ଆଜି ମୋଦି-ବାଇଡେନ ଆମନା ସାମନା, କ୍ବାଡରେ କଥା ହେବେ 4 ଦେଶ

author img

By

Published : Sep 24, 2021, 9:34 AM IST

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ଆଜି କ୍ବାଡ ସମ୍ମିଳନୀ ସହ ବାଇଡେନଙ୍କୁ ଭେଟିବେ

ଆମେରିକାରେ ଅନୁଷ୍ଠିତ କ୍ବାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଆମେରିକା ସହ ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟ କ୍ବାଡରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ...

ୱାଶିଂଟନ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କ୍ବାର୍ଡ ସମ୍ମିଳନୀରେ ଯୋଗ ଦେବେ । 3 ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । କ୍ବାଡ ସମ୍ମିଳନୀରେ ଆମେରିକା ଭାରତ ସମେତ ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟ ଯୋଗଦେବେ ।

3 ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଗୁରୁବାର ସକାଳେ ଆମେରିକାରେ ପହଞ୍ଚିଛନ୍ତି । ସେଠାକାର ଟପ୍ 5 CEO ମାନଙ୍କ ସହ ଆଲୋଚନା ପରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି । ଏହାପରେ ଆଜି(ଶୁକ୍ରବାର) କ୍ବାଡ୍ ସମ୍ମିଳନୀରେ ଯୋଗଦେବେ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ବାଡ ସମ୍ମିଳନୀର ଅଧ୍ୟକ୍ଷତା କରିବା ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ମଧ୍ୟ ସମ୍ମଳନୀରେ ଯୋଗଦେବେ । ଏହା ହେଉଛି ଭାରତ-ଆମେରିକା-ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟରେ ପ୍ରଥମ ସମ୍ମିଳନୀ ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ସମ୍ମିଳନୀରେ ଆଲୋଚନା ହୋଇଥିବା କୋଭିଡ-୧୯ କ୍ବାଡ ଟିକା ବାବଦରେ ଏଥର ମଧ୍ୟ ସମୀକ୍ଷା କରାଯିବ । ସେମାନେ ମଧ୍ୟ ସମସାମୟିକ ବିଶ୍ବସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ । ଯେପରିକି ଜଟିଳ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ ଏବଂ ଭିତ୍ତିଭୂମି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ମାନବିକ ସହାୟତା, ବିପର୍ଯ୍ୟୟ ପ୍ରଶମନ, ଜଳବାୟୁ ପରିବର୍ତ୍ତନ ଏବଂ ଶିକ୍ଷା ଆଦି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ ।

କ୍ବାଡ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନ ସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଦେଶ ବିଶେଷ କରି ସୀମା ସୁରକ୍ଷା ବାବଦରେ ଆଲୋଚନା କରିବେ । ସେହିପରି ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ, ପୁଞ୍ଜିନିବେଶ, ସହବନ୍ଧତା, ସ୍ୱଚ୍ଛ ଶକ୍ତି ସହଭାଗିତା ସହ ବୈଷୟିକ କ୍ଷେତ୍ରରେ ଉନ୍ନତିକରଣ ପାଇଁ ଆଲୋଚନା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.