ସାଉଥ୍ ଫିଲ୍ମ ସୁପରଷ୍ଟାର କମଲ ହାସନ ଅସୁସ୍ଥ

author img

By

Published : Nov 24, 2022, 10:16 AM IST

Updated : Nov 24, 2022, 10:34 AM IST

ସାଉଥ୍ ଫିଲ୍ ସୁପରଷ୍ଟାର କମଲ ହାସନ ଅସୁସ୍ଥ

ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର କମଲ ହାସନ(Kamal Haasan hospitalized due to ill health) । ଅଧିକ ପଢନ୍ତୁ

ଚେନ୍ନାଇ: ସାଉଥ୍ ଫିଲ୍ମ ସୁପରଷ୍ଟାର କମଲ ହାସନ(South Super Star Kamal Haasan hospitalized) ଅସୁସ୍ଥ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଗତକାଲି(ବୁଧବାର) ଡାକ୍ତରଖାନାରେ ଚେନ୍ନାଇର ଶ୍ରୀରାମଚନ୍ଦ୍ର ମେଡିକାଲରେ କରାଯାଇଥିଲା । ଚିକିତ୍ସା ପରେ ଡାକ୍ତର ତାଙ୍କୁ ଡିସ୍‌ଚାର୍ଜ କରିବା ସହ କିଛିଦିନ ବିଶ୍ରାମ ପାଇଁ ପରାମର୍ଶ ଦେଇଥିବା କୁହାଯାଉଛି ।

ଅନ୍ୟପଟେ କେତେକ ଜାତୀୟ ଗଣମାଧ୍ୟମରେ କମଲ୍ ସୁସ୍ଥ ଅଛନ୍ତି, ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ(Regular health check-up) ପାଇଁ ଡାକ୍ତରଖାନା ଯାଇଥିବା କୁହାଯାଉଛି । ତେବେ ଏନେଇ କମଲ ହାସନଙ୍କ ପିରବାର ପକ୍ଷରୁ କିମ୍ବା ଡାକ୍ତରଖାନା କର୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କୁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ 68 ବର୍ଷୀୟ ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରି ଘରକୁ ପଠାଯାଇଛି । ସଂପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର ଅଭିନେତାଙ୍କୁ ପରାମର୍ଶ ଦେଇଛନ୍ତି । ଅସୁସ୍ଥତା ଅନୁଭବ କରିବା ଯୋଗୁଁ କମଲଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ସାମାନ୍ୟ ଜ୍ୱର ମଧ୍ୟ ହୋଇଥିଲା।

କହି ରଖୁଛୁ ଯେ, କମଲ ହାସନ ବର୍ତ୍ତମାନ ଭେଟେରାନ ସାଉଥ ନିର୍ଦ୍ଦେଶକ ଏସ ଶଙ୍କରଙ୍କ ଫିଲ୍ମ 'ଇଣ୍ଡିଆନ-୨' ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ବ୍ୟତୀତ ସେ ହିଟ୍ ରିଅଲିଟି ସୋ 'ବିଗ୍ ବସ୍' ତାମିଲ୍‌ରେ ମଧ୍ୟ ବ୍ୟସ୍ତ ଅଛନ୍ତି । ସେହିପରି କମଲ୍, ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ହାସନଙ୍କୁ, ଲାଟେଷ୍ଟ ମୁଭି ଲୋକେଶ କାନାଗରାଜଙ୍କ 'ବିକ୍ରମ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ଧୁମ୍ ମଚାଇଥିଲା । ଏଥିରେ କମଲ ଏକ ଦମ୍‌ଦାର୍ ଭୂମିକାରେ ନଜର୍ ଆସିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୁଖ୍ୟ ଭୂମିକାରେ ସାଉଥ୍ ଅଭିନେତା ଫାହାଦ୍ ଫାସିଲ ମଧ୍ୟ ନଜର ଆସିଥିଲେ ।

Last Updated :Nov 24, 2022, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.