳନୀ ପୂର୍ବରୁ କମଲା ହାରିସଙ୍କ ସମେତ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ଭେଟିଲେ ମୋଦି । ଅଧିକ ପଢନ୍ତୁ...

ୱାସିଂଟନ: ୫ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଏହି ଗସ୍ତରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ହ୍ବାଇଟହାଉସରେ ଆୟୋଜିତ ହେବାକୁ ଥିବା କ୍ବାଡ୍ ସମ୍ମିଳନୀ ପୂର୍ବରୁ ମୋଦି ଗୁରୁବାର ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଥିବା ବେଳେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ମଧ୍ୟ ୱାସିଂଟନରେ ଫଳପ୍ରଦ ସାକ୍ଷାତକାର କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ସୁଗାଙ୍କ ସହ ସାକ୍ଷାତକାର ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ତଥା ଦ୍ବିପାକ୍ଷିକ ରଣନୀତିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା ହୋଇଛି । ଗୁରୁବାର ଏହି ବୈଠକ ପରେ ଜାପାନ ସହ ଭାରତର ବନ୍ଧୁତା ଆଗକୁ ବଢାଇବା ନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ।

  • Japan is one of India’s most valued partners. I had an excellent meeting with PM @sugawitter on a variety of subjects that would further boost cooperation between our nations. A strong India-Japan friendship augurs well for the entire planet. pic.twitter.com/5N9ibqWDzy

    — Narendra Modi (@narendramodi) September 24, 2021 " class="align-text-top noRightClick twitterSection" data=" ">

ଏହି ସାକ୍ଷାତକାର ପୂର୍ବରୁ ଗତ ଏପ୍ରିଲରେ ସୁଗା ଏବଂ ମୋଦି ଫୋନ ଯୋଗେ କଥା ହୋଇଥିଲେ । ସ୍ଥିରତା, ବିବିଧ ତଥା ବିଶ୍ବସନୀୟ ଯୋଗାଣ ଶୃଙ୍ଖଳା ସୃଷ୍ଟି, ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟାର ନିର୍ଭରଯୋଗ୍ୟ ଯୋଗାଣ ସୁନିଶ୍ଚିତ କରିବା ଓ ଉତ୍ପାଦନ ତଥା ଦକ୍ଷତା ବିକାଶରେ ନୂତନ ସହଭାଗିତା ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଦୁଇ ନେତା ଗୁରୁତ୍ବାରୋପ କରିଥିଲେ ।

ଏପ୍ରିଲରେ ମୋଦିଙ୍କ ସହ ଫୋନ କଲେ ପରେ ଜାପାନ ନେତା ଟ୍ବିଟ୍ କରିଥିଲେ, ଆମେ ନିଶ୍ଚିତ କରୁଛୁ ଯେ କୋଭିଡ-୧୯ର ପ୍ରଭାବ ବିସ୍ତାର ରୋକିବାକୁ ମିଳିତ ସହଯୋଗରେ କାର୍ଯ୍ୟ କରିବୁ ଏବଂ ଆଞ୍ଚଳିକ ସମସ୍ୟା ଦିଗରେ ଫଳପ୍ରଦ ଆଲୋଚନା କରିବୁ । ସେମାନେ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ରେଳ ପ୍ରୋଜେକ୍ଟକୁ ଉଜ୍ଜ୍ବଳ ସହଯୋଗରେ ଉଦାହରଣ ଭାବେ ହାଇଲାଇଟ୍ କରିଥିଲେ ଏବଂ ଏହାର କାର୍ଯ୍ୟକାରିତା ଦିଗରେ ଅଗ୍ରଗତିକୁ ସ୍ବାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ମୋର ଜଣେ ଭଲ ବନ୍ଧୁ ମୋରିସନଙ୍କ ସହ ସାକ୍ଷାତକାର କରିବା ମୋ ପାଇଁ ସବୁବେଳେ ଅଦ୍ଭୁତପୂର୍ଣ୍ଣ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ବ୍ୟବସାୟ, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ମଜବୁତ କରିବାକୁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ମୋଦି ଟ୍ବିଟ୍ କରିଛନ୍ତି ।

ସେହିପରି ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପ୍ରଥମ ଥର ଭେଟିଛନ୍ତି ମୋଦି । ଆମେ ଏକାଧିକ ବିଷୟବସ୍ତୁ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛୁ । ଯାହା ଭାରତ-ଆମେରିକା ବନ୍ଧୁତ୍ବ ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଆମେରିକୀୟ ଶିଳ୍ପ ସଂସ୍ଥା ଗୁଡିକର ସିଇଓଙ୍କ ସହ ଆଲୋଚନା କରିଛନ୍ତି । ୱାଇଫାଇ, ସେମି କଣ୍ଟକ୍ଟର, ଡ୍ରୋନ ଓ ୫ଜି ଟେଲିକମ୍ ସେବା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେ ସିଇଓଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.