ହାତକୁ ଦୁଇ ହାତ ହେବେ ରିଚା ଚଢା, ସାମ୍ନାକୁ ଆସିଲା ନିଆରା ବିବାହ କାର୍ଡ

author img

By

Published : Sep 22, 2022, 9:36 AM IST

ହାତକୁ ଦୁଇ ହାତ ହେବେ ରିଚା ଚଢା, ସାମ୍ନାକୁ ଆସିଲା ନିଆରା ବିବାହ କାର୍ଡ

ବଲିଉଡ ଅଭିନେତା ଅଲି ଫୈଜଲ ଏବଂ ରିଚା ଚଢା ଖୁବ୍ ଶୀଘ୍ର ବିବାହ (Richa Chadha Ali Fazal Wedding) କରିବାକୁ ଯାଉଛନ୍ତି । ଉଭୟଙ୍କ ବିବାହ କାର୍ଡର ଫଟୋ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ମୁମ୍ଵାଇ: ଖୁବ୍ ଶୀଘ୍ର ବାଜିବ ବଲିଉଡ ଅଭିନେତା ଅଲି ଫଜଲଙ୍କ ସାହାନାଇ (Richa Chadha Ali Fazal Wedding) । ହାତକୁ ଦୁଇ ହାତ ହେବେ ଅଲି ଫଜଲ ଏବଂ ରିଚା ଚଢା । ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବର୍ତ୍ତମାନ ଉଭୟଙ୍କ ବିବାହ କାର୍ଡର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଅଲି ଫୈଜଲ ଏବଂ ରିଚା ଚଢାଙ୍କ ବିବାହ କାର୍ଡ
ଅଲି ଫୈଜଲ ଏବଂ ରିଚା ଚଢାଙ୍କ ବିବାହ କାର୍ଡ

ଅଲି ଏବଂ ରିଚାଙ୍କ ଜଣେ ବନ୍ଧୁ ସେମାନଙ୍କ ବିବାହ କାର୍ଡ ଡିଜାଇନ୍ କରିଛନ୍ତି । ବିବାହ କାର୍ଡକୁ ଏକ ମ୍ୟାଚ୍ ବକ୍ସ ପରି ଡିଜାଇନ୍ ଦିଆଯାଇଛି । କାର୍ଡର ଶୀର୍ଷରେ ଲେଖା ହୋଇଛି –କପଲ ମ୍ୟାଚେସ୍‌ । ଏଥିରେ ରିଚା ଏବଂ ଅଲି ସାଇକେଲ ଚଳାଉଥିବା ଥିବାର ଦେଖାଯାଇଛି । ତେବେ ଏହି ବିବାହ କାର୍ଡ ଦେଖିଲେ ଆପଣ ବି ଦ୍ୱନ୍ଦ୍ୱରେ ପଡ଼ିବେ, ଇଏ ବିବାହ କାର୍ଡ ନା ଦିଆସିଲ ଖୋଳ ? ବର୍ତ୍ତମାନ ଅଲି ଫଜଲ ଏବଂ ରିଚା ଚଢାଙ୍କ ବିବାହ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପୂର୍ବରୁ ଏହି ଲଭ୍‌ ବାର୍ଡଙ୍କ ବିବାହ ଦୁଇ ଥର ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଉଭୟଙ୍କ ବିବାହ ତାରିଖ ମଧ୍ୟ ସ୍ଥିର କରାଯାଇଛି । ବର୍ତ୍ତମାନ ମେହେନ୍ଦୀ-ହଳଦି ଠାରୁ ଆରମ୍ଭ କରି ବିବାହ ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ବିବରଣୀ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଲି-ରିଚାଙ୍କ ବିବାହ କାର୍ଯ୍ୟ ଆସନ୍ତା ମାସ ଅର୍ଥାତ ଅକ୍ଟୋବର 2ରୁ ଆରମ୍ଭ ହେବାକୁ ଯାଉଛି । ଏହି କପୁଲ ରାଜକୀୟ ଶୈଳୀରେ ବିବାହ କରିବେ । ଏହା ପରେ ବଲିଉଡ ସେଲିବ୍ରିଟିଙ୍କ ପାଇଁ ଏକ ରାଜକୀୟ ରିସେପ୍ସନ୍ ମଧ୍ୟ ଆୟୋଜିତ ହେବ ।

ମେହେନ୍ଦୀ-ହଳଦି ସମାରୋହ

ଅକ୍ଟୋବର 2ରୁ ଅଲି-ରିଚାଙ୍କ ହଳଦି ଏବଂ ମେହେନ୍ଦୀ ସମାରୋହ ଆରମ୍ଭ ହେବ । ସେପ୍ଟେମ୍ବରର ଶେଷ ଆଡକୁ ଅତିଥିମାନେ ଆସିବା ଆରମ୍ଭ ହୋଇଯିବ । ଏହି ସମୟରେ ସଂଗୀତ ସମାରୋହ ମଧ୍ୟ ଆୟୋଜିତ ହେବ ।

ଅଲି-ରିଚା ବିବାହ ତାରିଖ

ଅଲି-ରିଚା 6 ଅକ୍ଟୋବରରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହି ବିବାହ ଦିଲ୍ଲୀରେ ଅନୁଷ୍ଠିତ ହେବ, ଯେଉଁଥିରେ କେବଳ ନିକଟ ସମ୍ପର୍କୀୟ ଏବଂ ଖାସ୍‌ ବନ୍ଧୁମାନେ ସାମିଲ ହେବେ । ରାଜଧାନୀରେ ବିବାହ କରିବା ପରେ ଏଠାରେ ଅଲି ଏବଂ ରିଚା ମୁମ୍ବାଇରେ ସେଲିବ୍ରିଟିଙ୍କ ପାଇଁ ଏକ ଷ୍ଟାର ପାର୍ଟି କରିବେ, ଯେଉଁଥିରେ ବଲିଉଡର ସେଲିବ୍ରିଟିମାନେ ସାମିଲ ହେବେ ।

ପ୍ରେମ କାହାଣୀ କେବେ ଆରମ୍ଭ ହେଲା ?

2012 ମସିହାରେ ଅଲି ଏବଂ ରିଚା ପରସ୍ପରର ନିକଟତର ହୋଇଥିଲେ । ଫିଲ୍ମ 'ଫୁକ୍ରେ'ର ସେଟରେ ଏମାନଙ୍କର ସାକ୍ଷାତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ରିଚା ଅଲିଙ୍କୁ ପୂର୍ବରୁ ପ୍ରସ୍ତାବ ଦେଇଥିଲେ । କିନତୁ ଅଲି ରିଚାଙ୍କୁ ଉତ୍ତର ଦେବାକୁ ତିନି ମାସ ସମୟ ନେଇଥିଲେ । ଏହାପରେ ଦୁହେଁ ପ୍ରାୟ 5ବର୍ଷ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଗୁପ୍ତ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.