ପରଲୋକରେ ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ ପଟ୍ଟନାୟକ

author img

By

Published : Aug 10, 2022, 11:04 AM IST

Updated : Aug 10, 2022, 3:26 PM IST

ପରଲୋକରେ ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ ପଟ୍ଟନାୟକ

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ । ବୁଧବାର ଦିନ କଟକ ସ୍ଥିତ ସିଡିଏ- ୯ ନଂ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

କଟକ: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ । ବୁଧବାର ଦିନ କଟକ ସ୍ଥିତ ସିଡିଏ-୯ ନଂ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲା । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ପରଲୋକରେ ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ ପଟ୍ଟନାୟକ

୧୯୫୭ ମସିହା ମାର୍ଚ୍ଚ ୨୦ ତାରିଖରେ ରଣଜିତଙ୍କ ଜନ୍ମ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଏମ୍ଓ ଓ ଏମ୍‌ଫିଲ୍ କରିଥିଲେ । ପେଶାରେ ବ୍ୟାଙ୍କ କର୍ମଚାରୀ ଭାବେ କାମ କରିଥିଲେ ବି ନାଟକ, ସାହିତ୍ୟ, ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ସେ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ସଂଗୀତକାର ଓ ଚିତ୍ରନାଟ୍ୟକାର ମଧ୍ୟ । ବହୁ ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ବହୁ ଓଡ଼ିଆ ମେଗା ଧାରାବାହିକରେ ବି ରଣଜିତ୍‌ ସଂଳାପ ରଚନା କରିଛନ୍ତି ।

ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ନିର୍ଦ୍ଦେଶକ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଗୋପରେ ବଢୁଛି କଳା କହ୍ନେଇ’। ସେ ସଂଳାପ ଦେଇଥିବା ଲୋକପ୍ରିୟ ସିନେମା ମଧ୍ୟରେ ରହିଛି ‘ପ୍ରେମୀ ନମ୍ବର-୧’, ‘ବର୍ଷା ମାଇଁ ଡାର୍ଲିଂ’, ‌‘ପ୍ରେମ ଋତୁ ଆସିଲାରେ’, ‘ମୋତେ ତ ଲଭ୍‌ ହେଲାରେ’, ‘ମୁଁ ତତେ ଲଭ୍‌ କରୁଛି’, ‘୧୪୩ ଆଇ ଲଭ୍‌ ୟୁ’, ‘ଡନ୍‌’ ଇତ୍ୟାଦି । ସେ ଅନେକ ନାଟ୍ୟ ପୁସ୍ତକ ମଧ୍ୟ ଲେଖିଛନ୍ତି ।

ପ୍ରାୟ ୭୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଂଳାପ ଲେଖିଥିବା ବେଳେ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ସୁପର୍‌ହିଟ୍‌ । ରଣଜିତ ପଟ୍ଟନାୟକଙ୍କ ପ୍ରକାଶିତ ନାଟ୍ୟ ପୁସ୍ତକ ମଧ୍ୟରେ ଚଉକି, ନାକ୍‌ଟା ଚିତ୍ରକର, ଇଚ୍ଛା ବନାମ ପଦ୍ମନାଭ, ମନ ତୋହର ନିଜ ଗୁରୁ, ତିତ୍‌ଲି, ଟିଟୋ, ଗୁଣିଆ ଝାଡେଲୋ ଡାହାଣୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 10, 2022, 3:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.