ଝାରସୁଗୁଡ଼ାରେ ହେବ ଓଡିଶା ବ୍ୟୁଟି ଏକ୍ସପୋ-7

author img

By

Published : Dec 21, 2022, 6:02 PM IST

ଓଡିଶା ବ୍ୟୁଟି ଏକ୍ସପୋ 7

ଜାନୁୟାରୀ 12 ତାରିଖ ଝାରସୁଗୁଡାରେ ଅନୁଷ୍ଠିତ ହେବ ଓଡିଶା ବ୍ୟୁଟି ଏକ୍ସପୋ ସିଜନ-7 l ଏହି କାର୍ଯ୍ୟକ୍ରମରେ ଓଲିଉଡ଼, ବଲିଉଡର ଅନେକ ସେଲିବ୍ରିଟି ଯୋଗ ଦେବେ । ଅଧିକ ପଢନ୍ତୁ

ଓଡିଶା ବ୍ୟୁଟି ଏକ୍ସପୋ 7

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ହେବ ଓଡିଶା ବ୍ୟୁଟି ଏକ୍ସପୋ-7 । ଆସନ୍ତା ଜାନୁଆରୀ 12 ତାରିଖ ଝାରସୁଗୁଡାରେ ଅନୁଷ୍ଠିତ ହେବ ଓଡିଶା ବ୍ୟୁଟି ଏକ୍ସପୋ ସିଜନ-7 । ଏହି କାର୍ଯ୍ୟକ୍ରମରେ ଓଲିଉଡ଼, ବଲିଉଡ ଏବଂ ହଲିଉଡର ଅନେକ ସେଲିବ୍ରିଟି ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ସହ ବ୍ୟୁଟି ଏକ୍ସପୋ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଅଞ୍ଚଳରୁ ପୁରୁଷ, ମହିଳା, ଯୁବକ, ଯୁବତୀ ତଥା ଛୋଟ ଛୁଆମାନେ ଯୋଗ ଦେଇପାରିବ । ଏଥିରେ ରାମ୍ପ୍‌ ସୋ, ବ୍ରାଇଡାଲ ମେକ୍‌ଅପ୍‌ ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱା ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।

ଝାରସୁଗୁଡାରେ କାର୍ଯ୍ୟ କରୁଥିବା ବିଶ୍ବା ସଂଗଠନ ନାରୀ ସଶକ୍ତକରଣ ଉପରେ ବହୁ ବର୍ଷ ଧରି କାର୍ଯ୍ୟ କରୁଛି । ନାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଏହି ସଂଗଠନର ମୂଳ ଲକ୍ଷ ବୋଲି ବିଶ୍ବା ସଂଗଠନର ମୁଖ୍ୟ ମମତା ପଟୁଆ କହିଛନ୍ତି । ଏହା ସହିତ ନାରୀମାନଙ୍କୁ ସ୍ବାବଳମ୍ବୀ କରି ସମାଜରେ ପ୍ରତିଷ୍ଠିତ କରାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.