ଆଇନ ଫାଶରେ କମେଡି କିଙ୍ଗ କପିଲ ଶର୍ମା

author img

By

Published : Jul 3, 2022, 1:00 PM IST

ଆଇନ ଫାସରେ କେମେଡି କିଙ୍ଗ କପିଲ

ଅଡୁଆରେ କମେଡି କିଙ୍ଗ କପିଲ ଶର୍ମା । ଜୁନ ମାସରୁ କପିଲ ତାଙ୍କ ଟିମ ସହ ୟୁଏସ ଓ କାନାଡା ଟୁର ଆରମ୍ଭ କରି ସାରିଛନ୍ତି । ଏହି ସମୟରେ ତାଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ଅଡୁଆରେ କମେଡି କିଙ୍ଗ କପିଲ ଶର୍ମା । ଜୁନ ମାସରୁ କପିଲ ତାଙ୍କ ଟିମ ସହ ୟୁଏସ ଓ କାନାଡା ଟୁର ଆରମ୍ଭ କରି ସାରିଛନ୍ତି । ଏହି ସମୟରେ ତାଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ହୋଇଛି । କପିଲ ଶର୍ମା ଚୁକ୍ତି ପୂରଣ କରିନଥିବା ନେଇ ଅଭିଯୋଗ ହୋଇଛି । ଘଟଣାଟି ୨୦୧୫ ମସିହାର ଅଟେ ।

ଇ ଟାଇମ୍ସ ଖବର ଅନୁଯାୟୀ ଆମେରିକାର ଜଣାଶୁଣା ପ୍ରମୋଟକ କପିଲ ଶର୍ମାଙ୍କ ନାମରେ ଚୁକ୍ତର ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛନ୍ତି। ପ୍ରମୋଟର ଜଣକ କହିଛନ୍ତି କପିଲ 6 ସହରରେ କେମିଡି ସୋ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯେଉଁଥିରୁ ସେ ଗୋଟିଏ ସ୍ଥାନରେ ସୋ କରିବାକୁ ପହଞ୍ଚି ନଥିଲେ । ଏହା ସହିତ ସେ ଆହୁରି କହିଛନ୍ତି ଗୋଟିଏ ସ୍ଥାନରେ ସୋ ନକରିବା ପାଇଁ କପିଲ ତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ କହିଥିଲେ ।

ଆଇନ ବାଟ ଆପଣେଇବେ ପ୍ରମୋଟର...

ପ୍ରମୋଟର ଅମିତ ଜେଟଲୀଙ୍କ କହିବା ଅନୁସାରେ କପିଲ ପ୍ରତିଶ୍ରୁତି ଅନୁସାର ସୋ କଲେ ନାହିଁ କି ତାଙ୍କ କଲର କୌଣସି ଜବାବ ଦେଲେ ନାହିଁ । ତାଙ୍କ ସହ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି ହେଲେ ସେ ଉତ୍ତର ଦେଇ ନାହାନ୍ତି । କପିଲ ଶର୍ମାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ । ବର୍ତ୍ତମାନ ନ୍ୟୁୟର୍କର ଏକ କୋର୍ଟରେ ମାମଲା ରହିଛି ।

ଏହା ପ୍ରଥମ ନୁହେଁ କି କପିଲ ଶର୍ମା ଆଇନ ଜାଲରେ ପଡିଛନ୍ତି । ଏହାପୂର୍ବରୁ ଆଇନର ସାମ୍ନା କରିଛନ୍ତି ସେ । ବର୍ତ୍ତମାନ ଟିମ ସହ କାନାଡାରେ ଅଛନ୍ତି କପିଲ ଶର୍ମା । ଜୁଲାଇ ଦ୍ବିତୀୟ ସପ୍ତାହରେ ନ୍ୟୁୟର୍କ ଯିବେ । ଏହି ମାମଲାରେ କପିଲ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.