ବିଶ୍ବକପ ଫାଇନାଲ ୨୦୨୩: ନୀଳ ସମୁଦ୍ରରେ ପରିଣତ ମୋଦି ଷ୍ଟାଡିୟମ
ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ଫାଇନାଲ ଫାଇଟ । ଆଇସିସି ବିଶ୍ବକପ ୨୦୨୩ର ଫାଇନାଲ ପାଇଁ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାରତୀୟ ପ୍ରଶଂସକଙ୍କ ଉପସ୍ଥିତିରେ ନୀଳ ସମୁଦ୍ରରେ ପରିଣତ ହୋଇଛି । ଭାରତୀୟ କ୍ରିକେଟରଙ୍କୁ ଚିଅର ଅପ୍ କରିବା ସହ ଏହି ବଡ଼ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ଲାଗି ସେଲିବ୍ରିଟି, ରାଜନେତାଙ୍କଠୁ ଆରମ୍ଭ କରି ଦେଶର କୋଣ ଅନୁକୋଣରୁ ପ୍ରଶଂସକ ଅହମ୍ମଦାବାଦରେ ପହଞ୍ଚିଛନ୍ତି ।

1/ 15
ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ଫାଇନାଲ ଫାଇଟ । ଆଇସିସି ବିଶ୍ବକପ ୨୦୨୩ର ଫାଇନାଲ ପାଇଁ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ୫ ଥର ଚମ୍ପିଆନ କଙ୍ଗାରୁ ଦଳର ସାମ୍ନା କରିଛନ୍ତି ୨ ଥର ଚମ୍ପିଆନ ହୋଇଥିବା ଭାରତ । ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ କ୍ରୀଡା ପ୍ରଶଂସକ । ଶେଷରେ ସେହି ଦିନ ଆସି ପହଞ୍ଚିଛି । ୨ ଟିମ ମଧ୍ୟରେ ଚାଲିଛି ଫାଇନାଲ ଫାଇଟ । ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାରତୀୟ ପ୍ରଶଂସକଙ୍କ ଉପସ୍ଥିତିରେ ନୀଳ ସମୁଦ୍ରରେ ପରିଣତ ହୋଇଛି । ଭାରତୀୟ କ୍ରିକେଟରଙ୍କୁ ଚିଅର ଅପ୍ କରିବା ସହ ଏହି ବଡ଼ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ଲାଗି ସେଲିବ୍ରିଟି, ରାଜନେତାଙ୍କଠୁ ଆରମ୍ଭ କରି ଦେଶର କୋଣ ଅନୁକୋଣରୁ ପ୍ରଶଂସକ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ତେବେ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଜବରଦସ୍ତ ଫିଲ୍ଡିଂ ଓ ବୋଲିଂରେ ଟୁର୍ଣ୍ଣାମେଣ୍ଟରେ ଏଯାବତ ଅପରାଜେୟ ଥିବା ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଓପନର ରୋହିତ ଶର୍ମା ଭଲ ଆରମ୍ଭ ଦେଇଥିଲେ ସୁଦ୍ଧା ତାଙ୍କ ୱିକେଟ ପତନ ପରେ ଚାପରେ ପଡିଛି ପୁରା ଟିମ । ବିରାଟ ଅର୍ଦ୍ଧଶତକ କରି ଆଉଟ୍ ହେବା ପରେ ଟିମକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରଥମ ଇନିଂସ ଶେଷ ହୋଇଥିବା ବେଳେ କଙ୍ଗାରୁ ଦଳ ଆଗରେ ୨୪୧ ରନ୍ର ଟାର୍ଗେଟ ରହିଛି । ତେବେ ଫଟୋରେ ଦେଖନ୍ତୁ ପ୍ରଥମ ଇନିଂସର ଝଲକ
Loading...
Loading...
Loading...