ସାରା, ମାନୁଷୀ ଏବଂ ମୌନିଙ୍କ ପରେ ସନ୍ନି ଲିଓନିଙ୍କ କାନ୍ସ ଡେବ୍ୟୁ
Updated: May 24, 2023, 5:11 PM |
Published: May 24, 2023, 5:11 PM
Published: May 24, 2023, 5:11 PM

ମୌନି ରୟ ଏବଂ ସନ୍ନି ଲିଓନି କାନ୍ସରେ ଡେବ୍ୟୁ କରିଛନ୍ତି । କାନ୍ସରେ ଯୋଗ ଦେବାର 3ୟ ଦିନରେ ମୌନି ହ୍ବାଇଟ ଫ୍ରକରେ ନଜର ଆସିଥିବା ବେଳେ ସନ୍ନି ପ୍ରଥମ ଦିନରେ ମେରୁନ ରଙ୍ଗର ଭେଲଭେଟ ଆଉଟଫିଟରେ ନଜର ଆସିଛନ୍ତି। ତେବେ ନଜର ପକାନ୍ତୁ ଏହି ବଲିଉଡ ଅଭିନେତ୍ରୀଙ୍କ ଲାଟେଷ୍ଟ ଲୁକ ଉପରେ.....

1/ 14
କିଛି ଦିନ ହେବ ଫ୍ରାନ୍ସ ଫ୍ରେଞ୍ଚ ରିଭିରାରେ ଥିବା ମୌନି ରୟ ଏବଂ ସନ୍ନି ଲିଓନି ଶେଷରେ କାନ୍ସ ରେଡ କାର୍ପେଟରେ ପାଦ ଦେଇଛନ୍ତି । ଉଭୟ ଡିଭାସ୍ ଚଳିତ ବର୍ଷ କାନ୍ସ ଡେବ୍ୟୁ କରିଥିଲେ। ମୌନି ଆଟେଲିର୍ ଜୁହ୍ରା ଗାଉନରେ ନଜର ଆସୁଥିବା ବେଳେ ସନ୍ନି କାନ୍ସ ଡେବ୍ୟୁ କରିବାବେଳେ ଏକ ମରୁନ୍ ଭେଲଭେଟ ଆଉଟଫିଟରେ ନଜର ଆସିଛନ୍ତି। ସନ୍ନିଙ୍କ ଚଳଚ୍ଚିତ୍ର କେନେଡିର ପ୍ରିମିୟରରେ ଯୋଗଦେବା ପାଇଁ କାନ୍ସରେ ଡେବ୍ୟୁ କରିଛନ୍ତି। ଯାହା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିର୍ଦ୍ଦେଶିତ ଫିଲ୍ମ ଅଟେ। ସେହିପରି ମୌନି କାନ୍ସର ଯୋଗ ଦେବାର 3ୟ ଦିନରେ ହ୍ବାଇଟ ଗାଉନରେ ଖୁବ ସୁନ୍ଦର ଲୁକରେ ନଜର ଆସିଛନ୍ତି। ପ୍ରଥମ ଦିନରେ ୟେଲୋ ଗାଉନ ଏବଂ 2ୟ ଦିନରେ ବ୍ଲାକ ଗାଉନରେ ନଜର ଆସିଥିଲେ ମୌନି। ତେବେ ଉଭୟ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିବା ବେଳେ ଫ୍ୟାନ୍ସ ଫଟୋକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଲାଲ ହାର୍ଟ ସହ ଫାୟାର ଇମୋଜି ସେୟାର କରିଛନ୍ତି।

Loading...