ଅଫେରା ରାଇଜରେ ଆଦିତ୍ୟ ସିଂ ରାଜପୁତ, ମୁମ୍ବାଇ ଆପାର୍ଟମେଣ୍ଟ ବାଥରୁମରୁ ମିଳିଲା ମୃତଦେହ

author img

By

Published : May 22, 2023, 7:32 PM IST

Updated : May 22, 2023, 7:56 PM IST

ଆଉ ନାହାଁନ୍ତି ବଲିଉଡର ଅଭିନେତା ଆଦିତ୍ୟ ସିଂ ରାଜପୁତ

ଆଉ ନାହାଁନ୍ତି ବଲିଉଡର ଅଭିନେତା ଆଦିତ୍ୟ ସିଂ ରାଜପୁତ । ବାଥରୁମରେ ପଡି ମୃତ୍ୟ ଘଟିଥିବା ସୂଚନା । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଏଣ୍ଟରଟେନମେଣ୍ଟ ଜଗତ ଉପରେ ଖସି ପଡିଛି ଦୁଃଖର କଳା ବାଦଲ । ଆଜି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ଶରତ ବାବୁ ଅଫେରା ରାଇଜକୁ ଚାଲିଯାଇଥିବା ବେଳେ, ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳିଯାଇଥିଲା । ଏହି ଦୁଃଖଦ ଖବର ପରେ ଆଉ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ଏଣ୍ଟଟେନମେଣ୍ଟ ଇଣ୍ଡଷ୍ଟ୍ରିର ଦୁଃଖକୁ ଦୁଇଗୁଣ କରି ଦେଇଛି । ବଲିଉଡର ଅଭିନେତା, ମଡେଲ ଏବଂ କାଷ୍ଟିଂ ସଂଯୋଜକ ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ ମିଳିବା ଖବର ପରେ ଶୋକାକୂଳ ହୋଇ ଉଠିଛି ବଲିଉଡ ଇଣ୍ଡଷ୍ଟ୍ରି ।

ସୂଚନାନୁଯାୟୀ, ଆଦିତ୍ୟ ସିଂ ରାଜପୁତ ମୁମ୍ବାଇର ଅନ୍ଧେରିରେ ଅବସ୍ଥିତ ତାଙ୍କ ଆପାର୍ଟମେଣ୍ଟର ୱାଶରୁମରେ ଅଭିନେତାଙ୍କ ମୃତଦେହ ମିଳିଥିଲା । ତାଙ୍କ ବନ୍ଧୁ ତାଙ୍କୁ ବାଥରୁମ ଘରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଯାହା ପରେ ସେ ବିଲ୍ଡିଂର ସୁରକ୍ଷା କର୍ମୀଙ୍କ ସହଯୋଗରେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଅତ୍ୟଧିକ ନିଶା ସେବନ ହେତୁ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରିଛି । ଆଦିତ୍ୟ ସିଂ ରାଜପୁତ ଜଣେ ଲୋକପ୍ରିୟ ମଡେଲ ଏବଂ ଅଭିନେତା ଥିଲେ । ସେ ଗନ୍ଦିବାତ ଏବଂ ସ୍ପ୍ଲିଟଭିଲ୍ଲା ରିଆଲିଟି ସିରିଏଲରେ ନଜର ଆସିଛନ୍ତି । ଏହି ଦୁଇଟି ସିରିଏଲ ପାଇଁ ସେ ବେଶ ଲୋକ ପ୍ରିୟତା ହାସଲ କରିଥିଲେ । ତେବେ ଆଦିତ୍ୟଙ୍କ ଇନଷ୍ଟାଗ୍ରାମ କାହାଣୀରୁ ଜଣାପଡିଛି ଯେ ସେ ଗତକାଲି ରାତିରେ ନିଜ ସାଙ୍ଗମାନଙ୍କ ସହିତ ଘରେ ଥିଲେ । ସେ ତାଙ୍କ ସାଙ୍ଗ ସହ ଏକ ମସ୍ତିୱାଲା ଭିଡିଓ ସେୟାର କରିଥିଲେ ।

କାଷ୍ଟିଂ ଡାୟେରେକ୍ଟର ଆଦିତ୍ୟ ସିଂ: କେବଳ ମଡେଲ ନୁହେଁ ଆଦିତ୍ୟ ସିଂ ବେଶ ଫେମସ କାଷ୍ଟିଂ ଡାରେକ୍ଟର ମଧ୍ୟ ଥିଲେ । ସ୍ପ୍ଲିଟଭିଲ୍ଲା ଟିଭି ରିଆଲିଟି ସୋ ସହିତ ଲୋକପ୍ରିୟ ହୋଇଥିଲେ । ତାଙ୍କ ବ୍ୟକ୍ତିତ୍ବ ବେଶ ଆକର୍ଷଣିୟ ଥିଲା । ସେ ବ୍ୟକ୍ତିତ୍ବକୁ ଆକ୍ଟ୍ରାଟିଭ କରିବା ପାଇଁ ଗ୍ରୁମିଂ କ୍ଲାସ ମଧ୍ୟ କରୁଥିଲେ । ସେ ଜଣେ ମଡେଲ ଭାବରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଅଭିନୟ କ୍ୟାରିଅରରେ ସଫଳତା ସହ ଆଦିତ୍ୟ ୩୦୦ରୁ ଅଧିକ ବିଜ୍ଞାପନରେ କାମ ମଧ୍ୟ କରିଛନ୍ତି । ସେ ସୋସିଆଲ ମିଡିଆ ସାଇଟ୍‌ରେ ବେଶ ଆକ୍ଟିଭ ରୁହନ୍ତି । ପ୍ରତିଦିନ ତାଙ୍କର ପୋଷ୍ଟକୁ ତାଙ୍କ ଫ୍ୟାନ୍ସ ବେଶ ପସନ୍ଦ କରନ୍ତି । ତେବେ ଆଦିତ୍ୟ ସିଂଙ୍କ ଅଚାନକ ମୃତ୍ୟୁ ଖବର ତାଙ୍କ ଫ୍ୟାନ୍ସକୁ ବଡ ଝଟକା ଦେଇଛି ।

  • Actor Aditya Singh Rajput found dead at his apartment in Andheri area. Body sent for post-mortem. Investigation underway: Mumbai Police

    (Pic: Aditya's Instagram) pic.twitter.com/1ZHbKB9ilp

    — ANI (@ANI) May 22, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 22, 2023, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.