Tu Jhuti Me Makkar: ଆସନ୍ତା ସପ୍ତାହରେ 100 କୋଟି ବ୍ୟବସାୟ କରିପାରେ TJMM
Published: Mar 16, 2023, 5:00 PM


Tu Jhuti Me Makkar: ଆସନ୍ତା ସପ୍ତାହରେ 100 କୋଟି ବ୍ୟବସାୟ କରିପାରେ TJMM
Published: Mar 16, 2023, 5:00 PM
ଅଷ୍ଟମ ଦିନ ମଧ୍ୟରେ 80 କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ଫିଲ୍ମ ତୁ ଝୁଟି ମେ ମକ୍କାର। ଆସନ୍ତା ସପ୍ତାହରେ 100 କୋଟି ବ୍ୟବସାୟ କରିପାରେ ବୋଲି ଆଶା କରାୟାଉଛି। ଅଧିକ ପଢନ୍ତୁ,
ହାଇଦ୍ରାବାଦ: ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ତୁ ଝୁଟି ମେ ମକ୍କାରକୁ ଦର୍ଶକଙ୍କ ଖୁବ ଭଲ ପାଇବା ମିଳିଛି । ଫିଲ୍ମଟି ସିଲଭର ସ୍କ୍ରିନ୍କୁ ଆସିବା ଦିନଠାରୁ ବକ୍ସ ଅଫିସରେ ଭଲ ଆୟ କରିଆସୁଛି । ଫିଲ୍ମଟି ଅଷ୍ଟମ ଦିନରେ 5.60 କୋଟି ରୋଜଗାର କରିଛି। ଅଷ୍ଟମ ଦିନ ସୁଦ୍ଧା ଫିଲ୍ମଟି 80 କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି । ଆସନ୍ତା ସପ୍ତାହରେ ଫିଲ୍ମ ତୁ ଝୁଟି ମେ ମକ୍କାର 100 କୋଟି କ୍ଲବ୍ରେ ପ୍ରବେଶ କରିପାରେ ବୋଲି ଆଶା କରାଯାଉଛି ।
-
#TuJhoothiMainMakkaar remains strong… The core markets [#Mumbai, #Delhi, #NCR, #Bengaluru] continue to hold at steady levels… Wed 15.73 cr, Thu 10.34 cr, Fri 10.52 cr, Sat 16.57 cr, Sun 17.08 cr, Mon 6.05 cr, Tue 6.02 cr. Total: ₹ 82.31 cr. #India biz. #TJMM pic.twitter.com/30LW2sJZRh
— taran adarsh (@taran_adarsh) March 15, 2023
କେବଳ ପ୍ରଥମ ସପ୍ତାହରେ ତୁ ଝୁଟି ମେ ମକ୍କାର ପ୍ରାୟ 70 କୋଟି ଆୟ କରିଥିଲା । ଚଳିତ ବର୍ଷ ପଠାନ ପରେ ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ଚଳଚ୍ଚିତ୍ରଟି 100 କୋଟି କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି । ଅଷ୍ଟମ ଦିନରେ ଫିଲ୍ମ ତୁ ଝୁଟି ମେ ମକ୍କାରର ରୋଜଗାରର ପ୍ରଥମ ଆକଳନ ପ୍ରକାଶ ପାଇଛି । ଅଷ୍ଟମ ଦିନରେ ରଣବୀର-ଶ୍ରଦ୍ଧାଙ୍କ ଅଭିନୀତ ଏହି ଫିଲ୍ମ 5.60 କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ତୁ ଝୁଟି ମେ ମକ୍କାର ମୋଟ 82.31 କୋଟି ଟଙ୍କା ବ୍ୟବସାୟ କରିଛି । ଶୀଘ୍ର 100 କୋଟି ବ୍ୟବସାୟ କରିପାରେ ବୋଲି ଆଶା କରାଯାଉଛି।
ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁସାରେ, ଫିଲ୍ମ ତୁ ଝୁଟି ମେ ମକ୍କାର ରିଲିଜର ପ୍ରଥମ ଦିନରେ ଅର୍ଥାତ୍ ବୁଧବାର 15.73 କୋଟି ରୋଜଗାର କରିଥିବା ବେଳେ ଗୁରୁବାର 10.34 କୋଟି, ଶୁକ୍ରବାର 10.52 କୋଟି, ଶନିବାର 16.57 କୋଟି, ରବିବାର 17.08 କୋଟି, ସୋମବାର 6.05 କୋଟି, ମଙ୍ଗଳବାର 6.02 କୋଟି ରୋଜଗାର କରିଛି । ମୋଟ 82.31 କୋଟି ରୋଜଗାର କରିଛି। ଏହିପରି ଆସନ୍ତା ସପ୍ତାହରେ 100 କୋଟି ଛୁଇଁପାରେ ବୋଲି ଆଶା କରାୟାଉଛି।
ସୂଚନା ଥାଉ କି, ରଣବୀର କପୁର, ଶ୍ରଦ୍ଧା କପୁର ଷ୍ଟାରର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଲଭ୍ ରଞ୍ଜନ । ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ପ୍ରଥମ ଥର ପାଇଁ ଏହି ପ୍ରୋଜେକ୍ଟରେ ଏକାଠି କାମ କରିଛନ୍ତି । ଏହି ଫିଲ୍ମରେ ଷ୍ଟାଣ୍ଡଅପ୍ କମେଡିଆନ୍ ଅନୁଭବ ସିଂ ବସ୍ସି, ଡିମ୍ପଲ କପାଡିଆ, ହସଲିନ କୌର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ମାର୍ଚ୍ଚ 8 ତାରିଖ 'ହୋଲି'ରେ ସିନେମା ହଲରେ ରିଲିଜ ହୋଇଥିବା ବେଳେ ବେଶ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ଦର୍ଶକ ମଧ୍ୟ ରଣବୀର-ଶ୍ରଦ୍ଧାଙ୍କ ଏହି ଯୋଡିକୁ ବେଶ ପସନ୍ଦ କରିବା ସହ ଫିଲ୍ମର ଭରପୁର ମଜା ନେଉଥିବା ଦେଖିବାକୁ ମିଳିଛି ।
