ସିରିଏଲ ଅଭିନେତା କରନବୀର ବୋହରାଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Jun 15, 2022, 8:23 PM IST

ସିରିଏଲ ଅଭିନେତା କରନବୀର ବୋହରାଙ୍କ ବିରୋଧରେ ମାମଲା ରୁଜୁ

ପରିଚିତ ସିରିଏଲ ଅଭିନେତା କରନବୀର ବୋହରାଙ୍କ ବିରୋଧରେ ମାମଲା ରୁଜୁ । ମହିଳାଙ୍କ ଠାରୁ ଟଙ୍କା ନେଇ ଠକି ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ମୁମ୍ବାଇ: ଘରେ ଘରେ ପରିଚିତ ସିରିଏଲ ଅଭିନେତା କରନବୀର ବୋହରାଙ୍କ ବିରୋଧରେ ମାମଲା ରୁଜୁ । ଜଣେ ମହିଳାଙ୍କ ଠାରୁ ୧.୯୯ କୋଟି ଠକାମି ଅଭିଯୋଗରେ ବୋହରାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲାରେ କରଣବୀରଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମ ମଧ୍ୟ ସାମିଲ ରହିଛି ।

ସୂଚନା ଅନୁଯାୟୀ, ମୁମ୍ବାଇ ଓସିୱର ପୋଲିସ ଷ୍ଟେସନରେ ଠକାମି ନେଇ କରନବୀରଙ୍କ ନାମରେ ମାମଲା ରୁଜୁ ହୋଇଛି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, କରନବୀର ତାଙ୍କ ଠାରୁ ଟଙ୍କା ନେଇ ୨.୫ ପ୍ରତିଶତ ସୁଧ ସହ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କେବଳ ମୂଳଧନ ଫେରାଇ ସୁଧ ଫେରାଇ ନଥିବା ଅଭିଯୋଗ କରିଛନ୍ତି । ଏଥିସହ କରନବୀର ଏବଂ ତାଙ୍କ ପତ୍ନୀ ଧମକ ଦେଉଥିବା ୪୦ ବର୍ଷୀୟ ମହିଳା ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.