ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ କିଙ୍ଗ୍‌ ଖାନ୍, ଫ୍ୟାନ୍ସଙ୍କୁ ଦେଲେ ଖାସ୍‌ ଉପହାର

author img

By

Published : Jun 25, 2022, 4:46 PM IST

ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ କିଙ୍ଗ୍‌ ଖାନ୍, ଫ୍ୟାନ୍ସଙ୍କୁ ଦେଲେ ଖାସ୍‌ ଉପହାର

ବଲିଉଡର ବାଦଶାହ ଶାହରୁଖ ଖାନ୍‌ ଆଜି (ଜୁନ୍ 25) ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିୟରର 30 ବର୍ଷ ପୂରଣ କରିଛନ୍ତି । ଏହି ବିଶେଷ ଅବସରରେ ଶାହାରୁଖ ଖାନ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡର 'ବାଦଶାହ' ଶାହରୁଖ ଖାନ୍‌ ଆଜି (ଜୁନ୍ 25) ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିୟରର 30 ବର୍ଷ ପୂରଣ କରିଛନ୍ତି । ଏହି ବିଶେଷ ଅବସରରେ ଶାହାରୁଖ ଖାନ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'ରୁ ଶାହାରୁଖଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି । ଶାହାରୁଖ ଖାନ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଫିଲ୍ମ 'ପଠାନ'ର ଏକ ଦମଦାର ମୋସନ ପୋଷ୍ଟର ସେୟାର କରିଛନ୍ତି।

ପୋଷ୍ଟରରେ ଶାହାରୁଖ ଖାନ ଗୋଟିଏ ହାତରେ ବନ୍ଧୁକ ଧରି ଠିଆ ହୋଇଛନ୍ତି । ଶାହାରୁଖଙ୍କ ଏହି ଲୁକ୍ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଇନଷ୍ଟାଗ୍ରାମରେ ମୋସନ ପୋଷ୍ଟର ସେୟାର କରି ଶାହାରୁଖ ଲେଖିଛନ୍ତି, '30 ବର୍ଷ ଏବଂ ଗଣୁ ନାହିଁ କାରଣ ଆପଣଙ୍କ ଭଲପାଇବା ଏବଂ ହସ ଅସୀମ ଅଟେ । ଏହି ଯାତ୍ରା #Pathan ସହିତ ଜାରି ରହିଛି । 2023 ଜାନୁୟାରୀ 25ରେ # YRF50 ସହିତ # ପଠାନ୍ ପାଳନ କରନ୍ତୁ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରୁଛି।

ଏଥିସହିତ ଶାହାରୁଖଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ପ୍ରତିକ୍ରିୟା ରଖିଛନ୍ତି । 'ପଠାନ'ର ଏହି ମୋସନ ପୋଷ୍ଟରକୁ ଏପର୍ଯ୍ୟନ୍ତ 5 ଲକ୍ଷରୁ ଅଧିକ ଲାଇକ୍ ମିଳିଛି । ଏଥିରୁ ଏହା କୁହାଯାଇପାରେ ଯେ ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ ଦେଖିବା ଚାତକ ପରି ଚାହିଁ ବସିଛନ୍ତି।

30 ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଶାହାରୁଖ

'ପଠାନ'ରେ ଜନ୍ ଅବ୍ରହାମ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । 1992 ମସିହାରେ ମୁକ୍ତିଲାଭ କରିଥିବା ରାଜ ୱାରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦିୱାନା'ରୁ ଶାହାରୁଖ ଖାନ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ଦିବ୍ୟା ଭାରତୀ ଏବଂ ଋଷି କପୁର ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ପ୍ରମାଣିତ ହୋଇଥିଲା ଏବଂ ପ୍ରଥମ ଚଳଚ୍ଚିତ୍ରରୁ ହିଁ ଶାହାରୁଖ ଖାନଙ୍କ ଯାଦୁ ବଲିଉଡରେ ଚାଲିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.