୨ଲକ୍ଷ ମୂଲ୍ୟର ଡ୍ରେସରେ ଦିଶାଙ୍କ ହଟ୍ ଲୁକ୍, ଫ୍ୟାନ୍ସ ଫିଦା
Published on: Jan 23, 2023, 12:23 PM IST |
Updated on: Jan 23, 2023, 12:23 PM IST
Updated on: Jan 23, 2023, 12:23 PM IST

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ସବୁବେଳେ ନିଜର ବୋଲ୍ଡ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଫିଦା କରିଥାନ୍ତି । ଏବେ ଦିଶାଙ୍କ ନୂଆ ଫଟୋସୁଟ ସାମନାକୁ ଆସିଛି । ଏଥିରେ ସେ ୨ ଲକ୍ଷ ମୂଲ୍ୟ ଏକ ବଡ଼ିକନ ହଟ୍ ଡ୍ରେସ ପିନ୍ଧିଛନ୍ତି । ଦିଶାଙ୍କ ଏହି ହଟ୍ ଲୁକ୍ ଫ୍ୟାନ୍ସଙ୍କ ବେଶ ପସନ୍ଦ ଆସିଛି । ଦିଶା ଅଧିକାଂଶ ବୋଲ୍ଡ ଅନ୍ଦାଜରେ ନଜର ଆସିଥାନ୍ତି । ଏହି ନୂଆ ଫଟୋସୁଟର ଫଟୋ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଫ୍ୟାନ୍ସମାନେ ଖୁବ ଲାଇକ୍ ଓ କମେଣ୍ଟ୍ କରିଛନ୍ତି । ଏବେ ଦିଶାଙ୍କ ଇନଷ୍ଟାଗ୍ରାମରେ ୫୦ ମିଲିୟନ ଫଲୋୟର୍ସ ରହିଛନ୍ତି । ଫିଟନେସକୁ ସର୍ବଦା ଗୁରୁତ୍ବ ଦେଇଥାନ୍ତି ଦିଶା । ଏହା ତାଙ୍କ ଫଟୋସୁଟରେ ଦେଖିବାକୁ ମିଳେ । ଗତ ୨୦୧୩ ଅଗଷ୍ଟ ମାସରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଥିଲେ ଦିଶା । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଅନେକ ପ୍ରଶଂସକଙ୍କ ହୃଦୟ ଜିତିପାରିଛନ୍ତି ।
1/ 11
Disha Patani

Loading...