SIIMA Awards 2023: RRR ପାଇଁ ଜୁନିଅର NTRକୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ

SIIMA Awards 2023: RRR ପାଇଁ ଜୁନିଅର NTRକୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ
ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ବାର୍ଡ(SIIMA) 2023 ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହେବ । RRR ପାଇଁ ଜୁନିଅର NTRକୁ ଶ୍ରେଷ୍ଠ ଅଭିନେତା ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ
ହାଇଦ୍ରାବାଦ: ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ବାର୍ଡ(SIIMA) 2023 ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରାତିରେ SIIMA 2023 ଏହାର 11 ତମ ସଂସ୍କରଣ ଆୟୋଜନ କରିଥିବା ବେଳେ ଇଭେଣ୍ଚରେ ସିନେ ତାରକାମାନେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଚଳଚ୍ଚିତ୍ର ଜଗତର ବହୁ ସେଲିବ୍ରେଟି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଦୁଇ ଦିନ ଧରି ଏହି ଇଭେଣ୍ଟ ଚାଲିବାକୁ ଥିବା ବେଳେ ଆଜି ଶେଷ ହେବ । ତେବେ ଜୁନିଅର ଏନଟିଆର ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ଆରଆରଆର' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ମୃଣାଳ ଠାକୁର ନିଜ ଫିଲ୍ମ ସିତା ରମମରେ ନିଜ ଭୂମିକା ପାଇଁ ବେଷ୍ଟ ଡେବ୍ୟୁଟେଣ୍ଟ ଟ୍ରଫିକୁ ନିଜ ନାମରେ କରିବାରେ ସଫଳ ହୋଇଥିଲେ ।
-
His electrifying performance in RRR stole all our hearts! He has won the Best Actor in a Leading Role (Telugu) for the same. Congratulations, @tarak9999! Thank you for delivering an unforgettable performance.#NEXASIIMA #DanubeProperties #A23Rummy #HonerSignatis #Flipkart… pic.twitter.com/9zt5QxTsnd
— SIIMA (@siima) September 15, 2023
ସୂଚନାଅନୁସାରେ, କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜେନେରେସନ୍ ନେଷ୍ଟ ପୁରସ୍କାର ଗୁଡିକ ଆଗାମୀ ସାଉଥ ଇଣ୍ଡିଆନ ଚଳଚ୍ଚିତ୍ର କଳାକାରମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ଦିନରେ SIIMA ପୁରସ୍କାର ପ୍ରଦାନ କରାଯାଇଥାଏ ।
SIIMA ଆଓ୍ବାର୍ଡ 2023ର ତେଲୁଗୁ ବିଜେତା:
- ବେଷ୍ଟ ଲିଡିଂ ରୋଲ: ଆରଆରଆର ପାଇଁ ଜୁନିଅର ଏନଟିଆର
- ବେଷ୍ଟ ଡାଇରେକ୍ଟର: ଆରଆରଆର ପାଇଁ ଏସଏସ ରାଜମୌଲି
- ବେଷ୍ଟ ଫିଲ୍ମ: ସୀତା ରାମମ
- ବେଷ୍ଟ ଡେବ୍ୟୁ ଅଭିନେତ୍ରୀ: ସିତା ରାମମ ପାଇଁ ମୃଣାଲ ଠାକୁର
- ଫ୍ଲିପକାର୍ଟ ଫେସନ ୟୁଥ ଆଇକନ: ଶୃତି ହାସନ
- ପ୍ରୋମିସିଙ୍ଗ ନ୍ୟୁକମର: ବେଲମକୋଣ୍ଡା ଗଣେଶ
- ବେଷ୍ଟ ଆକ୍ଟର ଇନ ଲିଡିଂ ରୋଲ(କ୍ରିଟିକ୍ସ): ଅଦିବି ରୋଷ
- ବେଷ୍ଟ ଆକ୍ଟରେସ ଇନ ଲିଡିଂ ରୋଲ: ଧମାକା ପାଇଁ ଶ୍ରିଲିଲା
- ବେଷ୍ଟ ଆକ୍ଟର ଇନ ଲିଡିଂ ରୋଲ(କ୍ରିଟିକ୍ସ): ସିତା ରମମ ପାଇଁ ମୃଣାଲ ଠାକୁର
SIIMA ପୁରସ୍କାର 2023ରେ କନ୍ନଡ ବିଜେତାଙ୍କ ନାମ
- ବେଷ୍ଟ ଆକ୍ଟର ଇନ ଲିଡିଂ ରୋଲ(କ୍ରିଟିକ୍ସ): ଋଷଭ ଶଟ୍ଟୀ
- ବେଷ୍ଟ ଫିଲ୍ମ(ଶ୍ରେଷ୍ଠ ଚଳଚ୍ଚିତ୍ର): 777 ଚାର୍ଲି
- ସେନ୍ସେସନ ଅଫ ଦ ଇୟର: କାର୍ତ୍ତିକେୟ2
- ବେଷ୍ଟ ଆକ୍ଟର ଇନ ନେଗେଟିଭ ରୋଲ: କାନ୍ତାରା ପାଇଁ ଅଚ୍ୟୁତ କୁଅଁର
- ବେଷ୍ଟ ଆକ୍ଟର ଇନ ସପୋଟିଂ ରୋଲ: ଗାଲିପତା2 ପାଇଁ ଦିଙ୍ଗତ ମନଚଲେ
- ସପୋଟିଂ ରୋଲ ପାଇଁ ଶେଷ୍ଠ ଅଭିନେତ୍ରୀ: ହୋମ ମନିଟର ପାଇଁ ଶୁଭ ରକ୍ଷା
- ବେଷ୍ଟ ଡେବ୍ୟୁ ପ୍ରଡ୍ୟୁସର: ଅପେକ୍ଷା ପୁରୋହିତ ଏବଂ ପବନ କୁମାର ବାଡେୟାର
- ବେଷ୍ଟ ନ୍ୟୁକମର ଆକ୍ଟର: ପୃଥ୍ବୀ ସାମନୁର
କହିରଖୁଛୁ କି, ଗତବର୍ଷ 2022 ମସିହାରେ ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ କଳାକାର ଆୱାର୍ଡ ମିଳିଥିବା ବେଳେ ବଲିଉଡ଼ ଆକ୍ଟର ରଣବୀର ସିଂଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଆଶିକା ରଙ୍ଗନାଥଙ୍କୁ ପପୁଲାର କାଟେଗୋରୀରେ ମାଧଗଜ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
