କାନ୍ସରେ ଡେବ୍ୟୁ କଲେ ମୌନି ରୟ, କ୍ରିମ ରଙ୍ଗର ଗାଉନରେ ନଜର ଆସିଲେ ଡାଏନା
Updated: May 23, 2023, 4:24 PM |
Published: May 23, 2023, 4:24 PM
Published: May 23, 2023, 4:24 PM

କାନ୍ସ ଫିଲ୍ମ ପେଷ୍ଟିଭାଲ 2023ରେ ଡେବ୍ୟୁ କରିଛନ୍ତି ନାଗିନ ଫେମ ଅଭିନେତ୍ରୀ ମୌନି ରୟ । କାନ୍ସର ଲୁକ୍ସର ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ସେୟାର କରିଛନ୍ତି। ସେପଟେ ସମ୍ମାନିତ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଡାଏନା ପେଣ୍ଟି ମଧ୍ୟ ନିଜ ଲୁକ୍ସ ଫଟୋ ସେୟାର କରିଛନ୍ତି। ତେବେ ଉଭୟ ଅଭିନେତ୍ରୀ ବେଶ ସୁନ୍ଦର ଦେଖାଯାଉଥିବା ବେଳେ ଫ୍ୟାନ୍ସ ତାଙ୍କ ଫଟୋରେ କମେଣ୍ଟ ବର୍ଷା କରିଛନ୍ତି। ଦେଖନ୍ତୁ ନଜର ପକାନ୍ତୁ ମୌନି ଏବଂ ଡାଏନାଙ୍କ ଫଟୋ ଉପରେ....

1/ 15
ଅଭିନେତ୍ରୀ ମୌନି ରୟ ଚଳିତବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଛନ୍ତି । ପ୍ରଥମ ଦିନ ସେ ୟୋଲୋ ଗାଉନରେ ନଜର ଆସିଥିବା ବେଳେ ଦ୍ବିତୀୟ ଦିନରେ ବ୍ଲାକ ଗାଉନରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ନିଜ କାନ୍ସ ଲୁକର ଫଟୋ ସେୟାର କରିଛନ୍ତି। ଫ୍ରାନ୍ସର ରିଭିରାରେ ଆୟୋଜିତ ଏହି ଇଭେଣ୍ଟରେ ରେଡ କାପେର୍ଟରେ ନିଜର ଜଲୱା ଦେଖାଇଛନ୍ତି ମୌନି। ସେପଟେ ଏଥିରେ ଅଭିନେତ୍ରୀ ଡାଏନା ପେଣ୍ଟି ମଧ୍ୟ ନିଜ ଲୁକ୍ସରେ ପୁଣି ଫ୍ୟାନ୍ସଙ୍କ ଦିୱାନା କରିଛନ୍ତି। କ୍ରିମ ରଙ୍ଗର ଗାଉନ ସହ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି। ଡାଏନା ମଧ୍ୟ ନିଜ ଲୁକ୍ସର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଡାଏନା ଏହି ଆଉଟଫିଟ ସାଇଦ କୋବିସିଙ୍କ ଦ୍ୱାରା ଡିଜାଇନ୍ ହୋଇଛି। ଡାଏନା ଫଟୋକୁ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟରେ ଲାଲ ହାର୍ଟ ସହ ଫାୟାର ଇମୋଜି ସେୟାର କରିଛନ୍ତି। ସେହିପରି ମୌନିଙ୍କ ଫଟୋ କୁ ମଧ୍ୟ ଅନେକ ତାରକା ଏବଂ ଫ୍ୟାନ୍ସ ଲାଇକ ସହ କମେଣ୍ଟ କରିଛନ୍ତି। ଅଭିନେତ୍ରୀ ତଥା ମୌନିଙ୍କ ବେଷ୍ଟି ଦିଶା ପାଟାନୀ ତାଙ୍କ ଫଟୋକୁ ଲାଇକ କରି ସୁନ୍ଦର କହି ପ୍ରଶଂସା କରିଛନ୍ତି।

Loading...