ଦ୍ବିତୀୟ ଥର କୋରୋନା କବଳରେ ନିକି ତମ୍ବୋଲି

author img

By

Published : Jul 3, 2022, 1:54 PM IST

ଦ୍ବିତୀୟ ଥର କୋରୋନା କବଳରେ ନିକି ତମ୍ବୋଲି

କୋରୋନା କବଳରେ ନିକି ତମ୍ବୋଲି । ଦ୍ବିତୀୟ ଥର ପାଇଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗବସ ଫେମ ଅଭିନେତ୍ରୀ ନିକ୍କି ତମ୍ବୋଲି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋରୋନା କବଳରେ ନିକି ତମ୍ବୋଲି । ଦ୍ବିତୀୟ ଥର ପାଇଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗବସ 14 ଫେମ ଅଭିନେତ୍ରୀ ନିକ୍କି ତମ୍ବୋଲି । ଏ ନେଇ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ଆଇସୋଲେସନରେ ରହିଥିବା ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ସୂଚନା ଦେଇ ନିକି କହିଛନ୍ତି, ମୋର କୋରୋନା ରିପୋର୍ଟ ପଜିଟିଭ ଆସିଛି । ମୁଁ ବର୍ତ୍ତମାନ ସଙ୍ଗରୋଧରେ ରହିଛି । ଗୁରୁତର କୋରୋନା ଲକ୍ଷଣ ରହିଛି । ଏହା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଥିବା କହିଛନ୍ତି । ଗତ କିଛି ଦିନ ମଧ୍ୟରେ ମୋ ସହିତ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ତାଙ୍କୁ ମୋର ଅନୁରୋଧ, ସେମାନେ ଯଥାଶୀଘ୍ର ଟେଷ୍ଟ କରାଇ ନିଅନ୍ତୁ । ମାସ୍କ ପିନ୍ଧିବା ଏବଂ କୋରୋନା ନିୟମ ପାଳନ କରିବାକୁ ସମସ୍ତ ଲୋକଙ୍କୁ ନିବେଦନ କରିଛନ୍ତି ନିକି ।

ନିକିଙ୍କର ଏହି ପୋଷ୍ଟ ପରେ ତାଙ୍କୁ ଶୀଘ୍ର ସୁସ୍ଥ କାମନା କରିଛନ୍ତି ପ୍ୟାନ୍ସ ଓ ବନ୍ଧୁ । ବିଗବସ 14 ପ୍ରତିଯୋଗୀ ଅଭିନବ ଶୁକ୍ଳା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୂର୍ବରୁ 2021ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ବଗବସ 14ରେ ଅଶଂଗ୍ରହଣ କରିବା ପରେ ଘରେ ଘରେ ପରିଚିତ ହୋଇଥିଲ ନିକି । ନିକ୍କି ଜଣେ ସାଉଥ ଅଭିନେତ୍ରୀ ହୋଇଥିବାବେଳେ କାଞ୍ଚନା-3 ଚଳଚ୍ଚିତ୍ରରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.