Box Office Report: ପ୍ରଥମ ଦିନ ଏତିକି ଟଙ୍କା କମେଇଲା ଜୁଗ ଜୁଗ ଜିଓ

author img

By

Published : Jun 25, 2022, 3:48 PM IST

ଗୋଟେ ଦିନରେ 9.28 କୋଟି ଟଙ୍କା ରୋଜଗାର କଲା ଜୁଗ୍ ଜୁଗ୍ ଜିଓ !

ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ଜୁଗ ଜୁଗ ଜିଓ ରିଲିଜ ହୋଇଛି । ଏହି ଫିଲ୍ମ ଗୋଟେ ଦିନରେ ପ୍ରାୟ 9.28 କୋଟି ଟଙ୍କା ରୋଜଗାର କରିଛି।

ମୁମ୍ବାଇ: ନୂଆ ସପ୍ତାହ ଆରମ୍ଭ ସହିତ, ଲୋକମାନେ ଉତ୍ସାହର ସହିତ ଶୁକ୍ରବାର ଏବଂ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅପେକ୍ଷା କରିଥାନ୍ତି । ଅତୀତରେ, ବିଭିନ୍ନ ଚଳଚ୍ଚିତ୍ର ବକ୍ସ ଅଫିସରେ କ୍ରମାଗତ ଭାବରେ ଦର୍ଶକଙ୍କୁ ମନୋରଞ୍ଜନ କରିଥାଏ । ଏହି କ୍ରମରେ, ବର୍ତ୍ତମାନ ଆହୁରି ଅନେକ ନୂଆ ଚଳଚ୍ଚିତ୍ର ଏହି ଶୁକ୍ରବାର ରିଲିଜ୍ ହୋଇଛି । ଜୁଗ୍ ଜୁଗ୍ ଜିଓ ଠାରୁ ଶେରଦିଲ୍ ପର୍ଯ୍ୟନ୍ତ, ବର୍ତ୍ତମାନ ବକ୍ସ ଅଫିସରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ । ଏହି ସମୟରେ, ଏହି ସମସ୍ତ ଚଳଚ୍ଚିତ୍ରର କଲେକ୍ସନ ସାମ୍ନାକୁ ଆସିଛି ।

ଶୁକ୍ରବାର ରିଲିଜ୍ ହୋଇଥିବା ବଲିଉଡ ଅଭିନେତା ବରୁଣ ଧାୱନଙ୍କ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ' ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ ରୋଜଗାର କରିଛି। ଚଳଚ୍ଚିତ୍ରର ଭିନ୍ନ ଥିମ୍ ବା ବିଷୟବସ୍ତୁ ହେତୁ ଶନିବାର ଏବଂ ରବିବାର ପାରିବାରିକ ଦର୍ଶକଙ୍କ ପାଇଁ ଏହାର କଲେକ୍ସନ ସଂଖ୍ୟା ବଢାଇପାରେ ବୋଲି ଅନୁମାନ କରାଯାଉଛି । ବରୁଣ ଧାୱନଙ୍କ କ୍ୟାରିୟରର ସବୁଠୁ ବଡ ଓପନିଂ ଫିଲ୍ମ ହେଉଛି 'କଲଙ୍କ', ଯଦିଓ ଏହାର ବଜେଟ୍ ହେତୁ ଫିଲ୍ମ ଫ୍ଲପ୍ ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ 9.28 କୋଟି ଟଙ୍କା ବ୍ୟବସାୟ କରିଛି।

ଫିଲ୍ମ ଶେରଦିଲ: ଦ ପିଲିଭିତ ସାଗା

ଏହି ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ପଙ୍କତ୍ରା ତ୍ରିପାଠୀଙ୍କ ଫିଲ୍ମ 'ଶେରଦିଲ: ଦ ପିଲିଭିତ ସାଗା'କୁ ବହୁ ଦର୍ଶକ ଦେଖିନାହାଁନ୍ତି । ଏଭଳି ପରିସ୍ଥିତିରେ ଫିଲ୍ମଟି ଭଲ ପ୍ରଦର୍ଶନ କରିପାରିବ କି ନାହିଁ ତାହା କହିବା କଷ୍ଟକର । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଚଳଚ୍ଚିତ୍ରର ଦିନିକିଆ ରୋଜଗାର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ପ୍ରାୟ 1 କୋଟି ଟଙ୍କା କଲେକ୍ସନ କରିଛି ।

ଭୁଲ୍ ଭୁଲେୟାଁ 2

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ୍ ଭୁଲେୟାଁ 2' ଲଗାତାର 5ସପ୍ତାହ ଧରି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଆସୁଛି । ଚଳଚ୍ଚିତ୍ରର କଲେକ୍ସନ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ପଞ୍ଚମ ସପ୍ତାହରେ 8.18 କୋଟି ଟଙ୍କା ଆୟ କରିଛି । ଏଥି ସହିତ, ପାଞ୍ଚ ସପ୍ତାହ ପରେ, ଫିଲ୍ମଟି ବର୍ତ୍ତମାନ ପ୍ରାୟ 184.32 କୋଟି ବ୍ୟବସାୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.