ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଝିଅର ପ୍ରଥମ ଝଲକ ସେୟାର କଲେ ପ୍ରିୟଙ୍କା

author img

By

Published : May 9, 2022, 1:13 PM IST

100 ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ପ୍ରିୟଙ୍କା ଚୋପ୍ରାଙ୍କ ଝିଅ, ସାମ୍ନାକୁ ଆସିଲା ପ୍ରଥମ ଝଲକ

ମାତୃ ଦିବସ ଅବସରରେ ପ୍ରିୟଙ୍କା ଚୋପ୍ରା ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ତାଙ୍କ ଝିଅର ପ୍ରଥମ ଝଲକ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମଇ 8, ମାତୃ ଦିବସରେ ଅବସରରେ ବଲିଉଡର ସେଲିବ୍ରିଟିମାନେ ନିଜ ନିଜ ମାଆଙ୍କ ସହ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରାୟ ସମସ୍ତ ସେଲିବ୍ରିଟି ଏହି ଦିନକୁ ମନ ଖୋଲି ଉପଭୋଗ କରିଥିଲେ । ଏହି ସମୟରେ ପ୍ରାୟ ସମସ୍ତଙ୍କ ନଜର ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପୋଷ୍ଟରେ ପଡିଥିଲା । ମାତୃ ଦିବସ ଅବସରରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏକ ଚମତ୍କାର ଫଟୋ ସେୟାର କରିଥିଲେ । ପ୍ରିୟଙ୍କା ଚୋପ୍ରା ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ତାଙ୍କ ଝିଅର ପ୍ରଥମ ଝଲକ ସେୟାର କରିଛନ୍ତି ।

ମାତୃ ଦିବସ ଅବସରରେ ଗତକାଲି ରାତିରେ ପ୍ରିୟଙ୍କା ଚୋପ୍ରା ତାଙ୍କ କୁନି ପରିର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଅଭିନେତ୍ରୀଙ୍କ ଝିଅର ଚେହେରା ଦୃଶ୍ୟମାନ ହେଉନାହିଁ, କିନ୍ତୁ ପ୍ରଶଂସକଙ୍କ ପାଇଁ କେବଳ ଝିଅର ଝଲକ ହିଁ ଯଥେଷ୍ଟ । ପ୍ରିୟଙ୍କା ଚୋପ୍ରା ସେୟାର କରିଥିବା ଫଟୋରେ ସ୍ୱାମୀ ନିକ ଜୋନାସ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । ପ୍ରିୟଙ୍କା ତାଙ୍କ ଶିଶୁ କନ୍ୟାକୁ ଦୁଇ ବାହୁରେ ଜାବୁଡି ଧରିଛନ୍ତି ଏବଂ ନିକ ତାଙ୍କ ଝିଅକୁ ଚାହିଁ ରହିଛନ୍ତି ।

100 ଦିନ ପରେ ଘରକୁ ଫେରିଲା ଝିଅ

ମାତୃ ଦିବସ ଅବସରରେ ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ ପ୍ରଥମ ଝଲକ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ଆମେ ଗତ କିଛି ମାସ ମଧ୍ୟରେ ଅନେକ ଉତଥାନ ପତନ ଦେଖିଛୁ । ଆମେ ଜାଣୁ ଯେ କେବଳ ଆମେ ନୁହେଁ, ଅନ୍ୟମାନେ ମଧ୍ୟ ସମାନ ଅନୁଭବ କରିଥିବେ । NICUରେ 100 ଦିନରୁ ଅଧିକ ସମୟ ବିତାଇବା ପରେ, ଆମ କୁନି ପରି ଶେଷରେ ଘରକୁ ଫେରିଛି ।

କଠିନ ସମୟ ଦେଇ ଗତି କରିଛି ପରିବାର

ପ୍ରିୟଙ୍କା ଚୋପ୍ରା ଆହୁରି ଲେଖିଛନ୍ତି ଯେ, ଯେତେବେଳେ ଆମେ ପଛକୁ ବୁଲି ଦେଖୁ, ସେତେବେଳେ ଆମକୁ ଅନୁଭବ ହୁଏ ଯେ ପ୍ରତ୍ୟେକ ମୁହୂର୍ତ୍ତ କେତେ ମୂଲ୍ୟବାନ ଏବଂ ସିଦ୍ଧ ଅଟେ । ଆମେ ବହୁତ ଖୁସି ଯେ ଆମର କୁନି ପରି ଶେଷରେ ଘରକୁ ଫେରିଛି ଏବଂ ରେଡି ଚିଲ୍ଡେନ ଲା ଜୋଲା ଏବଂ ସିଡର ସିନାଇ, ଲସ୍ ଏଞ୍ଜେଲ୍ସର ପ୍ରତ୍ୟେକ ଡାକ୍ତର, ନର୍ସ ଏବଂ ବିଶେଷଜ୍ଞମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ଆମର ପରବର୍ତ୍ତୀ ଯାତ୍ରା ବର୍ତ୍ତମାନ ଆରମ୍ଭ ହେଉଛି ଏବଂ ଆମର ଶିଶୁ ପ୍ରକୃତରେ ଶକ୍ତିଶାଳୀ । ଚାଲ ଆଗକୁ ବଢିବା ଏମ୍‌ଏମ୍‌। ମାଆ ଏବଂ ବାପା ତୁମକୁ ବହୁତ ଭଲ ପାଆନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.