ଘରୁ ମିଳିଲା ଅଭିନେତ୍ରୀ ପାଉଲିନ୍ ଜେସିକାଙ୍କ ଝୁଲନ୍ତା ମୃତଦେହ

author img

By

Published : Sep 20, 2022, 11:32 AM IST

ଘରୁ ମିଳିଲା ଅଭିନେତ୍ରୀ ପାଉଲିନ୍ ଜେସିକାଙ୍କ ଝୁଲନ୍ତା ମୃତଦେହ

ଅଭିନେତ୍ରୀ ପାଉଲିନ୍ ଜେସିକା ଓରଫ୍‌ ଦୀପା ଆକାଙ୍କ ଦେହାନ୍ତ ହୋଇଛି । ଘରୁ ଝୁଲନ୍ତା ଅବସ୍ଥାରେ ପାଉଲିନଙ୍କ ମୃତଦେହ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତାମିଲ ଅଭିନେତ୍ରୀ ପାଉଲିନ୍ ଜେସିକାଙ୍କ (Pauline Jessica) ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ ପାଉଲିନ୍ ଜେସିକା ଓରଫ୍‌ ଦୀପା ଆକାଙ୍କ ଦେହାନ୍ତ ହୋଇଛି । ଘରୁ ଝୁଲନ୍ତା ଅବସ୍ଥାରେ ପାଉଲିନଙ୍କ ମୃତଦେହ ମିଳିଛି । ପୋଲିସର ସୂଚନାନୁସାରେ, ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।

ପାଉଲିନ୍ ଫିଲ୍ମ 'ବେଦ' ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରେମ ସମ୍ପର୍କ ଯୋଗୁଁ ଅଭିନେତ୍ରୀ ଏହି ପଦକ୍ଷେପ ନେଇଛନ୍ତି । ପାଉଲିନଙ୍କ ମୃତ୍ୟୁରେ ତାମିଲ ସିନେମା ଜଗତ ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ପୋଲିସ ପାଉଲଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏଥିସହ ପୋଲିସ ଘଟଣାସ୍ଥଳରୁ ଏକ ସୁସାଇଡ୍‌ ନୋଟ ଉଦ୍ଧାର କରିଛି । ସୁସାଇଡ୍‌ ନୋଟରେ ଲେଖାଯାଇଛି ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ସେ ଜଣେ ପୁରୁଷଙ୍କ ସହ ପ୍ରେମ କରୁଥିଲେ, କିନ୍ତୁ ମୃତ ଅଭିନେତ୍ରୀ ତାଙ୍କୁ ଆତ୍ମହତ୍ୟା ନୋଟରେ ପ୍ରକାଶ କରି ନାହାଁନ୍ତି ।

ତାମିଲ ସିନେମାରେ ପାଉଲିନ୍ ଦୀପା ଆକା ଭାବରେ ଜଣାଶୁଣା । ଦୀପା କେବଳ ଅଳ୍ପ କିଛି ଚଳଚ୍ଚିତ୍ରରେ କାମ କରିଥିଲେ । କାମ ସମୟରେ ଅଭିନେତ୍ରୀ ଜଣଙ୍କ ପ୍ରେମରେ ପଡିଯାଇଥିଲେ ଏବଂ କିଛି ସମସ୍ୟା ହେବାରୁ ସେ ନିଜକୁ ସମ୍ଭାଳି ପାରିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.