IPL 2023: ପ୍ରଥମ କ୍ବାଲିଫାୟରରେ ବାଜି ମାରି ଫାଇନାଲରେ ଚେନ୍ନାଇ
Published: May 24, 2023, 10:55 AM

ଚେନ୍ନାଇ: ଚେପକରୁ ଅହମ୍ମଦାବାଦ ପହଞ୍ଚିବାକୁ ହେଲିକପ୍ଟର ଟେକ ଅଫ ହୋଇସାରିଛି । ଚଳିତ ଆଇପିଏଲ ପ୍ରଥମ କ୍ବାଲିଫାୟରରେ ବାଜି ମାରି ନେଇଛି ଚେନ୍ନାଇ । ଚେପକରେ ସୁପର ପାୱାରଫୁଲ ସାବ୍ୟସ୍ତ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ଟାଇଟନ୍ସକୁ 15 ରନରେ ପରାସ୍ତ କରି ସିଧା ଫାଇନାଲରେ ପ୍ରବେଶ କରିଛି ସୁପର କିଙ୍ଗସ । ଦମଦାର ପାଲି ଖେଳିଥିବା ଚେନ୍ନାଇର ଋତୁରାଜ ଗାଏକ୍ବାଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପ୍ରଥମେ ବ୍ୟାଟି କରି ଚେନ୍ନାଇ 7 ୱିକେଟ ହରାଇ 172 ରନ କରିଥିଲା । 173 ରନ ବିଜୟ ଲକ୍ଷ୍ୟ ନେଇ ଖେଳଥିବା ଗୁଜୁରାଟ 157ରନରେ ଅଲଆଉଟ ହୋଇଥିଲା । ଗୁଜୁରାଟ ପକ୍ଷରୁ ଶୁଭମନ ଗିଲ ଭଲ ପ୍ରଦର୍ଶନ କରିଥିଲେ । ସେ 38 ବଲରେ 42 ରନ କରିଥିଲେ । ଏହି ବିଜୟ ସହ ଚେନ୍ନାଇ 10ମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । 4ଥର ଚମ୍ପିଆନ ହୋଇଥିବା ଚେନ୍ନାଇ 5 ଥର ରନର୍ସ ଅଫ ହୋଇଛି । ଆସନ୍ତା 28 ତାରିଖରେ ଆଇପିଏଲ ଫାଇନାଲ ଖେଳାଯିବ । ଦେଖନ୍ତୁ ଚେନ୍ନାଇ ଗୁଜୁରାଟ ପ୍ରଥମ କ୍ବାଲିଫାୟାର ମ୍ୟାଚ ବେଳର କିଛି ଫଟୋ ।

