ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

author img

By

Published : Jun 30, 2022, 9:39 AM IST

ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ । ଏକ ଚିଠି ଜରିଆରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ । ଏକ ଚିଠି ଜରିଆରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ମୁମ୍ବାଇର ବର୍ସୋଭାସ୍ଥିତ ତାଙ୍କ ବାସଭବନକୁ ଚିଠି ଆସିବା ପରେ ସ୍ବରା ତୁରନ୍ତ ପୋଲିସକୁ ଜଣାଇଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ସ୍ବରାଙ୍କୁ ହତ୍ୟା ଧମକ ମିଳିବା ପରେ ସେ ଥାନାରେ ଜଣାଇଥିଲେ। ପୋଲିସ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ବରାଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ହିନ୍ଦୀରେ ଲେଖାଯାଇଛି । ବୀର ସାବରକରଙ୍କ ଅପମାନକୁ ଦେଶର ଯୁବ ପିଢି ଆଦୌ ବରଦାସ୍ତ କରିପାରେ ନାହିଁ ବୋଲି ଲେଖା ଯାଇଛି ।

ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ
ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ସ୍ବରା ଭାସ୍କର ସର୍ବଦା ସମାଜକୁ ଚିନ୍ତାର ପକାଉଥିବା ସାମାଜିକ ଓ ରାଜନୈତିକ ମୁଦ୍ଦା ଉପରେ ମୁହଁ ଖୋଲନ୍ତି । 2017ରେ ସେ ଟ୍ବିଟ କରି ସାବରକର ବ୍ରିଟିଶ ସରକାରଙ୍କୁ କ୍ଷମା ମାଗିଥିଲେ । ଜେଲରୁ ମୁକୁଳିବା ପାଇଁ ଗୁହାରୀ କରିଥିଲେ । ସେ ଜଣେ ବୀର ନୁହନ୍ତି ବୋଲି କହିଥିଲେ । ସ୍ବରାଙ୍କ ଏହି ଟ୍ବିଟକୁ ନେଇ ହଙ୍ଗାମା ହୋଇଥିଲା । 2019ରେ ମଧ୍ୟ ଏହି ଅଭିନେତ୍ରୀ ଏକ ଭିଡିଓ ଟ୍ବିଟ କରି ସବୁଠୁ କାୟର ବାହାଦୂର ଦ୍ବାରା ତିଆରି ନିର୍ମାଣ ଯୋଜନା 'ବୀର ସାବରକର'ଙ୍କୁ ବୁଝନ୍ତୁ ବୋଲି ଟ୍ବିଟ କରିଥିଲେ । ପ୍ରକାଶ ଥାଉ କି ପୂର୍ବରୁ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.