ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଥିଲେ ରାଇମୋହନ

author img

By

Published : Jun 24, 2022, 5:46 PM IST

ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଥିଲେ ରାଇମୋହନ

ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଥିଲେ ରାଇମୋହନ । ଯେତିକି ମେଳାପୀ ଥିଲେ ସେତିକି ଖୁସ୍‌ ମିଜାଜ୍‌ର ବ୍ୟକ୍ତି ଥିଲେ । ତେବେ ପାରିବାରିକ ଅଶାନ୍ତି ନା ଅନ୍ୟ କୌଣସି କାରଣ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି । ତାହାକୁ ନେଇ ଲାଗି ରହିଛି ସସପେନ୍ସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଡ ପରଦା ହେଉ କି ଯାତ୍ରା ମଞ୍ଚ ହେଉ ରାଇମୋହନଙ୍କ ସଂଳାପ କିମ୍ବା ତାଙ୍କ ଖଳନାୟକ ଚରିତ୍ର ଦେଖି ଆପଣ ନିଶ୍ଚୟ ତାଙ୍କୁ ଗାଳି କରିଥିବେ । କିନ୍ତୁ ବାସ୍ତବ ଜୀବନରେ ସେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଥିଲେ । ଯେତିକି ମେଳାପୀ ଥିଲେ ସେତିକି ଖୁସ୍‌ ମିଜାଜ୍‌ର ବ୍ୟକ୍ତି ଥିଲେ । ତାଙ୍କ କଥାବାର୍ତ୍ତା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା । ଏମିତି କି ବିଭିନ୍ନ ସ୍ଥାନରେ ବନ୍ଧୁ ଏବଂ ପ୍ରଶଂସକ ତାଙ୍କୁ ବିଭିନ୍ନ ଚା’ ଖଟିରେ ଭେଟିବାକୁ ଆସୁଥିଲେ। ଅନେକ ଲୋକ ତାଙ୍କୁ ଶ୍ରଦ୍ଧାରେ ରାଇ ଭାଇ ବୋଲି ଡାକୁଥିଲେ କିନ୍ତୁ ଆଜି ଅଫେରା ରାଇଜକୁ ଚାଲି ଯାଇଛନ୍ତି ସେହି ପ୍ରିୟ ରାଇ ଭାଇ। ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କାହାରି ପାଖରେ ଆଜି ଶବ୍ଦ ନାହିଁ ତାଙ୍କ ବିଷୟରେ ପଦେ ଟିଏ କହିବା ପାଇଁ । ସମସ୍ତଙ୍କୁ ଧୋକ୍କା ଦେଇ ଏମିତି ଚାଲିଯିବେ, କାହାର ବିଶ୍ୱାସ ହେଉନି ।

ରାଇମୋହନ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ବେଶ୍‌ ସିଧାସାଧା ଜୀବନଯାପନ କରୁଥିଲେ ରାଇମୋହନ । ପରିବାର ଲୋକ କେହି ନଥିବା ଅବସ୍ଥାରେ ସେ ଏପରି ଆତ୍ମହତ୍ୟା କରିଛନ୍ତି । ତେବେ ପାରିବାରିକ ଅଶାନ୍ତି ନା ଅନ୍ୟ କୌଣସି କାରଣ ଯୋଗୁଁ ସେ ଆତ୍ମହତ୍ୟା କରିଥାଇ ପାରିନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ତାହାର କାରଣ ଏଯାଏ ଜଣାପଡିନାହିଁ ।

ଏହା ବି ପଢନ୍ତୁ: ଅଫେରା ରାଇଜରେ ରାଇମୋହନ, ଶୋକରେ ବୁଡିଲା ସିନେଜଗତ

୧୯୬୩ ମସିହା ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ହୋଇଥିଲେ । ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା । ତା’ପରେ ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ । ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ପଠାଇଥିଲେ । କ୍ୟାରିୟର ଆରମ୍ଭ ସମୟରେ ଅନେକ ସଂଘର୍ଷର ସାମ୍ନା କରିଥିଲେ ସେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲା ବେଳେ ତାଙ୍କ ପାଖରେ ପଇସା ନଥିଲା । ଅନେକ ସଂଘର୍ଷ କରିବା ପରେ ରାଇମୋହନ ସିନେ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଜଣେ ଅଭିନେତା ପାଲଟିଯାଇଥିଲେ ।

ଏହା ବି ପଢନ୍ତୁ: ଆଉ ଶୁଭିବନି ଏଇ ଅନାନି, ଦମଦାର ସଂଳାପକୁ ଝୁରିବେ ସିନେପ୍ରେମୀ

ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ରାଇମୋହନ ଯାତ୍ରା ଜଗତକୁ ଚାଲି ଆସିଥିଲେ । ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଇମୋହନ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

ଏହା ବି ପଢନ୍ତୁ: ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଏମିତି ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି । ଖାଲି ଓଡ଼ିଆ ନୁହେଁ ୧୫ରୁ ଅଧିକ ବଙ୍ଗଳା ଫିଲ୍ମ, ୪୦ରୁ ଅଧିକ ଯାତ୍ରାରେ ଅଭିନୟ କରିଛନ୍ତି । ଦୀର୍ଘ ଦିନ ଧରି ଓଲିଉଡ୍‌ ଓ ଯାତ୍ରା ଜଗତରେ ଦମ୍‌ଦାର୍‌ ଖଳନାୟକ ଭାବେ ରାଜ କରିବା ପରେ ସେ ଆଜି ଆରପାରିକୁ ଚାଲିଯାଇଛନ୍ତି । ହେଲେ କାହିଁକି ଯେ ଏପରି ଚରମ ନିଷ୍ପତ୍ତି ନେଲେ ବୁଝାପଡୁନି । ରାଇର ମୃତ୍ୟୁ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି । ଏ କ୍ଷତି କେବେ ପୂରଣ ହେବନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.