Miss India World 2022: କର୍ଣ୍ଣାଟକର ସିନି ଶେଟ୍ଟି ପିନ୍ଧିଲେ ମିସ୍ ଇଣ୍ଡିଆ ମୁକୁଟ

Miss India World 2022: କର୍ଣ୍ଣାଟକର ସିନି ଶେଟ୍ଟି ପିନ୍ଧିଲେ ମିସ୍ ଇଣ୍ଡିଆ ମୁକୁଟ
VLCC ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଗତ 3 ତାରିଖରେ ଆୟୋଜିତ ହୋଇଥିଲା । କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା ହୋଇଛନ୍ତି । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ଜିତିଛନ୍ତି ସିନି । ଅଧିକ ପଢନ୍ତୁ
ମୁମ୍ବାଇ: VLCC ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ( VLCC Femina Miss India World 2022 ) ଗତ 3 ତାରିଖରେ ଆୟୋଜିତ ହୋଇଥିଲା । କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା ହୋଇଛନ୍ତି । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ଜିତିଛନ୍ତି ସିନି । ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଏହି ଇଭେଣ୍ଟରେ ରାଜସ୍ଥାନର ରୁବଲ୍ ଶେଖାୱାତ୍ ଫେମିନା ମିସ୍ ଇଣ୍ଡିଆ ୨୦୨୨ ପ୍ରଥମ ରନର୍ ଅପ୍ ଏବଂ ଉତ୍ତରପ୍ରଦେଶର ଶିନାତା ଚୌହାନଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୨ ଦ୍ୱିତୀୟ ରନର୍ ଅପ୍ ଭାବରେ ଘୋଷିତ କରାଯାଇଥିଲା ।
ଫାଇନାଲରେ ରୁବାଲ ଶେଖୱାଟ ଏବଂ ଶିନାତା ଚୌହାନଙ୍କୁ କଡା ଟକ୍କର ଦେଇଥିଲେ ସିନି । ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟିଙ୍କୁ ମାତ୍ର ୨୧ ବର୍ଷ ବୟସ । ସିନି ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA କରୁଛନ୍ତି ।
ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ରେ ଜଜ୍ ଭାବରେ ନେହା ଧୁପିଆ, ମଲାଇକା ଆରୋରା, ଡିନୋ ମୋରା, ଶିଆମାକ୍ ଡାଭର, ଡିଜାଇନର୍ ରୋହିତ ଗାନ୍ଧୀ ଓ ରାହୁଲ ଖାନ୍ନା ଏବଂ ପୂର୍ବତନ କ୍ରିକେଟର ମିତାଲି ରାଜ୍ ଅଂଶ ଗ୍ରହଣ କରିଥିଲେ । ୩୧ଟି ରାଜ୍ୟର ବିଜେତାଙ୍କୁ ସର୍ଟଲିଷ୍ଟରେ ଚୟନ କରାଯିବା ସହିତ ଶେଷରେ ଏହାର ବିଜେତା ଚୟନ ହୋଇଥିବା ଜୁରି ମାନେ କହିଛନ୍ତି ।
ଏହାସହ ଫେମିନା ମିସ୍ ଇଣ୍ଡିଆ ୟୁନିଭର୍ସର ପୂର୍ବତନ ବିଜେତା ନେହା ଧୁପିଆ କହିଛନ୍ତି ଯେ, ଏହି ଫେମିନା ମିସ୍ ଇଣ୍ଡିଆର ଯାତ୍ରା ସହିତ ତାଙ୍କର ପୁରୁଣା ସ୍ମୃତି ଫେରାଇ ଆଣିବା ସହିତ ଏହା ତାଙ୍କ ଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତକୁ ପୁଣି ମନେ ପକାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟାର୍ ଷ୍ଟୁଡେଡ୍ ଭାବେ ଅଭିନେତା କ୍ରିତି ସାନନ୍, ଲରେନ୍ ଗଟଲିଏବ୍ ଏବଂ ଆଶା ଚାନ୍ଦଲର୍ ମଞ୍ଚରେ ପରଫମାନ୍ସ କରିଥିବାବେଳେ ଏହି ସୋ’ ମନିଷ୍ ପୌଲଙ୍କ ଦ୍ୱାରା ହୋଷ୍ଟ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
