ସନ୍ନି ଲିଓନୀଙ୍କୁ ଆଶ୍ବସ୍ତି, ଚୁକ୍ତି ଉଲ୍ଲଙ୍ଘନ ମାମଲାରେ ରୋକ ଲଗାଇଲେ ହାଇକୋର୍ଟ

author img

By

Published : Nov 17, 2022, 8:47 AM IST

Updated : Nov 17, 2022, 9:11 AM IST

ସନ୍ନି ଲିଓନୀଙ୍କୁ ଆଶ୍ବସ୍ତି, ଚୁକ୍ତି ଉଲ୍ଲଙ୍ଘନ ମାମଲା ରୋକ ଲଗାଇଲେ ହାଇକୋର୍ଟ

ଅଭିନେତ୍ରୀ ସନ୍ନି ଲିଓନୀଙ୍କ ନାମରେ ହୋଇଥିବା ଚୁକ୍ତି ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଛି । ମାମଲାର ଶୁଣାଣି କରି ରୋକ ଲଗାଇଛନ୍ତି କେରଳ ହାଇକୋର୍ଟ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ବଡ ଆଶ୍ବସ୍ତି । ସନ୍ନି ଲିଓନୀଙ୍କ ନାମରେ ହୋଇଥିବା ଚୁକ୍ତି ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଛି । ସନ୍ନିଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାମରେ ହୋଇଥିଲା ଚୁକ୍ତି ଉଲ୍ଲଙ୍ଘନ ଶୁଣାଣି କରି ରୋକ ଲଗାଇଛନ୍ତି କେରଳ ହାଇକୋର୍ଟ । ଏହା ପୂର୍ବରୁ ସନ୍ନି ଲିଓନି ମାମଲାକୁ ଖାରଜ କରିବା ପାଇଁ କୋର୍ଟରେ ଯାଚିକା ଦାଖଲ କରିଥିଲେ । ଯାଚିକା ଗ୍ରହଣ କରି ମାମଲା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଏହା ସହ କେରଳ ସରକାର ଓ କ୍ରାଇମବ୍ରାଞ୍ଚକୁ ନୋଟିସ ଜାରି କରିଛି । ଦୁଇ ସପ୍ତାହ ମଧ୍ୟରେ ଅଭିନେତ୍ରୀଙ୍କ ଆବେଦନ ଉପରେ କୋର୍ଟ ପୁନଃବିଚାର କରିବେ ।

ସୂଚନାଅନୁସାରେ, 4 ବର୍ଷ ପୂର୍ବେ ସନ୍ନି ଲିଓନୀ କୋଝିକୋଡରେ ଏକ ଷ୍ଟେଜ ସୋ ପାଇଁ ଏକ କମ୍ପାନି ସହ ଚୁକ୍ତି କରିଥିଲେ । ଚୁକ୍ତି ଅନୁସାରେ ସେ କମ୍ପାନୀଠୁ 30 ଲକ୍ଷ ଟଙ୍କା ନେଇଥିବା ଏର୍ନାକୁଲମର ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । କିନ୍ତୁ ପରେ ସେ ଚୁକ୍ତି ଉଲ୍ଲଙ୍ଘନ କରିଥିଲେ ଏବଂ ଷ୍ଟେଜ ସୋ କରିବାକୁ ଆସିନଥିଲେ । ଏହି ମାମଲାକୁ ନେଇ ସନ୍ନି ଲିଓନୀ ଏବଂ ତାଙ୍କ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଚୁକ୍ତି ଉଲ୍ଲଙ୍ଘନ ମାମଲା ରୁଜ୍ଜୁ ହୋଇଥିଲା । 2019ରେ ସନ୍ନିଙ୍କ ନାମରେ ମାମଲା ହୋଇଥିଲା ।

ଏହା ବି ପଢନ୍ତୁ...ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ, ଡ଼ବିଙ୍ଗ ପାଇଁ ମୁମ୍ବାଇ ଗଲେ ବାବୁସାନ

ଏହା ପରେ ସନ୍ନି କେରଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ଅନୁରୋଧ କରିଥିଲେ । ସନ୍ନି କହିଥିଲେ ଚୁକ୍ତି ଉଲ୍ଲଙ୍ଘନ ସଂସ୍ଥା ଦ୍ବାରା ହୋଇଛି । ମାମଲା ପ୍ରତ୍ୟାହାର କରାଯିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ସନ୍ନି । କେରଳ ହାଇକୋର୍ଟ ମାମଲାର ଶୁଣାଣି କରି ରୋକ ଲଗାଇଛନ୍ତି । ସନ୍ନି ତାଙ୍କ ସ୍ବାମୀ ଓ ଅନ୍ୟଜଣଙ୍କ ନାମରେ ହୋଇଥିବା ମାମଲାରେ ହାଇକୋର୍ଟ ପୂର୍ବରୁ ଜାମିନ ପ୍ରଦାନ କରିଥିଲେ ।

Last Updated :Nov 17, 2022, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.