ଫ୍ୟାନ୍ସଙ୍କୁ ଦିୱାନା କଲା ସନ୍ନି ଏବଂ ଉର୍ବଶୀଙ୍କ ଗ୍ରୀନ ଆଉଟଫିଟ ଲୁକ୍
Updated: May 23, 2023, 4:13 PM |
Published: May 23, 2023, 4:13 PM
Published: May 23, 2023, 4:13 PM

ମୌନିଙ୍କ ପରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ ପାଇଁ ଫ୍ରାନ୍ସରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି । ସେ ସୋସିଆଲ ମିଡିଆରେ ଫ୍ରେଞ୍ଚ ରିଭିରା ସିଟିରୁ ତାଙ୍କ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଗ୍ରୀନ ଆଉଟଫିଟରେ ହଟ ଲୁକରେ ନଜର ଆସିଛନ୍ତି। ସେହିପରି କାନ୍ସରେ ନିଜ ଜଲୱା ଦେଖାଇଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା। ସେ ଗ୍ରୀନ ଫିଦର ଆଉଟଫିଟରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

1/ 12
ମେ 16ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ଡିଭାସ୍ ସେମାନଙ୍କର ଲୁକ୍ସ ପାଇଁ ଶିରୋନାମାରେ ରହିଆସୁଛନ୍ତି। ବଲିଉଡର 'ବେବି ଡଲ୍' ସନ୍ନି ଲିଓନ୍ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2023 ର ରେଡ୍ କାର୍ପେଟ୍ ମାରିବା ପାଇଁ ଫ୍ରାନ୍ସରେ ପହଞ୍ଚିଛନ୍ତି। ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ଅଭିନେତା ରାହୁଲ ଭଟ୍ଟଙ୍କ ସହ ସନ୍ନି ଚଳିତ ବର୍ଷ ତାଙ୍କ ଫିଲ୍ମ 'କେନେଡି'ର ପ୍ରିମିୟର ପାଇଁ ଡେବ୍ୟୁ କରିବେ। ସନ୍ନି ଇନଷ୍ଟାଗ୍ରାମରେ ଫ୍ରେଞ୍ଚ ରିଭିରା ସିଟିରୁ ତାଙ୍କ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସନ୍ନି ଲିଓନି ଗ୍ରୀନ କଟ-ଆଉଟ୍ ଗାଉନରେ ନଜର ଆସିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି 'ଆଶ୍ଚର୍ଯ୍ୟଜନକ ପ୍ରଥମ ଦିନ କାନ୍ସ । କେନେଡିଙ୍କ ପାଇଁ ସାକ୍ଷାତକାର କରିବା। ମୋତେ ସୁନ୍ଦର ଅନୁଭବ କରାଇଥିବାରୁ ଇଲିଆ ଭାନଜାଟୋଙ୍କୁ ଧନ୍ୟବାଦ। ଏହି ସମୟରେ, ଉର୍ବଶୀ କାନ୍ସ 2023 ରେ ଆଉ ଏକ ଦିନ ପାଇଁ ଏକ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି। ସେ ଗ୍ରୀନ ଫିଦର ଆଉଟଫିଟରେ ଦର୍ଶକଙ୍କ ଦଋଷ୍ଟି ଆକର୍ଷଣ କରିଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ଏହି ଗ୍ଲାମରସ୍ ଡିଭାସଙ୍କ ଚମତ୍କାର ଫଟୋ ଉପରେ ନଜର ପକାନ୍ତୁ,

Loading...