27 ବର୍ଷ ପରେ ପୁଣି ବଡ ପରଦାକୁ ଫେରୁଛନ୍ତି କରଣ-ଅର୍ଜୁନ !

author img

By

Published : Jul 5, 2022, 1:02 PM IST

Updated : Jul 5, 2022, 10:29 PM IST

27 ବର୍ଷ ପରେ ପୁଣି ବଡ ପରଦାକୁ ଫେରୁଛନ୍ତି କରଣ-ଅର୍ଜୁନ !

ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ ଏକ ମେଗା ଆକ୍ସନ୍ ଫିଲ୍ମ ପାଇଁ ପ୍ରସ୍ତୁତି ଚାଲିଛି। 28 ବର୍ଷ ପରେ ସଲମାନ ଖାନ ଏବଂ ଶାହାରୁଖ ଖାନ ଏକ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡର ଦୁଇ ସୁପରଷ୍ଟାର ଏବଂ 'କରଣ-ଅର୍ଜୁନ' ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର ଆସୁଛି। ବଲିଉଡ କରିଡରରେ ଶାହାରୁଖ ଖାନ ଏବଂ ସଲମାନ ଖାନ ସେମାନଙ୍କ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ଉପହାର 2024ରେ ଉଭୟ ଷ୍ଟାରଙ୍କ ପ୍ରଶଂସକଙ୍କୁ ଦିଆଯିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ ଏବଂ ସଲମାନ ଖାନ ବର୍ତ୍ତମାନ ସୁଦ୍ଧା ପରସ୍ପରର ଫିଲ୍ମରେ ପାଞ୍ଚ ମିନିଟର କ୍ୟାମୋ କରି ପ୍ରଶଂସକଙ୍କ ହୋସ୍‌ ଉଡାଉଥିଲେ। କିନ୍ତୁ ବର୍ତ୍ତମାନ ତାହା ଆଉ ହେବ ନାହିଁ । କାରଣ ବର୍ତ୍ତମାନ ଖବର ଆସିଛି ଯେ ବଲିଉଡର କରଣ-ଅର୍ଜୁନ ପୁଣି ଫେରୁଛନ୍ତି ।

ଗଣମାଧ୍ୟମ ଅନୁଯାୟୀ, ଶାହାରୁଖ ଏବଂ ସଲମାନ ଖାନଙ୍କୁ ନେଇ ଏକ କାହାଣୀ ପ୍ରସ୍ତୁତ କରାଯାଉଛି ଏବଂ ୟଶ ରାଜ ବ୍ୟାନରର ମାଲିକ ଆଦିତ୍ୟ ଚୋପ୍ରା ଏହି ଦୁଇ ସୁପରଷ୍ଟାରଙ୍କ ସହ ଏହି ଫିଲ୍ମ ନିର୍ମାଣ କରିବେ। ଏହା ଏକ ହାଇ ଡ୍ରାମା ଆକ୍ସନ୍ ଚଳଚ୍ଚିତ୍ର ହେବ, ଯେଉଁଥିରେ ଶାହାରୁଖ-ସଲମାନ ପୁରା ଆକ୍ସନ୍ ମୁଡରେ ନଜର ଆସିବେ । କରଣ-ଅର୍ଜୁନ (1995) ପରେ ଶାହାରୁଖ-ସଲମାନ ଦୀର୍ଘ ସମୟ ପରେ ପରଦାରେ ନଜର ଆସିବେ । 27 ବର୍ଷ ପରେ ଏହି ଚଳଚ୍ଚିତ୍ରରେ ଶାହାରୁଖ ଏବଂ ସଲମାନ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଶାହାରୁଖ ଖାନଙ୍କ କାମ ବିଷୟରେ କହିବାକୁ ଗଲେ, ସେ ଆଜିକାଲି ପଠାନ, ଡଙ୍କି ଏବଂ ଯବାନ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି। ପଠାନ 25 ଜାନୁୟାରୀ 2023 ରେ ମୁକ୍ତିଲାଭ କରିବାକୁ ଯାଉଛି। ସଲମାନ ଖାନଙ୍କ କାମ ବିଷୟରେ କହିବାକୁ ଗଲେ, ତାଙ୍କ ପାଖରେ ଟାଇଗର 3, ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି ଏବଂ କଭି ଇଦ୍ କଭି ଦିୱାଲୀ ଭଳି ଫିଲ୍ମ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 5, 2022, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.