ମନୋରଞ୍ଜନ ଜଗତରୁ ପୁଣି ଦୁଃଖ ଖବର, କାର ଦୁର୍ଘଟଣାରେ ପ୍ରାଣ ହରାଇଲେ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ
Published: May 24, 2023, 10:47 AM


ମନୋରଞ୍ଜନ ଜଗତରୁ ପୁଣି ଦୁଃଖ ଖବର, କାର ଦୁର୍ଘଟଣାରେ ପ୍ରାଣ ହରାଇଲେ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ
Published: May 24, 2023, 10:47 AM
'ସାରାଭାଇ ଭର୍ସେସ ସାରାଭାଇ' ଫେମ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ଦେହାନ୍ତ । ସଡକ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଖବର ଶୁଣିବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ,
ହାଇଦ୍ରାବାଦ: ପୁଣି ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଦିତ୍ୟ ସିଂ ରାଜପୁତଙ୍କ ମୃତ୍ୟୁ ଖବର ମନରୁ ନ ଲିଭୁଣୁ ଏବେ ଲୋକପ୍ରିୟ ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ଦେହାନ୍ତ ହୋଇଛି । ହିମାଚଳ ପ୍ରଦେଶରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଅଭିନେତ୍ରୀ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର 32 ବର୍ଷ ବୟସ ହୋଇଥିଲା । ବୈଭବୀଙ୍କ ଦେହାନ୍ତ ଖବର ଶୁଣି ପୁରା ଟିଭି ଇଣ୍ଡଷ୍ଟ୍ରିରେ ଏବଂ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେପଟେ ଚଣ୍ଡିଗଡ଼ରେ ରହୁଥିବା ସ୍ୱର୍ଗତ ଅଭିନେତ୍ରୀଙ୍କ ପରିବାର ତାଙ୍କ ମୃତଦେହକୁ ମୁମ୍ବାଇକୁ ଆଣିଛନ୍ତି ।
-
Life is so unpredictable.
— JDMajethia (@JDMajethia) May 23, 2023
A very fine actress ,dear friend Vaibhavi upadhyay popularly known as“ jasmine “of Sarabhai vs Sarabhai passed away.She met with an accident in north. Family will bring her to mumbai tomorrow morning around 11 am for last rites . RIP vaibhavi 🙏
ମଙ୍ଗଳବାର ଦିନ ବୈଭବୀଙ୍କ ମୃତ୍ୟୁ ନେଇ 'ସାରାଭାଇ ଟେକ୍ ୨ରେ ବୈଭବୀଙ୍କ ସହ କାମ କରିଥିବା ଅଭିନେତା ତଥା ନିର୍ମାତା ଜେଡି ମାଜେଥିଆ ସୂଚନା ଦେଇଛନ୍ତି । ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେବା ସହ ଲେଖିଛନ୍ତି, “ଜୀବନକୁ ବିଶ୍ବାସ ନାହିଁ । ଜଣେ ଅତି ଭଲ ଅଭିନେତ୍ରୀ, ପ୍ରିୟ ବନ୍ଧୁ ବୈଭବୀ ଉପାଧ୍ୟାୟ, ସାରାବାଇ ଭର୍ସେସ ସାରାଭାଇର "ଜସ୍ମିନ୍" ଭାବେ ଜଣାଶୁଣା ସେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳ ପ୍ରାୟ 11 ଟାରେ ପରିବାର ତାଙ୍କୁ ଶେଷ ଦର୍ଶନ ପାଇଁ ମୁମ୍ବାଇ ଆଣିବେ । ବୈଭବୀଙ୍କ ଆତ୍ମାକୁ ଶାନ୍ତି ମିଳୁ।
ବୈଭବୀଙ୍କ ବିୟୋଗ ଖବର ଶୁଣି ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅନେକ କଳାକାର ଏବଂ ଫ୍ୟାନ୍ସ ତାଙ୍କୁ ଶୋକ ପ୍ରକାଶ କରିଛନ୍ତି । ଅନୁପମା ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ମଧ୍ୟ ବୈଭବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ରୂପାଲୀ ଲୋକପ୍ରିୟ ସିଟକମ୍ ସାରାଭାଇ ଭର୍ସେସ ସାରାଭାଇରେ ବୈଭବୀ ଉପାଧ୍ୟାୟଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ । ଅନୁପମା ଅଭିନେତ୍ରୀ ତାଙ୍କ ସହ ଅଭିନେତ୍ରୀ ବୈଭବୀଙ୍କ ଅକାଳ ବିୟୋଗରେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କର ପ୍ରସିଦ୍ଧ ଧାରାବାହିକରୁ ବୈଭବୀଙ୍କ ଏକ ଫଟୋ ସେୟାର କରି ରୂପାଲି ଗାଙ୍ଗୁଲି ଲେଖିଛନ୍ତି, ଖୁବ୍ ଶୀଘ୍ର ବୈଭବୀ... ଏହି ଖବରକୁ ବିଶ୍ୱାସ କରି ହେଉନି..."
ସୂଚନା ଥାଉ କି, ଅଭିନେତ୍ରୀ ତାଙ୍କ ଭାବିସ୍ବାମୀଙ୍କ ସହ ଏକ କାରରେ ଯାତ୍ରା କରୁଥିବାବେଳେ ହିମାଚଳ ପ୍ରଦେଶର କୁଲ୍ଲୁଠାରେ ତାଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁହେଁ ସାଙ୍ଗ ହୋଇ କାରରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇବାରୁ କାରଟି ଖାଈ ଭିତରକୁ ଖସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବୈଭବୀଙ୍କ ମୃତ୍ୟୁ ହୋଇଛି । ତେବେ ପୂର୍ବରୁ ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କୁ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ଘରୁ ମୃତଦେହ ମିଳିଥିଲା ଏବଂ ବର୍ତ୍ତମାନ ବୈଭବୀଙ୍କ ମୃତ୍ୟୁ ଖବରକୁ କେହି ସହଜରେ ବିଶ୍ବାସ କରିପାରୁନାହାନ୍ତି । ତେବେ 2 ଦିନ ମଧ୍ୟରେ ଏଭଳି ଖବର ଟିଭି ଇଣ୍ଡଷ୍ଟ୍ରିକୁ ଝଟକା ଦେଇଛି ।
