ପୁଣିଥରେ ଚର୍ଚ୍ଚାରେ ସୋନା ମହାପାତ୍ର, ମହିଳାଙ୍କ ପ୍ରତି ଭେଦଭାବ ଉପରେ ସ୍ୱର ଉଠାଇଲେ

author img

By

Published : Jul 2, 2022, 10:18 PM IST

ମହିଳାଙ୍କ ପ୍ରତି ଭେଦଭାବ ଉପରେ ସ୍ୱର ଉଠାଇଲେ ସୋନା ମହାପାତ୍ର

ସୋନା ମହାପାତ୍ରଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ସଟ୍‌ ଅପ୍ ସୋନା ଜୁଲାଇ 1 ରୁ Zee5 ରେ ପ୍ରସାରିତ ହେଉଛି। ଏଭଳି ପରିସ୍ଥିତିରେ ସେ ବଲିଉଡରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ

ମୁମ୍ବାଇ: ଗୀତ ଅପେକ୍ଷା ବିବାଦ ପାଇଁ ଚର୍ଚ୍ଚାରେ ଓଡ଼ିଶାର ଝିଅ ସୋନା ମହାପାତ୍ର। ସେ ବଲିଉଡରେ ଅନେକ ସୁପରହିଟ୍‌ ଗୀତ ଗାଇଛନ୍ତି। 'ଅମ୍ବାସରିଆ', 'ବେଖାଫ୍', 'ବହାରା', 'ଜିଆ ଲାଗେ ନା', 'ବେଦର୍ଦି ରାଜା' ଭଳି ଗୀତ ଗାଇଥିବା ଗାୟିକା ପୁଣି ଥରେ ଚର୍ଚ୍ଚାରେ । ବଲିଉଡ଼ରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି। ବଲିଉଡ ଗାୟିକା ଏକ ଡକ୍ୟୁମେଣ୍ଟାରୀ 'ସଟ୍‌ ଅପ୍ ସୋନା' (Shut Up Sona) ପ୍ରସ୍ତୁତ କରିଛନ୍ତି, ଯାହାକି ଜୁଲାଇ 1 ରୁ Zee5 ରେ ପ୍ରସାରିତ ହେଉଛି ।

'ସଟ୍‌ ଅପ୍ ସୋନା' ହେଉଛି ସୋନା ମହାପାତ୍ରଙ୍କ ଜୀବନୀ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ, ଯେଉଁଥିରେ ତାଙ୍କ ଜୀବନ ସହ ଜଡିତ ଅନେକ ଦିଗ ଦେଖାଯାଇଛି। ସମସ୍ତ ଧମକ ସତ୍ତ୍ୱେ ସୋନାଙ୍କ ନିର୍ଭୀକତା ଉପରେ ନିର୍ମିତ ଏହି ଡକ୍ୟୁମେଣ୍ଟାରୀକୁ ଦୀପ୍ତି ଗୁପ୍ତା ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ନିର୍ମାତା ହେଉଛନ୍ତି ନିଜେ ସୋନା ମହାପାତ୍ର।

ଏକ ନ୍ୟୁଜ୍ ଚାନେଲକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ସୋନା ମହାପାତ୍ର କହିଛନ୍ତି ଯେ, ଜଣେ ମହିଳାଙ୍କ ଦୃଷ୍ଟିକୋଣରୁ ଏହି ଡକ୍ୟୁମେଣ୍ଟାରୀରେ ଇଣ୍ଡଷ୍ଟ୍ରିକୁ ଦେଖାଯାଇଛି । ସୋନା କହିଛନ୍ତି ଯେ, ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମହିଳା ଏକକ ଗୀତ ତିଆରି କରାଯାଉନାହିଁ। ସୋନା କହିଛନ୍ତି, 'ସଟ ଅପ୍ ସୋନା ତିଆରି କରୁଥିବାବେଳେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା। ମୋର ଚଳଚ୍ଚିତ୍ର ମୋ ପରି ପ୍ରଥମ ଅଟେ । ଡକ୍ୟୁମେଣ୍ଟାରୀକୁ ନେଇ ଭାରତରେ ଏମିତି ବିଶ୍ୱାସ କରାଯାଏ ଯେ, ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ଏହାକୁ ତିଆରି କରନ୍ତି ଏବଂ ଏହାକୁ ଫେଷ୍ଟାଭାଲରେ ଦେଖନ୍ତି । କିନ୍ତୁ ମହାମାରୀରେ ଅନେକ ପ୍ରକାରର ନୂଆ ବିଷୟବସ୍ତୁ ଲୋକପ୍ରିୟ ହୋଇଛି, ତେଣୁ ଲୋକଙ୍କ ଟେଷ୍ଟ ମଧ୍ୟ ବଦଳିଯାଇଛି ।

ସୋନା ମହାପାତ୍ରଙ୍କ କହିବାନୁସାରେ 'ଭାରତର ଲୋକମାନେ ନିଶ୍ଚିତ ଭାବରେ ଏହାକୁ ଉପଭୋଗ କରିବେ। ଏହାର ସଂଗୀତ ହେତୁ ଏହାକୁ ଭଲ ପାଇବେ । ଏହା ବ୍ୟତୀତ ଜଣେ ମହିଳା କଳାକାରଙ୍କ ଯାତ୍ରାକୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିବ । ମହିଳା କଳାକାର ସର୍ବଦା ପୁରୁଷ ଦୁନିଆରେ ଦ୍ୱିତୀୟ ଶ୍ରେଣୀ ଭାବରେ ପରିଗଣିତ ହୁଅନ୍ତି । ସୋନା ମହାପାତ୍ର ଖୋଲାଖୋଲି ଭାବେ ବଲିଉଡର ଅଭାବକୁ ଗଣନା କରି କହିଛନ୍ତି, 'ପରିବର୍ତ୍ତନର ଆବଶ୍ୟକତା ଅଛି। ମହିଳାଙ୍କ ପ୍ରତି ମନୋଭାବ ପରିବର୍ତ୍ତନ କରିବାର ଅଛି । ଇଣ୍ଡଷ୍ଟ୍ରିରେ ମହିଳାମାନେ କେଉଁଠାରେ ଅଛନ୍ତି ? ମୁଁ 15-20 ବର୍ଷ ପୂର୍ବର କଥା କହୁନାହିଁ । ଗତ ଦଶନ୍ଧିକୁ ଦେଖନ୍ତୁ । ଆପଣ ଭାବୁଥିବେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ମଡର୍ଣ୍ଣ ହୋଇଯାଉଛି ? ମହିଳା ଗାୟିକାଙ୍କ ଗୀତ ବହୁତ କମି ଯାଇଛି । 100 ଗୀତରୁ, 8 କିମ୍ବା 9 ରୁ ଅଧିକ ଗୀତ ମହିଳା ଗାୟିକାଙ୍କ କଣ୍ଠ ସ୍ୱରରେ ନାହିଁ | ଏହା ଏମିତି ଏକ କଥା ଯାହାକୁ କେହି ଧ୍ୟାନ ଦେଉନାହାଁନ୍ତି । ଏକକ ମହିଳା ଗୀତ ଆଦୌ ତିଆରି କରାଯାଉନାହିଁ |

ସୋନା କହିଛନ୍ତି, 20 ବର୍ଷ ପୂର୍ବେ ଶ୍ରେୟା ଘୋଷାଲ ଏବଂ ସୁନିଧୀ ଚୌହାନ କିମ୍ବା ନେହା କକ୍କର ପ୍ରସିଦ୍ଧ ଥିଲେ, କାରଣ ସେମାନେ 'ଇଣ୍ଡିଆନ୍ ଆଇଡଲ୍' ମଞ୍ଚରେ ବସିଛନ୍ତି ଏବଂ ସୋସିଆଲ ମିଡିଆରେ ବହୁତ ପରିଶ୍ରମ କରୁଛନ୍ତି। ଆମ ପାଖରେ 100 ରୁ ଅଧିକ ମେଲ ଷ୍ଟାର ଅଛନ୍ତି । ପ୍ରତି ଦୁଇ ବର୍ଷରେ ଏକ ବଡ ପୁରୁଷ ଷ୍ଟାର ସାମ୍ନାକୁ ଆସନ୍ତି ଏବଂ ଆମ ପାଖରେ ଅଳ୍ପ କିଛି ମହିଳା କଳାକାର ଅଛନ୍ତି । ଯଦି ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିର ଏହି ଅବସ୍ଥା ତେବେ ସମଗ୍ର ଦେଶରେ କ’ଣ ହେଉଥିବ ବୋଲି ପ୍ରଶ୍ନ କରିଛନ୍ତି ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.