କରଣ ଜୋହରଙ୍କ ଜନ୍ମଦିନରେ ରିଲିଜ ହେବ 'ରକି ଔର ରାନୀ କି ପ୍ରେମ କାହାନୀ'ର ପ୍ରଥମ ଲୁକ୍
Published: May 24, 2023, 4:44 PM


କରଣ ଜୋହରଙ୍କ ଜନ୍ମଦିନରେ ରିଲିଜ ହେବ 'ରକି ଔର ରାନୀ କି ପ୍ରେମ କାହାନୀ'ର ପ୍ରଥମ ଲୁକ୍
Published: May 24, 2023, 4:44 PM
ମେ 25 ଅର୍ଥାତ ଆସନ୍ତାକାଲି କରଣ ଜୋହର 51ତମ ଜନ୍ମଦିନ । ଏହି ଅବସରରେ ସେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ'ର ପ୍ରଥମ ଲୁକ୍ ରିଲିଜ କରିବେ। ଏନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ
ମୁମ୍ବାଇ: ମେ 25 ଅର୍ଥାତ ଆସନ୍ତାକାଲି 51ତମ ଜନ୍ମଦିନ ପାଳନ କରିବେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର । ସେ ଚଳିତବର୍ଷ ନିଜ ଜନ୍ମଦିନକୁ ଏକ ବିଶେଷ ଢଙ୍ଗରେ ପାଳନ କରିବାକୁ ଚାହୁଁଛନ୍ତି । ଏଥିସହ ଏହି ବିଶେଷ ଦିନ ପାଇଁ କରଣ ଜୋହର ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେବା ପାଇଁ ଯୋଜନା କରିଛନ୍ତି । କରଣ ଜୋହର ଆଜି ଅର୍ଥାତ୍ ମେ 24ରେ ନିର୍ଦ୍ଦେଶକ ଭାବରେ କ୍ୟାରିଅରର 25 ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ କରଣ କହିଛନ୍ତି ଯେ, ଆସନ୍ତାକାଲି ସେ ନିଜର ଆଗାମୀ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ'ର ପ୍ରଥମ ଲୁକ୍ ରିଲିଜ୍ କରିବେ । କରଣ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।
କରଣ ଜୋହର ନିର୍ଦ୍ଦେଶକ ଭାବେ କ୍ୟାରିୟରର 25 ବର୍ଷ ପୂର୍ତ୍ତି ଅବସରରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ନିଜ କ୍ୟାରିଅରର କଛି ଝଲକ ଦେଖାଇଛନ୍ତି । ଏଥିରେ ତାଙ୍କ ପ୍ରଥମ ଫିଲ୍ମ 'କୁଛ କୁଛ ହୋତା ହେ' ସହ 'କଭି ଖୁସୀ କଭି ଗମ', 'ମାଇ ନେମ ଇଜ୍ ଖାନ୍', 'କଭି ଅଲବିଦା ନା କେହେନା', 'ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର' ଏବଂ 'ଏ ଦିଲ୍ ହେ ମୁସ୍କିଲ୍' ଭଳି ଫିଲ୍ମର ଝଲକ ଦେଖାଇ ଦର୍ଶକଙ୍କୁ ଉତ୍ସାହିତ କରିଛନ୍ତି । ଏଥିସହ ସେ କ୍ୟାପସନରେ 25 ବର୍ଷ ଫିଲ୍ମି କ୍ୟାରିଅର ପାଇଁ କୃତଜ୍ଞତା ଜଣାଇବା ସହ ଆସନ୍ତାକାଲି ଆଗାମୀ ଫିଲ୍ମ “ରକି ଔର ରାନୀ କି ପ୍ରେମ କାହାନୀ” ର ପ୍ରଥମ ଲୁକ୍ ରିଲିଜ କରିବେ ବୋଲି କହିଛନ୍ତି ।
ସେ ଲେଖିଛନ୍ତି, "ନିର୍ଦ୍ଦେଶକଙ୍କ ଚେୟାରରେ 25 ବର୍ଷ ବିତାଇବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ମୁଁ ଶିଖିଛି, ମୁଁ ବଢିଛି, କାନ୍ଦିଛି, ହସିଛି,ଏବଂ ମୁଁ ବଞ୍ଚିଛି । ଆସନ୍ତାକାଲି, ମୋର ହୃଦୟର ଅନ୍ୟ ଏକ ଅଂଶ ଆପଣମାନେ ଦେଖିବେ । ମୁଁ ତୁମ ଆପଣମାନଙ୍କ ସହ ମୋର ଜନ୍ମଦିନ ପାଳି ଖୁସି ଅନୁଭବ କରୁଛି । କାଲି ଦେଖା ହେବ!#RockyAurRaniKiiPremKahaani ପ୍ରଥମ ଲୁକ ଆସନ୍ତାକାଲି ଦେଖନ୍ତୁ ! ସିନେମାହଲରେ ଜୁଲାଇ 28ରେ ଦେଖନ୍ତୁ ।"
ସୂଚନା ଥାଉ କି, ଆଲିଆ ଏବଂ ରଣବୀରଙ୍କ ଅଭିନୀତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର ଦେଇଥିବା ବେଳେ ଜୟା, ଧର୍ମେନ୍ଦ୍ର ଏବଂ ଶବନା ମଧ୍ୟ ଏଥିରେ ନଜର ଆସିବେ । ଏହା ଏକ ପାରିବାରିକ ଡ୍ରାମା ଏବଂ ରୋମାଣ୍ଟିକ ଲଭ୍ ଷ୍ଟୋରୀକୁ ନେଇ ନିର୍ମିତ ଫିଲ୍ମ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁଲାଇ 28ରେ ସିନେମାହଲରେ ରିଲିଜ ହେବ ।
