ଇଶା ଅମ୍ବାନୀଙ୍କ ପାର୍ଟିରେ ସାପ ସହ ପୋଜ ଦେଲେ ଶାହାରୁଖ, ଭିଡିଓ ଭାଇରାଲ
ଇଶା ଅମ୍ବାନୀଙ୍କ ପାର୍ଟିରେ ସାପ ସହ ପୋଜ ଦେଲେ ଶାହାରୁଖ, ଭିଡିଓ ଭାଇରାଲ
ଶାହାରୁଖ ଖାନ ଗତକାଲି ଇଶା ଅମ୍ବାନୀଙ୍କ ପିଲାଙ୍କ ପ୍ରଥମ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ କିଙ୍ଗ ଖାନ ସାପ ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ
ହାଇଦ୍ରାବାଦ: ନଭେମ୍ବର ୧୯ରେ ଇଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କ ଯାଆଁଳା ସନ୍ତାନ କୃଷ୍ଣ ଏବଂ ଆଦିଆଙ୍କୁ ଏକ ବର୍ଷ ବୟସ ହୋଇଥିଲା । ଏହି ବିଶେଷ ଦିନ ପାଇଁ ଅମ୍ବାନୀ ପରିବାର ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ସମସ୍ତ ବଲିଉଡ ତାରକା ସାମିଲ ହୋଇଥିଲେ । ଶାହାରୁଖ ଖାନ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ, ଯେଉଁଠାରୁ ତାଙ୍କର ଭିଡିଓ ଭାଇରାଲ ହେଉଛି । ଭାଇରାଲ୍ ଭିଡିଓରେ, ଶାହାରୁଖ ଖାନଙ୍କୁ ସାପ ସହିତ ଖେଳୁଥିବା ଦେଖିବାକୁ ମିଳିଛି ।
-
Exclusive: SRK having a SnakeTastic time with Radhika and Anant Ambani at Jio World.@iamsrk #ShahRukhKhan #SRK pic.twitter.com/Wno9wNymfn
— Shah Rukh Khan Universe Fan Club (@SRKUniverse) November 18, 2023
ଭାଇରାଲ ଭିଡିଓରେ ଶାହାରୁଖଙ୍କ ସହ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀ ମଧ୍ୟ ନଜର ଆସିଛନ୍ତି । ଏହି ସମୟରେ ଅନନ୍ତ ହଠାତ୍ ଶାହାରୁଖଙ୍କ ସହ କଥାବାର୍ତ୍ତା କରି ସାପ ଧରାଇଥିଲେ । ଏହି ସମୟରେ ଆଉ ଜଣେ ତାଙ୍କ ବେକରେ ଆଉ ଏକ ସାପ ରିଥିଲେ । ଏହା ପରେ ଶାହାରୁଖ ଏହି ସାପମାନଙ୍କ ସହ ପୋଜ୍ ଦେଇଥିଲେ । ତେବେ ସାପଟି ପ୍ରକୃତ ନା ନକଲି ତାହା ଭିଡିଓରେ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି ।
ଶାହାରୁଖ ଖାନଙ୍କ ବ୍ୟତୀତ କିଆରା ଆଡଭାନୀ, କ୍ୟାଟ୍ରିନା କୈଫ, ଆଦିତ୍ୟ ରୟ କପୁର, କରଣ ଜୋହର, ଅନନ୍ୟା ପାଣ୍ଡେ, ହରନାଜ ସିନ୍ଧୁଙ୍କ ସହ ଅନେକ ତାରକା ଇଶା ଅମ୍ବାନୀଙ୍କ ପ୍ରଥମ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟି ମୁମ୍ବାଇର ଜିଓ ୱାର୍ଲ୍ଡ ଗାର୍ଡେନରେ ଆୟୋଜିତ ହୋଇଥିଲା । ପ୍ରକାଶ ଥାଉକି, ୧୯ ନଭେମ୍ବର 2022ରେ, ଇଶା ଅମ୍ବାନୀ କାଲିଫର୍ନିଆର ଲସ୍ ଆଞ୍ଜେଲ୍ସର ସେଡର ସେନାଇରେ ତାଙ୍କର ଯାଆଁଳା ସନ୍ତାନ କୃଷ୍ଣ ଏବଂ ଆଦିଆଙ୍କୁ ଜନ୍ମ ଦେଇଥିଲେ ।
ଶାହାରୁଖ ଖାନଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ ୪ବର୍ଷ ପରେ ଚଳିତ ବର୍ଷ ଶାହାରୁଖ ଫିଲ୍ମ ପଠାନ ସହ ପରଦାକୁ ଫେରିଥିଲେ । ଯାହା ୧୦୦ କୋଟିରୁ ଅଧିକ ଆୟ କରି ସଫଳତା ଏବଂ ଲୋକପ୍ରିୟତା ହାସଲ କରିଥିଲା । ଏହା ପରେ ଏହି ବର୍ଷ ସେ ତାଙ୍କର ୨ୟ ଫିଲ୍ମ ଜବାନ କିଛି ମାସ ପୂର୍ବରୁ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ମଧ୍ୟ ବକ୍ସ ଅଫିସରେ ଧମାକା କରିଥିଲା । ବର୍ତ୍ତମାନ ଶାହାରୁଖ ରାଜକୁମାର ହିରାନୀଙ୍କ ସହ ଡଙ୍କିରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଆସନ୍ତା ମାସ(ଡିସେମ୍ବର ୨୨)ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
