ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗିଲଙ୍କ ଶୋ, ଫାଇନାଲରେ ପ୍ରବେଶ କଲା ଗୁଜୁରାଟ
Updated: May 27, 2023, 7:23 AM |
Published: May 27, 2023, 7:23 AM
Published: May 27, 2023, 7:23 AM

ହାଇଦ୍ରାବାଦ: ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇକୁ ପରାସ୍ତ କଲା ଗୁଜୁରାଟ । ବଡ଼ ବିଜୟ ସହ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଗୁଜୁରାଟ ଟାଇଟନ୍ସ । ଟସ ଜିତି ପ୍ରଥମେ ବିପକ୍ଷ ଦଳକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ବ୍ୟାଟିଂ ପାଇଁ ପଡିଆକୁ ଓହ୍ଳାଇ 20 ଓଭରରେ ଦଳ 3 ଓ୍ବିକେଟ ହରାଇ 233 ରନ କରି ବିପକ୍ଷ ଦଳକୁ 234 ରନର ବିଜୟ ଲକ୍ଷ୍ୟ ଦେଇଥିଲା । ବଡ଼ ବିଜୟ ଲକ୍ଷ୍ୟର ପିଛା କରି ମାତ୍ର 171 ରନରେ ସମସ୍ତ ୱିକେଟ ହରାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ଓ ରଶିଦ ଖାନଙ୍କ ଘାତକ ବୋଲିଂ ଯୋଗୁଁ ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ବିଜୟୀ ହୋଇଛି ଗୁଜୁରାଟ । ସୁପର ସଣ୍ଡଡେରେ ଫାଇନାଲରେ ଚେନ୍ନାଇକୁ ଭେଟିବ ଗୁଜୁରାଟ । ଗିଲ 60 ବଲରେ 129 ରନ କରିଥିବା ବେଳେ ସାଇ ସୁଦର୍ଶନ 43 ଓ ପାଣ୍ଡ୍ୟା ଅପରାଜିତ 28 ରନ କରିଥିଲେ । ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ 61 ଓ ତିଲକ ବର୍ମା 43 ରନ କରିଥିଲେ ।

1/ 11

Loading...