ଆନିମଲର ଲାଟେଷ୍ଟ ଗୀତ 'ଅର୍ଜନ ବେଲି' ରିଲିଜ, ଦେଖିବାକୁ ମିଳିବ ଅର୍ଜୁନଙ୍କ ନୂଆ ଲୁକ୍

ଆନିମଲର ଲାଟେଷ୍ଟ ଗୀତ 'ଅର୍ଜନ ବେଲି' ରିଲିଜ, ଦେଖିବାକୁ ମିଳିବ ଅର୍ଜୁନଙ୍କ ନୂଆ ଲୁକ୍
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆନିମଲ'ର ଲାଟେଷ୍ଟ ଗୀତ 'ଅର୍ଜନ ବେଲି' ରିଲିଜ ହୋଇଛି । ଏଥିରେ ଅଭିନେତାଙ୍କ ପ୍ରକୃତ ଚରିତ୍ରକୁ ଦର୍ଶା ଯାଇଛି । ଅଧିକ ପଢନ୍ତୁ
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆନିମଲ' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଥିବା ବେଳେ ପ୍ରଶଂସକଙ୍କ ଉତ୍ସାହ ବଢ଼ାଇବାକୁ ନିର୍ମାତାମାନେ ଫିଲ୍ମ ଆନିମଲର ଲାଟେଷ୍ଟ ଗୀତ 'ଅର୍ଜନ ବେଲି' ରିଲିଜ କରିଛନ୍ତି । ଭୁପିନ୍ଦର ବବ୍ବଲଙ୍କ ଦ୍ୱାରା କଣ୍ଠଦାନ ହୋଇଥିବା ଏହି ଗୀତ ହେଉଛି ଏକ ପଞ୍ଜାବୀ ଗ୍ୟାଙ୍ଗଷ୍ଟାର-ପପ୍ ଟ୍ରାକ୍ । ଏହି ଗୀତ ଅଭିନେତାଙ୍କ ପ୍ରକୃତ ଚରିତ୍ରକୁ ଦର୍ଶାଇଛି । ଗୀତଟି ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି । ଏଥିରେ ହିପ୍-ହପ୍ ରୁ ପ୍ରେରିତ ଗ୍ରୀଭ୍ ଏବଂ ରିଦମ ରହିଛି ଯାହାକି ମେଲୋଡି ପଞ୍ଜାବୀ ପପରେ ପରିପୂର୍ଣ୍ଣ । ତେବେ ଗୀତରେ ସ୍ବାଗ୍ ମଧ୍ୟ ରହିଛି ।
ସୂଚନା ଥାଉକି, ମନନ୍ ଭରଦ୍ବାଜ ଏହି ଗୀତର ରଚନା କରିଛନ୍ତି । ମ୍ୟୁଜିକରେ ଦେଖିବାକୁ ମିଳିଛି ଯେ ଅଭିନେତାଙ୍କ ଚରିତ୍ର ପ୍ରକୃତରେ କେତେ ହିଂସ୍ର ଏବଂ ବିପଜ୍ଜନକ । ଏହି ଗୀତର ଭିଡିଓରେ ରଣବୀର କପୁର ତାଙ୍କ ଗ୍ୟାଙ୍ଗଷ୍ଟର ବ୍ୟକ୍ତିତ୍ବରେ ବୁଡ଼ି ରହିଛନ୍ତି ଆଉ ଏହାକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରି ହିଂସାତ୍ମକ ହୋଇଥିବାର ଦେଖାଯାଇଛି । ଏଥିରେ ଅତ୍ୟନ୍ତ ନିର୍ଦ୍ଦୟ ତଥା ହିଂସାତ୍ମକ ହତ୍ୟାକାଣ୍ଡର ଚିତ୍ରଣ ମଧ୍ୟ ଦେଖିବାକୁ ମିଳିଛି । ଯାହା ସମ୍ପୂର୍ଣ୍ଣ ଆନିମଲ ରୂପରେ ବୁଡ଼ି ରହିଥିବା ପରିବର୍ତ୍ତନକୁ ଚମତ୍କାର ଭାବରେ ପ୍ରଦର୍ଶନ କରାଯାଇଛି । ଷ୍ଟାଇଲ୍, ସ୍ବାଗ୍, ଗ୍ରୀଭ୍, ମେଲୋଡି ଆଦିରେ ଭରପୁର 'ଅର୍ଜନ୍ ଭ୍ୟାଲି' ଗୀତ ।
ସୂଚନାଯୋଗ୍ୟ ଯେ, ରଣବୀର ଏବଂ ରଶ୍ମିକା ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିବେ । ଅନୀଲ କପୁର ଏବଂ ରଣବୀର କପୁର ପିତା ଏବଂ ପୁଅଙ୍କ ଚରିତ୍ରରେ ନଜର ଆସିଛନ୍ତି । ଯେଉଁଠାରେ ଅନୀଲ ତାଙ୍କ ପୁଅକୁ ନେଇ ବହୁତ ନିରାଶ ମନେ ହେଉଛନ୍ତି । କାହାଣୀଟି ପିତା-ପୁତ୍ର ସମ୍ପର୍କ ଏବଂ ପ୍ରତିଶୋଧ ଉପରେ ଆଧାରିତ । ତେବେ ଏହି କାହାଣୀରେ ଏକ ମୋଡ଼ ଆସିବ ବୋଲି ଦର୍ଶକଙ୍କ ଆଶା ଅଛି । ଏହି ଫିଲ୍ମରେ ରଶ୍ମିକା ଅଭିନେତା ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରଶ୍ମିକାଙ୍କ ଚରିତ୍ରର ନାମ ହେଉଛି ଗୀତାଞ୍ଜଳି । ରଣବୀର କପୁର, ଅନୀଲ କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ବ୍ୟତୀତ ବବି ଦେଓଲ, ତୃପ୍ତି ଡିମ୍ରି, ଶକ୍ତି କପୁର ମଧ୍ୟ ଏହି ଫିଲ୍ମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । 'ଆନିମଲ୍' ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ 1 ଡିସେମ୍ବର 2023ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
