Neha Sharma Bday: ୩୬ ବର୍ଷରେ ନେହା, ଦୁବାଇରେ ଏମିତି ପାଳିଲେ ବର୍ଥ ଡେ
ଅଭିନେତ୍ରୀ ନେହା ଶର୍ମା ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି । ଭଉଣୀ ଆୟେଶା ଶର୍ମାଙ୍କ ସହ ଦୁବାଇରେ ବର୍ଥ ଡେ ସେଲିବ୍ରେଟ କରିଛନ୍ତି ନେହା । ତେବେ ନେହା ସୋସିଆଲ ମିଡିଆରେ ଜନ୍ମଦିନର ଫଟୋ ସେୟାର କରି ଝଲକ ଦେଖାଇଛନ୍ତି । ଦେଖନ୍ତୁ ଫଟୋ

1/ 10
ବିହାରର ଭାଗଲପୁରର ଜନ୍ମିତ ଅଭିନେତ୍ରୀ ନେହା ଶର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବଲିଉଡର ସଫଳ ଅଭିନେତ୍ରୀମାନଙ୍କୁ ମଧ୍ୟରୁ ଅନ୍ୟତମ । ନେହା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଡିଜାଇନିଂରୁ ଅଧ୍ୟୟନ କରିଥିଲେ । ସେ ଫ୍ୟାଶନ ଡିଜାଇନର ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ପରେ ଅଭିନୟରେ କ୍ୟାରିଅର ଆରମ୍ଭ କରିବାକୁ ଚାହିଁଥିଲେ । ଏହାପରେ ୨୦୦୭ ମସିହାରେ, ସେ ତେଲୁଗୁ ଚଳଚ୍ଚିତ୍ର 'ଚିରୁଥା' ସହ ଅଭିନୟ ଜଗତରେ ପାଦ ଦେଇଥିଲେ । ଏହାପରେ ନେହା ସିରିଏଲ କିସର୍ ଭାବେ ପ୍ରସିଦ୍ଧ ଇମ୍ରାନ୍ ହାଶ୍ମିଙ୍କ ସହ କ୍ରୁକ୍ ଚଳଚ୍ଚିତ୍ର ସହ ବଲିଉଡରେ ଡେବ୍ୟୁ କରିଥିଲେ । ନେହା ଶର୍ମାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ତାନାଜି'ରେ 2020 ମସିହାରେ ଦେଖିବାକୁ ମିଳିଥିଲା । ଅଜୟ ଦେବଗନଙ୍କ ବ୍ୟତୀତ କାଜୋଲ ଏବଂ ସୈଫ ଅଲି ଖାନ୍ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ସୁପର ହିଟ୍ ଥିଲା ଏବଂ ଏହା ନେହାଙ୍କର ବ୍ଲକବ୍ଲଷ୍ଟର ଫିଲ୍ମ ମଧ୍ୟରୁ ଗୋଟିଏ । ଆଜି ନଭେମ୍ବର ୨୧ରେ ନେହା ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ନଜର ପକାନ୍ତୁ, ନେହାଙ୍କ ଜନ୍ମଦିନ ସେଲିବ୍ରେସନର ଫଟୋ ଉପରେ....
Loading...
Loading...
Loading...